ETV Bharat / sports

ICC CHAIRMAN; ଆଇସିସିର ନୂଆ ବସ ହେଲେ ଜୟ ଶାହ, ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ଭାବେ ରେକର୍ଡ, ଭାରତରୁ 5ମ - JAY SHAH BECOMES NEW ICC CHAIRMAN

author img

By ETV Bharat Sports Team

Published : Aug 27, 2024, 8:13 PM IST

Updated : Aug 27, 2024, 9:16 PM IST

JAY SHAH BECOMES THE NEW ICC CHAIRMAN: ଆଇସିସିର ନୂଆ ବସ ହେଲେ ଜୟ ଶାହ । ସେ ଆସନ୍ତା ଡିସେମ୍ବର 1 ତାରିଖରୁ ଆଇସିସି ଚେୟାରମ୍ୟାନ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ଅଧିକ ପଢନ୍ତୁ

JAY SHAH NEW ICC CHAIRMAN
JAY SHAH NEW ICC CHAIRMAN (ETV Bharat Odisha)

ମୁମ୍ବାଇ: ଆଇସିସିର ନୂଆ ବସ ହେଲେ ଜୟ ଶାହ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନୂଆ ଅଧ୍ୟକ୍ଷ ହେଲେ ଜୟ ଶାହ । ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ହେଲେ ବିସିସିଆଇର ସଚିବ ଜୟ ଶାହ । ଆଇସିସିର ନୂଆ ଚେୟାରମ୍ୟାନ ଚୟନ ହୋଇଛନ୍ତି ଜୟ ଶାହ । ଭାରତ ବ୍ୟତୀତ ଆଇସିସିର ଦୁଇ ମୁଖ୍ୟ ସଦସ୍ୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସମର୍ଥନ ଥିଲା ଜୟ ଶାହଙ୍କୁ । ହାସଲ କରିସାରିଛନ୍ତି । ଆସନ୍ତା ଡିସେମ୍ବର 1 ତାରିଖରୁ ଜୟ ଶାହ ଆଇସିସି ଚେୟାରମ୍ୟାନ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ତେବେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ରେ ଜୟ ଶାହଙ୍କ ସ୍ଥାନ କିଏ ନେବ, ତାହା ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।

ଶାହ ହେଲେ ସର୍ବକନିଷ୍ଠ ICC ଅଧ୍ୟକ୍ଷ :-

ଶରଦ ପାୱାର, ଜଗମୋହନ ଡାଲମିଆ, ଶଶାଙ୍କ ମନୋହର ଏବଂ ଏନ ଶ୍ରୀନିବାସନଙ୍କ ଭଳି ଭାରତୀୟ ପୂର୍ବରୁ ଆଇସିସିର ନେତୃତ୍ୱ ନେଇଛନ୍ତି । ବର୍ତ୍ତମାନ 35 ବର୍ଷୀୟ ଜୟ ଶାହା ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଛନ୍ତି । ଆଇସିସି ନିୟମ ଅନୁଯାୟୀ ଅଧ୍ୟକ୍ଷ ନିର୍ବାଚନରେ ​​16ଟି ଭୋଟ୍ ଦିଆଯାଏ । ବିଜୟୀ ହେବା ପାଇଁ 9 ଭୋଟ୍ ଆବଶ୍ୟକ ରହିଥାଏ । ଆଇସିସି ବୋର୍ଡର 16 ଜଣ ସଦସ୍ୟଙ୍କ ମଧ୍ୟରୁ 15 ଜଣଙ୍କର ସମର୍ଥନ ଜୟ ଶାହଙ୍କ ପ୍ରତି ଥିବା କୁହାଯାଉଛି । ଯଦି ଏହା ସତ ହୁଏ, ତେବେ ଆଇସିସି ସଭାପତି ନିର୍ବାଚନ କେବଳ ଏକ ଔପଚାରିକତା ଥିଲା । 15 ବର୍ଷର କ୍ୟାରିଅରରେ ଜୟ ଶାହ ପ୍ରଥମେ ଗୁଜୁରାଟ କ୍ରିକେଟ ବୋର୍ଡରୁ ଯାତ୍ରା ଆରମ୍ଭ କରି ପରେ ବିସିସିଆଇ ଏବଂ ଆଜି ଆଇସିସି ଅଧ୍ୟକ୍ଷ ହୋଇଛନ୍ତି ।

ଜୟ ଶାହାଙ୍କ କ୍ୟାରିଅର-

  • 2009-2013: GCA (ଗୁଜୁରାଟ) କାର୍ଯ୍ୟକାରୀ ବୋର୍ଡ ସଦସ୍ୟ
  • 2013-2015: GCA ଯୁଗ୍ମ ସଚିବ
  • 2015-2019: ବିସିସିଆଇ ଆର୍ଥିକ ଏବଂ ମାର୍କେଟିଂ କମିଟି ସଦସ୍ୟ
  • 2019-2024: ବିସିସିଆଇ ସଚିବ
  • 2024 - ଆଇସିସି ଅଧ୍ୟକ୍ଷ

ଏହା ବି ପଢନ୍ତୁ- ଜୟ ଶାହଙ୍କ ପରେ ବିସିସିଆଇ ସଚିବ କିଏ ? ସାମ୍ନାକୁ ଆସିଲା ବଡ଼ ନାଁ - BCCI Next Secretary

ଜୟ ଶାହ ଭରିଥିଲେ ନାମାଙ୍କନ ?

ଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ଥିଲା 27 ଅଗଷ୍ଟ । ପ୍ରକାଶ ଥାଉ, ବିଦାୟୀ ଆଇସିସି ସଭାପତି ଗ୍ରେଗ ୱାର୍କଲେ ନିକଟରେ ସ୍ପଷ୍ଟ କରିଛନ୍ତି ଯେ ସେ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ନାହିଁ ।

ତେବେ ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ଯାଆନ୍ତି, ତେବେ ବିସିସିଆଇ ସଚିବ ହେବା ପାଇଁ ଏକାଧିକ ହେଭିୱେଟ୍‌ଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଛି । ନଜର ପକାନ୍ତୁ ଆଗ ଧାଡ଼ିରେ ଥିବା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ-

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହ ଆଇସିସି ଚେୟାରମ୍ୟାନ୍‌ ପଦରେ ବସିଛନ୍ତି । ତେବେ ବିସିସିଆଇର ପରବର୍ତ୍ତୀ ସଚିବ କିଏ ହେବେ, ସେନେଇ ମଧ୍ୟ ବିଭିନ୍ନ ଆଲୋଚନା ହେଉଛି । ତେବେ ଖବର ଅନୁଯାୟୀ, ଜୟ ଶାହା ପରବର୍ତ୍ତୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସଭାପତି ହେବା ପରେ, ଜଣେ ଦିବଂଗତ ବିଜେପି ନେତାଙ୍କ ପୁଅ ପରବର୍ତ୍ତୀ ବିସିସିଆଇ ସଚିବ ଭାବରେ ତାଙ୍କର ଉତ୍ତରାଧିକାରୀ ହୋଇପାରନ୍ତି ବୋଲି କୁହାଯାଉଛି ।

Last Updated : Aug 27, 2024, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.