ETV Bharat / sports

ଆଇପିଏଲ୍ 2025 ପାଇଁ ନୂଆ ନିୟମ; ଏମିତି କଲେ ବ୍ୟାନ ହେବେ ଖେଳାଳି, ଧୋନିଙ୍କ ପାଇଁ ବଦଳିଲା ନିୟମ - IPL 2025 Mega Auction Rule

author img

By ETV Bharat Sports Team

Published : 2 hours ago

IPL 2025 : ଆଇପିଏଲ୍ ପରିଚାଳନା ପରିଷଦ ଆଗାମୀ 2025-27 ପାଇଁ ନୂଆ ନିୟମ ଘୋଷଣା କରିଛି । ସମସ୍ତ ଦଳ କିପରି ଖେଳାଳିଙ୍କୁ ରିଟେନ କରିବେ, ଖେଳାଳିଙ୍କ ଦରମା ଓ ଫ୍ରାଞ୍ଚାଇଜ ଗୁଡ଼ିକର ଅକ୍ସନ ବଜେଟକୁ ମଧ୍ୟ ବଢ଼ାଯାଇଛି । ଅଧିକ ପଢ଼ନ୍ତୁ

IPL 2025 MEGA AUCTION RULES
IPL 2025 MEGA AUCTION RULES (ANI Photo)

ହାଇଦ୍ରାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଗଭର୍ଣ୍ଣିଂ କାଉନ୍ସିଲ ଶନିବାର ରାତିରେ 2025-27 ଋତୁ ପାଇଁ ଆଇପିଏଲ୍ ପ୍ଲେୟାର ନିୟମାବଳୀ ଘୋଷଣା କରିଛି । ବିସିସିଆଇ ସଚିବ ଜୟ ଶାହଙ୍କ ଦ୍ବାରା ଜାରି ଏକ ମିଡିଆ ବିବୃତ୍ତି ଅନୁଯାୟୀ, ଆଇପିଏଲ୍ ଫ୍ରାଞ୍ଚାଇଜ୍ ସେମାନଙ୍କ ଦଳରେ ସର୍ବାଧିକ 6 ଖେଳାଳିଙ୍କୁ ରିଟେନ କରିପାରିବେ ବା ରାଇଟ୍‌-ଟୁ-ମ୍ୟାଚ୍ (RTM) ବିକଳ୍ପ ବ୍ୟବହାର କରିପାରିବେ । ଏହା ବ୍ୟତୀତ ଅନ୍ୟ କେତେକ ନିୟମର ମଧ୍ୟ ଘୋଷଣା କରାଯାଇଛି । ହେଲେ 'ଇମ୍‌ପାକ୍ଟ ପ୍ଲେୟର ରୁଲ'ରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇନାହିଁ ।

ଫ୍ରାଞ୍ଚାଇଜଙ୍କ ପାଇଁ ବଜେଟ 120 କୋଟି :-

ରିଟେନସନ ଓ ଆରଟିଏମ୍‌ରେ ମାଧ୍ୟମରେ ଯେଉଁ 6 ଜଣ ଖେଳାଳିଙ୍କୁ ରଖିବାକୁ ଫ୍ରାଞ୍ଚାଇଜ ଚାହିଁବେ, ସେଥିରେ ସର୍ବାଧିକ 5 ଜଣ କ୍ୟାପଡ୍ ଖେଳାଳୀ (ଭାରତୀୟ ଏବଂ ବିଦେଶୀ) ଏବଂ ସର୍ବାଧିକ ଦୁଇଜଣ ଅନକ୍ୟାପଡ୍‌ ଖେଳାଳି ରହିପାରିବେ । ବିବୃତ୍ତି ଅନୁଯାୟୀ, ଆଇପିଏଲ୍ 2025 ପାଇଁ ଫ୍ରାଞ୍ଚାଇଜ୍ ଗୁଡ଼ିକ ପାଇଁ ନିଲାମ ରାଶି 120 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ବିବୃତ୍ତିରେ କୁହାଯାଇଛି, ଫ୍ରାଞ୍ଚାଇଜର ମୋଟ ଦରମା ସୀମାରେ ବର୍ତ୍ତମାନ ନିଲାମ ରାଶି, ବର୍ଦ୍ଧିତ କାର୍ଯ୍ୟଦକ୍ଷତା ଏବଂ ମ୍ୟାଚ୍ ଫି' ଅନ୍ତର୍ଭୂକ୍ତ ହେବ ।

ଏହାପୂର୍ବରୁ 2024ରେ ମୋଟ ଦରମା ସୀମା (ନିଲାମ ରାଶି + ବର୍ଦ୍ଧିତ କାର୍ଯ୍ୟଦକ୍ଷତା ଦେୟ) 110 କୋଟି ଥିଲା, ଯାହା ବର୍ତ୍ତମାନ (2025)ରେ 146 କୋଟି, 2026ରେ 151 କୋଟି ଏବଂ 2027ରେ 157 କୋଟି ଟଙ୍କା ହେବ ।

ଭାରତୀୟ ଖେଳାଳିଙ୍କୁ ମିଳିବ ଆଇପିଏଲ୍‌ ମ୍ୟାଚ୍‌ ଫି' :-

ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ମ୍ୟାଚ୍ ଫି' ବ୍ୟବସ୍ଥା ଲାଗୁ କରାଯାଇଛି । ପ୍ରତ୍ୟେକ ଖେଳାଳି (ଇମ୍ପାକ୍ଟ ପ୍ଲେୟାରଙ୍କ ସହିତ) ପ୍ରତି ମ୍ୟାଚ୍ ପାଇଁ 7.5 ଲକ୍ଷ ଟଙ୍କା ମ୍ୟାଚ୍ ଫି' ପାଇବେ । ଏହା ସେମାନଙ୍କ ଚୁକ୍ତିଭିତ୍ତିକ ରାଶି ବାଦ ଅତିରିକ୍ତ ଭାବେ ମିଳିବ । ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, କୌଣସି ବିଦେଶୀ ଖେଳାଳିଙ୍କୁ 'ବଡ ନିଲାମ' ପାଇଁ ପଞ୍ଜିକରଣ କରିବାକୁ ପଡିବ ।

ଅକ୍ସନ ପରେ ନାଁ ଫେରାଇ ନେଲେ 2 ବର୍ଷ ବ୍ୟାନ :-

ଆଇପିଏଲର ନୂତନ ନିୟମ ଅନୁଯାୟୀ, ଯଦି ବିଦେଶୀ ଖେଳାଳି ଅକ୍ସନ ପାଇଁ ନିଜ ନାଁ ପଞ୍ଜିକୃତ ନକରନ୍ତି, ତେବେ ସେ ଆସନ୍ତା ବର୍ଷର ନିଲାମରେ ପଞ୍ଜୀକରଣ ପାଇଁ ମଧ୍ୟ ଅଯୋଗ୍ୟ ହେବେ । ଏହା ବ୍ୟତୀତ ଯେକୌଣସି ବିଦେଶୀ ଖେଳାଳି, ଯିଏ ନିଲାମ ପାଇଁ ନାଁ ପଞ୍ଜିକୃତ କରନ୍ତି ଏବଂ ନିଲାମ ହେବା ପରେ ସିଜିନ ଆରମ୍ଭ ପୂର୍ବରୁ ହିଁ ଅନୁପସ୍ଥିତ ହୁଅନ୍ତି, ତେବେ ତାଙ୍କୁ ଆଗାମୀ 2 ସଂସ୍କରଣ ପାଇଁ ଟୁର୍ଣ୍ଣାମେଣ୍ଟ ଏବଂ ପ୍ଲେୟାର ଅକ୍ସନରେ ଅଂଶଗ୍ରହଣ କରିବାରୁ ବ୍ୟାନ କରାଯିବ ।

ଧୋନିଙ୍କ ପାଇଁ ବଦଳିଲା ନିୟମ :-

ଆଇପିଏଲର ଅନ୍ୟତମ ନୂଆ ନିୟମ ଅନୁଯାୟୀ ଏହା ମଧ୍ୟ କୁଯାଯାଇଛି ଯେ ଯଦି ଜଣେ କ୍ୟାପଡ୍‌ ଖେଳାଳି ବିଗତ 5 ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରେ ଖେଳାଯାଇଥିବା ଚୂଡ଼ାନ୍ତ ଏକାଦଶର ଅଂଶ ହୋଇନଥିବେ, କିମ୍ବା ବିସିସିଆଇ ସହିତ କେନ୍ଦ୍ରୀୟ ଚୁକ୍ତିରେ ନଥିବେ, ତା’ହେଲେ ସେ ଅନ୍‌କ୍ୟାପଡ୍‌ ହୋଇଯିବେ । ଏହା କେବଳ ଭାରତୀୟ ଖେଳାଳିଙ୍କ ପାଇଁ ଲାଗୁ ହେବ । ଅର୍ଥାତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଅନ୍‌କ୍ୟାପଡ୍‌ ଖେଳାଳି ଭାବେ ରିଟେନ କରିପାରିବ ଚେନ୍ନାଇ ସୁପର କିଙ୍ଗସ୍‌ । ଏହି ଚର୍ଚ୍ଚା ପୂର୍ବରୁ ମଧ୍ୟ ହେଉଥିଲା ।

'ଇମ୍ପାକ୍ଟ ପ୍ଲେୟର ରୁଲ' ଜାରି ରହିବ :-

ଏଥିରେ କୁହାଯାଇଛି ଯେ 2025ରୁ 2027 ଚକ୍ର ପାଇଁ ଇମ୍ପାକ୍ଟ ପ୍ଲେୟାର ରେଗୁଲେସନ ଜାରି ରହିବ । ତେବେ ଏହି ନିୟମକୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିମାନେ ପସନ୍ଦ କରିନଥିଲେ । ଏହି ରୁଲ ଖେଳର ଅସଲ ମଜା ରଖୁନାହିଁ ବୋଲି ବୟାନ ଦେଇଥିଲେ । ଆଶା କରାଯାଉଥିଲା ଏହି ରୁଲକୁ ଆଗାମୀ ସିଜିନରୁ ବିସିସିଆଇ ହଟାଇ ଦେବ । ହେଲେ ସେଭଳି କିଛି ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.