ETV Bharat / sports

ଗମ୍ଭୀରଙ୍କ ସ୍ଥାନ ନେବେ ଜାହିର ଖାନ; ଦଳରେ ହେବ ବଡ଼ ପରିବର୍ତ୍ତନ - Zaheer Khan may Replace Gambhir - ZAHEER KHAN MAY REPLACE GAMBHIR

Zaheer Khan may Replace Gambhir : ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ହେବାକୁ ରେସ୍‌ରେ ଥିଲେ ଭାରତୀୟ ଦଳର ପୂର୍ବତନ ଷ୍ଟାର ପେସର ଜାହିର ଖାନ । ହେଲେ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀରଙ୍କ ସୁପାରିଶକ୍ରମେ ଦକ୍ଷିଣ ଆଫ୍ରିକାର ମୋର୍ନେ ମୋର୍କେଲଙ୍କୁ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ କରାଯାଇଛି । ଏବେ ଆଇପିଏଲ୍‌ରେ ଗୌତମ ଗମ୍ଭୀରଙ୍କ ସ୍ଥାନ ନେଇ ପାରନ୍ତି ଜାହିର ଖାନ । ଅଧିକ ପଢ଼ନ୍ତୁ

Zaheer Khan and Gautam Gambhir
Zaheer Khan and Gautam Gambhir (ETV Bharat and ANI Photos)
author img

By ETV Bharat Sports Team

Published : Aug 20, 2024, 3:41 PM IST

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଜହିର ଖାନଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । କ୍ରିକବଜ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଖୁବଶୀଘ୍ର ଜାହିରଙ୍କୁ ମେଣ୍ଟର ଭୂମିକାରେ ଦେଖିବାକୁ ମିଳିବ । ସେ ଇଣ୍ଡିଆନ ପ୍ରିମିୟର ଲିଗ (IPL 2025)ରେ ମେଣ୍ଟର ଭାବରେ ଲକ୍ଷ୍ନୌ ସୁପର ଜିଆଣ୍ଟସରେ ଯୋଗ ଦେଇପାରନ୍ତି । ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହେବା ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଛାଡ଼ି ନିଜ ପୂରୁଣା ଦଳ କୋଲକାତା ନାଇଟ ରାଇଡର୍ସକୁ ଫେରି ଆସିଥିଲେ । ଏବେ ଏଲ୍‌ଏସ୍‌ଜିରେ ଗମ୍ଭୀରଙ୍କ ସ୍ଥାନ ଜାହିର ପୂରଣ କରିବେ ବୋଲି କୁହାଯାଉଛି ।

ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌କୁ ଆସିବେ ଜାହିର :-

ବାସ୍ତବରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର 2ଟି ସିଜିନରେ (2022 ଓ 2023) ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଭାବେ କାର୍ଯ୍ୟ କରିଥିଲେ । ଏହାପରେ ଆଇପିଏଲ୍ 2024 ପୂର୍ବରୁ ସେ LSG ଛାଡି ନିଜର ପୁରୁଣା ଦଳ କୋଲକାତା ନାଇଟ୍ ରାଇଡର୍ସରେ ଯୋଗ ଦେଇଥିଲେ । ଜଣେ ମେଣ୍ଟର ଭାବରେ ସେ କେକେଆର୍‌କୁ ଆଇପିଏଲ୍ 2024ର ଚାମ୍ପିୟନ ମଧ୍ୟ କରାଇଥିଲେ । ଅନ୍ୟପଟେ ଭାରତୀୟ ଦଳର ପୂର୍ବତନ ଷ୍ଟାର ପେସର ଜାହିର ଖାନ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଦଳରେ ଥିବା ମେଣ୍ଟର ପୋଷ୍ଟରେ ନଜର ଆସିପାରନ୍ତି । ଦଳର ମେଣ୍ଟର ହେବା ପାଇଁ ଜହିରଙ୍କ ସହ LSG ଆଲୋଚନା କରୁଛି । ଏଭଳି ପରିସ୍ଥିତିରେ ଯଦି ସବୁକିଛି ଆଲୋଚନା ଠିକ ହୁଏ, ତେବେ ଜାହିର ଖାନ ଆଇପିଏଲ 2025ରେ ଲକ୍ଷ୍ନୌ ସୁପର ଜିଆଣ୍ଟସରେ ଯୋଗ ଦେଇପାରନ୍ତି ।

ଭାରତୀୟ ଦଳର ବୋଲିଂ କୋଚ ହୋଇପାରିଲେନି ଜାହିର :-

ଜାହିର ଖାନ ଭାରତର 2011 ଦିନିକିଆ ବିଶ୍ବକପ ବିଜେତା ଦଳର ସଦସ୍ୟ ଥିଲେ । ଜାହିର ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ହେବା ପରେ ଦଳର ବୋଲରମାନଙ୍କୁ ବହୁତ ସାହାଯ୍ୟ ମିଳିବ, କାରଣ ଜାହିର ଭାରତର ପୂର୍ବତନ ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଏପରିକି ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଭାବେ ଜାହିର ଖାନଙ୍କୁ ନିଯୁକ୍ତ କରାଯାଇପାରେ ବୋଲି ବେଶ ଚର୍ଚ୍ଚା ହେଉଥିଲା । ହେଲେ ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ତାଙ୍କ ସୁପାରିଶକ୍ରମେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମୋର୍ନେ ମୋର୍କେଲଙ୍କୁ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ କରାଯାଇଛି ।

ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର କୋଚିଂ ଷ୍ଟାଫ୍‌ଙ୍କ ମଧ୍ୟରେ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ ବ୍ୟତୀତ ଆଡମ ଭୋଗସ୍, ଲାନ୍ସ କ୍ଲୁସେନର୍, ଜଣ୍ଟି ରୋଡସ୍, ଶ୍ରୀଧରନ୍ ଶ୍ରୀରାମ ଏବଂ ପ୍ରବୀଣ ତାମ୍ବେ ରହିଛନ୍ତି । ବର୍ତ୍ତମାନ ସଂଜୀବ ଗୋଏଙ୍କାଙ୍କ ମାଲିକାନାରେ ଥିବା ଫ୍ରାଞ୍ଚାଇଜରେ ଜହିର ଖାନ ଯୋଗଦେବେ ବୋଲି ଆଶା କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ଅଫିସିଆଲ୍ ନିଷ୍ପତ୍ତି ଆସିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...RCB ଫ୍ୟାନ୍ସଙ୍କ ପାଇଁ ଖୁସି ଖବର; କୋହଲିଙ୍କ ଟିମରେ ଖେଳିବେ ‘ଫିନିସର’ ରିଙ୍କୁ ସିଂ, ଚାମ୍ପିଅନ୍ KKRକୁ ବଡ ଝଟକା ! - Rinku Singh wants to join RCB

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.