ETV Bharat / sports

ଆଜି ଡବଲ ହେଡର ମ୍ୟାଚ, ମୁହାଁମୁହିଁ ହେବେ ହାଇଦ୍ରାବାଦ-ଗୁଜୁରାଟ ଓ ଦିଲ୍ଲୀ-ଚେନ୍ନାଇ - IPL 2024

IPL 2024: ଆଜି ଆଇପିଏଲରେ ରହିଛି ଦୁଇଟି ମ୍ୟାଚ । 12ତମ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ଗୁଜୁରାଟ । 13 ତମ ମ୍ୟାଚ ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

IPL 2024
IPL 2024
author img

By ETV Bharat Odisha Team

Published : Mar 31, 2024, 1:09 PM IST

ହାଇଦ୍ରାବାଦ: ଆଇପିଏଲର 17 ତମ ସଂସ୍କରଣରେ ଆଜି ରହିଛି ଡବଲ ହେଡର ମ୍ୟାଚ । 12ତମ ମୁକାବିଲା ଗୁଜୁରାଟ ଟାଇଟନ୍ସ ଓ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । 13 ତମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଅପରାହ୍ନ 3ଟା 30ରେ ପ୍ରଥମ ମ୍ୟାଚ ଓ ସନ୍ଧ୍ୟା 7ଟା 30ରେ ଦ୍ବିତୀୟ ମ୍ୟାଚ ଖେଳାଯିବ । 4 ଦଳ ମଧ୍ୟରେ ଆଜି ଫାଇଟ ହେବ ଟାଇଟ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଗୁଜୁରାଟ, ଚେନ୍ନାଇ, ଦିଲ୍ଲୀ ଓ ହାଇଦ୍ରାବାଦ ଟିମ । ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସମସ୍ତ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ 2ଟି ଲେଖାଏଁ ମ୍ୟାଚ ଖେଳି ସାରିଥିବା ବେଳେ ଆଜି ତୃତୀୟ ମ୍ୟାଚ ଖେଳିବେ ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲରେ ସର୍ବାଧିକ ସ୍କୋର, ୨୭୭ ରନ୍‌ କରି ରେକର୍ଡ କଲା ସନରାଇଜର୍ସ - IPL2024

GT vs SRH: ଅପରାହ୍ନ 3ଟା 30 ସମୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯିବ । ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା 2ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଛି ଦଳ । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇଥିଲା ଦଳ । ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ବିଫଳ ହୋଇଛି ରିଷଭଙ୍କ ବାହିନୀ । ତେଣୁ ପୂର୍ବ ଭୁଲକୁ ସୁଧାରି ଦ୍ବିତୀୟ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଜିଟି ଟିମ ।

ସେପଟେ ଆଜିର ମ୍ୟାଚ ପାଇଁ ସନ ରାଇଜର୍ସ ହାଇଦ୍ରାବାଦ ପୁରା ପ୍ରସ୍ତୁତ । ଚଳିତ ଆଇପିଏଲରେ 2ଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ହାସଲ କରିଛି ଦଳ । ପୂର୍ବ ମ୍ୟାଚରେ ବିଶାଳ ସ୍କୋର କରି ମୁମ୍ବାଇକୁ ହରାଇଥିଲା ଦଳ । ଆଇପିଏଲ ଇତିହାସରେ ସର୍ବାଧିକ 277 ରନ କରି ରେକର୍ଡ କରିଥିଲା ଟିମ । ତେଣୁ ଆଜିର ମ୍ୟାଚ ପ୍ୟାଟ କମିନ୍ସଙ୍କ ବାହିନୀର ମନୋବଳ ଦୃଢ ରହିଛି । ଦୁଇ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-ଲକ୍ଷ୍ନୌର ପ୍ରଥମ ବିଜୟ, 21 ରନରେ ହାରିଲା ପଞ୍ଜାବ - IPL 2024

CSK vs DC: ସନ୍ଧ୍ୟା 7ଟା 30ରେ ବିଶାଖାପାଟନମର ACA–VDCA କ୍ରିକେଟ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ 2ଟି ମ୍ୟାଚ ଖେଳି ମଧ୍ୟ ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ବିଫଳ ହୋଇଛି । ତେଣୁ ଆଜି ପ୍ରଥମ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଋଷଭଙ୍କ ଟିମ । ସେପଟେ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନରେ କ୍ରମାଗତ ତୃତୀୟ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଦଳ 2ଟି ଯାକ ମ୍ୟାଚ ଖେଳି ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଦୁଇ ଦଳ ମଧ୍ୟରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.