ETV Bharat / sports

ମହଙ୍ଗା ପଡ଼ିଲା ସ୍ଲୋ ଓଭର ରେଟିଂ, ମ୍ୟାଚ ଜିତିବା ସତ୍ତ୍ବେ ଦିଲ୍ଲୀ ଅଧିନାୟକ ଋଷଭଙ୍କ ଉପରେ ୧୨ ଲକ୍ଷ ଫାଇନ - IPL 2024

author img

By ETV Bharat Odisha Team

Published : Apr 1, 2024, 10:38 AM IST

IPL 2024: ଚେନ୍ନାଇ ବିପକ୍ଷ ମ୍ୟାଚରେ ଦଣ୍ଡିତ ହେଲେ ଋଷଭ ପନ୍ତ । ସ୍ଲୋ ଓଭର ରେଟିଂ ପାଇଁ ଗଣିବେ 12 ଲକ୍ଷ ଟଙ୍କା ଜୋରିମାନା । ଅଧିକ ପଢନ୍ତୁ

Rishabh Pant
Rishabh Pant

ନୂଆଦିଲ୍ଲୀ: ଚଳିତ ଆଇପିଏଲର 13ତମ ମୁକିବାଲରେ ଚେନ୍ନାଇକୁ ହରାଇ ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । 2ଟି ମ୍ୟାଚରେ ପରାଜିତ ପରେ ତୃତୀୟ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ଖାତା ଖୋଲିଛି ଦଳ । ବିଜୟ ହାସଲ ପରେ ମଧ୍ୟ ଅଧିନାୟକ ଋଷଭଙ୍କୁ ଦଣ୍ଡିତ ହେବାକୁ ପଡିଛି । ସ୍ଲୋ ଓଭର ରେଟିଂ ପାଇଁ ଋଷଭ ପନ୍ତଙ୍କୁ 12 ଲକ୍ଷ ଟଙ୍କା ଜୋରିମାନା ଲଗାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ବୋଲରଙ୍କ ଜାଲରେ ଫସିଲେ ଚେନ୍ନାଇ ବ୍ୟାଟର, ଋଷଭ ବାହିନୀର ପ୍ରଥମ ବିଜୟ - IPL 2024

ଇଣ୍ଡିଆନ ପ୍ରିମିୟର ଲିଗ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି,'' ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ 12 ଲକ୍ଷ ଟଙ୍କା ଫାଇନ ଦେବାକୁ ପଡିବ । ବିଶାଖାପାଟଣା ACA-VDCA କ୍ରିକେଟ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟିଂ ଯୋଗୁଁ ଦିଲ୍ଲୀ ଅଧିନାୟକଙ୍କୁ ଏହି ଫାଇନ ଦେବାକୁ ପଡିବ । ଆଇପିଏଲ୍ ସ୍ଲୋ ଓଭର ରେଟିଂ ସହ ଜଡିତ ଆଚରଣ ବିଧି ଅନୁଯାୟୀ ଚଳିତ ସିଜିନରେ ଏହା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଅପରାଧ । '' ଚଳିତ ସିଜିନରେ ଦ୍ବିତୀୟ ଅଧିନାୟକ ଭାବେ ସ୍ଲୋ ଓଭର ରେଟିଂ ପାଇଁ ଋଷଭ ପନ୍ତଙ୍କୁ ଦଣ୍ଡିତ ହେବାକୁ ପଡିଛି । ଏହା ପୂର୍ବରୁ ଗୁଜୁରାଟ ଟାଇଟନ୍ସର ଅଧିନାୟକଙ୍କୁ ଦଣ୍ଡିତ ହେବାକୁ ପଡିଥିଲା । ଚେନ୍ନାଇ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟିଂ ପାଇଁ 12 ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ବିପକ୍ଷ ମ୍ୟାଚରେ ଛକା ଚୌକାର ବର୍ଷା କଲେ ମାହି, ଓ୍ବିକେଟ କିପର ଭାବେ କଲେ ନୂଆ ରେକର୍ଡ - MS Dhoni Record

ଗତ ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ଦଳକୁ ବିଜୟୀ କରାଯାଇଥିଲା । 20 ଓଭରରେ 5 ଓ୍ବିକେଟ ହରାଇ 191 ରନ କରିଥିଲା ଦିଲ୍ଲୀ । ଶେଷରେ ବିଜୟ ରନ ଲକ୍ଷ୍ୟ ହାସଲ କରିନପାରି 171 ରନରେ ଅଟକି ଥିଲା ଚେନ୍ନାଇ । ଏହି ମ୍ୟାଚରେ 20 ରନରେ ଦିଲ୍ଲୀ ଟିମ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ଖାତା ଖୋଲିଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର 52, ପନ୍ତ 51 ଓ ପୃଥ୍ବୀ ଶ 43 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.