ETV Bharat / sports

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ପଞ୍ଜାବ-ହାଇଦ୍ରାବାଦ - IPL 2024

author img

By ETV Bharat Odisha Team

Published : Apr 9, 2024, 2:24 PM IST

IPL 2024: ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଲଢେଇ । ତୃତୀୟ ବିଜୟ ହାସଲ ଲକ୍ଷ୍ୟରେ ଦୁଇ ଦଳ । ଅଧିକ ପଢନ୍ତୁ

Etv Bharat
Etv Bharat

ଚଣ୍ଡିଗଡ: ଆଇପିଏଲର 17ତମ ସଂସ୍କରଣରେ ଆଜି ରହିଛି 23ତମ ମୁକାବିଲା । ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ । ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଉଭୟ ଦଳ ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ମୋଟ 4ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ 2ଟି ଲେଖାଏଁ ବିଜୟ ହୋଇଛନ୍ତି । ତୃତୀୟ ବିଜୟ ହାସଲ ପାଇଁ ବ୍ୟାକୁଳ ରହିଛି ପଞ୍ଜାବ ଓ ହାଇଦ୍ରାବାଦ । ଆଜି ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ସନ୍ଧ୍ୟା 7ଟା 30ରେ ମହାରାଜା ଯାଦବେନ୍ଦ୍ର ସିଂ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟା 7ଟା 30ରେ ମ୍ୟାଚ ଖେଳାଯିବ । ପୂର୍ବ ମ୍ୟାଚରେ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଥିଲା । ତେଣୁ ଆଜିର ମ୍ୟାଚ ପାଇଁ ଦଳର ମନୋବଳ ଦୃଢ ରହିଛି । ବିଜୟ ଧାରାକୁ ଜାରି ରଖିବାକୁ ପରୁଣା ରଣନୀତି ସହ ପଡିଆକୁ ଓହ୍ଲାଇବ ପ୍ୟାଟ କମିନ୍ସଙ୍କ ବାହିନୀ । 2ଟି ମ୍ୟାଚରେ ହାଇଦ୍ରାବାଦ ଟିମ ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଥିଲା । 4 ପଏଣ୍ଟ ସହ ବର୍ତ୍ତମାନ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ଏସଆରଏଚ ।

ଏହା ମଧ୍ୟ ପଢନ୍ତୁ-ଘରୋଇ ଗ୍ରାଉଣ୍ଡରେ ଚମକିଲା ଚେନ୍ନାଇ, 7 ଓ୍ବିକେଟରେ ହାରିଲା କୋଲକାତା - IPL 2024

ସେହିପରି ପଞ୍ଜାବ କିଙ୍ଗ୍ସ 4ଟି ମ୍ୟାଚ ଖେଳି 2ଟି ମ୍ୟାଚରେ ବିଜୟୀ ହୋଇ 4 ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚ ଜିତିବା ପରେ ଲଗାତାର ଦୁଇଟି ମ୍ୟାଚ ହାରିଥିଲା ଦଳ । ଏହାପରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚରେ ପୁଣି ବିଜୟ ଧାରାକୁ ଫେରିଥିଲା ଦଳ । 3 ଓ୍ବିକେଟରେ ଗୁଜରାଟକୁ ପରାସ୍ତ କରିଥିଲା ପଞ୍ଜାବ କିଙ୍ଗ୍ସ । ତେଣୁ ଆଜିର ମ୍ୟାଚ ପାଇଁ ସମସ୍ତ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଛନ୍ତି ଧାଓ୍ବାନଙ୍କ ବାହିନୀ । ତେଣୁ ଆଜିର ମ୍ୟାଚ ନିଜ ସପକ୍ଷରେ ଯିବ ବୋଲି ଦଳ ଆଶାବାଦୀ ।

ଉଭଯ ଦଳ ଆଇପିଏଲରେ ପରସ୍ପରକୁ 21 ଥର ଭେଟିଛନ୍ତି । 14ଟି ମ୍ୟାଚ ହାଇଦ୍ରାବାଦ ଜିତିଥିବା ବେଳେ ମାତ୍ର 7ଟିରେ ପଞ୍ଜାବ କିଙ୍ଗ୍ସ ବାଜି ମାରିଥିଲା । ପୂର୍ବ ରେକର୍ଡକୁ ଦେଖିଲେ ଏସଆରଏଚର ପଲ୍ଲା ଆଜି ଭାରି ରହିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଚଳିତ ସିଜିନରେ ଉଭୟ ଦଳ ସମାନ ସ୍ଥିତିରେ ଥିବାରୁ ମ୍ୟାଚ ରୋମାଞ୍ଚକର ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.