ETV Bharat / sports

ଆଇପିଏଲରେ ଆଜି ରାଜସ୍ଥାନକୁ ଭେଟିବ ପଞ୍ଜାବ, ବିଜୟ ଲକ୍ଷ୍ଯରେ ଦୁଇ ଦଳ - IPL 2024

author img

By ETV Bharat Odisha Team

Published : Apr 13, 2024, 1:12 PM IST

IPL 2024: ଆଜି ଆଇପିଏଲରେ ରହିଚି ଏକ ରୋମାଞ୍ଚକର ମୁକାବିଲା । ପଞ୍ଜାବ କିଙ୍ଗ୍ସ କୁ ଭେଟିବ ରାଜସ୍ଥାନ ରାୟାଲ୍ସ । ଅଧିକ ପଢନ୍ତୁ

IPL 2024
IPL 2024

ଚଣ୍ଡିଗଡ: ଆଇପିଏଲ ସିଜିନ 17ରେ ଆଜି (ଶନିବାର) ରହିଛି 27 ତମ ମୁକାବିଲା । ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରାୟାଲ୍ସ । ବିଜୟ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳ । ଆଜି ସନ୍ଧ୍ୟା 7ଟା 30ରେ ପଞ୍ଜାବର ମହାରାଜା ଯାଦବନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ପଞ୍ଜାବ ଷଷ୍ଠ ମ୍ୟାଚ ଖେଳି ତୃତୀୟ ବିଜୟର ଲକ୍ଷ୍ୟ ରଖିଛି । ରାଜସ୍ଥାନ ରୟାଲ୍ସ ପୁଣି ବିଜୟ ଧାରା ଫେରିବାକୁ ଆଶା ରଖିଛି । ଦୁଇ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

IPL 2024 Point table
IPL 2024 Point table

ଚଳିତ ସିଜିନରେ ରାଜସ୍ଥାନ ରୟାଲ୍ସ ବର୍ତ୍ତମାନ ସୁଦ୍ଧା 5ଟି ମ୍ୟାଚ ଖେଳି 4ଟିରେ ବିଜୟ ହୋଇ 8 ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଦଳ ଆଜି ଷଷ୍ଠ ମ୍ୟାଚ ଖେଳିବାକୁ ଯାଉଛି । ପୂର୍ବ ମ୍ୟାଚରେ ହୋଇଥିବା ଭୁଲକୁ ସୁଧାରି ପୁଣି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ସଞ୍ଜୁ ସାମସନଙ୍କ ବାହିନୀ । ଦଳର ବ୍ୟାଟିଂ ବିଭାଗ ବେଶ ସୁଦୃଢ ରହିଛି । ରିୟାନ ପରାଗ ଓ ସଞ୍ଜୁ ସାମସନ ଫର୍ମରେ ରହିଛନ୍ତି । ଏହି ଦୁଇ ଖେଳାଳି 5ଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଆଜି ମଧ୍ୟ ଉଭୟଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ । କିନ୍ତୁ ଦଳର ଓପନିଂ ଯୋଡି ଫ୍ୟାନ୍ସଙ୍କୁ ନିରାଶ କରିଛି । ବୋଲିଂରେ ଚହଲଙ୍କ ପ୍ରଦର୍ଶନ ଭଲ ରହିଛି ।

ଏହା ମଧ୍ୟ ପଢନ୍ତୁ-ଶେଷ 2 ଓଭରରେ ପଲଟିଲା ବାଜି, ରାଜସ୍ଥାନଠୁ ବିଜୟ ଛଡାଇ ନେଲା ଗୁଜୁରାଟ - IPL 2024

ଅନ୍ୟପଟେ ରାସ୍ଥାନକୁ ମାତ ଦେବାକୁ ମଧ୍ୟ ପୁରା ପ୍ରସ୍ତୁତ ଶେଖର ଧାଓ୍ବନଙ୍କ ବାହିନୀ । ପୂର୍ବ ବର୍ଷ ଅପେକ୍ଷା ଚଳିତ ସିଜିନରେ ଦଳର ପ୍ରଦର୍ଶନ ଭଲ ରହିଛି । ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ମୋଟ 5ଟି ମ୍ୟାଚ ଖେଳି ଦଳ 2ଟିରେ ବିଜୟୀ ହୋଇଥିବା ବେଳେ 3ଟିରେ ପରାଜିତ ହୋଇଛି । 4 ପଏଣ୍ଟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ପଞ୍ଜାବ । ପୂର୍ବ ମ୍ୟାଚ ପରାଜିତ ହୋଇଥିବାରୁ ଆଜିର ମ୍ୟାଚ ପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି । ବ୍ୟାଟର ଶଶାଙ୍କ ସିଂହଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଗତ 2ଟି ମ୍ୟାଚରେ 61 ଓ 46 ରନ କରିଥିଲେ । ଆଇପିଏଲରେ ରାଜସ୍ଥାନ ଓ ପଞ୍ଜାବ ପରସ୍ପରକୁ 26 ଥର ଭେଟିଛନ୍ତି । ଏଥିରେ ରାଜସ୍ଥାନ 15ଟି ମ୍ୟାଚ ଜିତିଛି । ତେଣୁ ପୂର୍ବ ରେକର୍ଡକୁ ଦେଖିଲେ ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.