ETV Bharat / sports

ଭୋଳାବାବାଙ୍କ ଶରଣରେ ପାଣ୍ଡ୍ୟା, ସୋମନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା - Hardik Pandya at Somnath Temple - HARDIK PANDYA AT SOMNATH TEMPLE

HARDIK PANDYA AT SOMNATH TEMPLE: ବାବା ସୋମନାଥଙ୍କ ଶରଣରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା । ଜଳାଭିଷେକ ସହ କଲେ ସ୍ବତନ୍ତ୍ର ପୂଜାର୍ଚ୍ଚନା । ଅଧିକ ପଢନ୍ତୁ

HARDIK PANDYA
HARDIK PANDYA
author img

By ETV Bharat Odisha Team

Published : Apr 5, 2024, 9:18 PM IST

ଗାନ୍ଧୀନଗର: ଦେବ ଦେବ ମହାଦେବଙ୍କ ଶରଣରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଲୋକପ୍ରିୟ ଟି-20 ଟୁର୍ଣ୍ଣାମେଣ୍ଟ ଆଇପିଏଲର 17ତମ ସଂସ୍କରଣ ଜାରି ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ହ୍ୟାଟ୍ରିକ ପରାଜୟ ବରଣ କରିଛି । ଏହାବାଦ ଟିମର ଅନ୍ୟତମ ଷ୍ଟାର ପ୍ଲେୟାର ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ କ୍ୟାପ୍ଟେନ୍ସିରୁ ହଟାଯାଇ ପାଣ୍ଡ୍ୟାକୁ ଏହି ଦାୟିତ୍ବ ଦିଆଯିବା ପରେ ସେ ଖୁବ ବିରୋଧର ସାମ୍ନା କରିଛନ୍ତି । ଏହାରି ମଧ୍ୟରେ ପାଣ୍ଡ୍ୟାଙ୍କ ଗୁଜୁରାଟ ସ୍ଥିତ ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନାକୁ ନେଇ ଚର୍ଚ୍ଚା ହେଉଛି ।

ଚଳିତ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ତିନୋଟି ମ୍ୟାଚ ଖେଳିଥିବା ବେଳେ ସବୁଥିରେ ପରାଜୟ ବରଣ କରିଛି । ପୂର୍ବରୁ ଫ୍ୟାନ୍ସଙ୍କ ଆକ୍ରୋଶର ଶିକାର ହୋଇଆସୁଥିବା ପାଣ୍ଡ୍ୟାଙ୍କ ବିରୋଧରେ ବିରୋଧାଭାଷ ଆହୁରି ଅଧିକ ହୋଇଛି । ତାଙ୍କୁ ତୁରନ୍ତ ଅଧିନାୟକ ପଦରୁ ହଟାଯାଇ ପୁଣି ରୋହିତଙ୍କୁ ଏମଆଇର କ୍ୟାପ୍ଟେନ ଦାୟିତ୍ବ ଦିଆଯାଉ ବୋଲି ଫ୍ୟାନ୍ସ ଲଗାତର ଭାବେ ଦାବି କରିଆସୁଛନ୍ତି । ଏପରିକି ମ୍ୟାଚ ବେଳେ ମଧ୍ୟ ପାଣ୍ଡ୍ୟାଙ୍କୁ ଟ୍ରୋଲ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଟିମର ଖରାପ ପ୍ରଦର୍ଶନ ଓ ଫ୍ୟାନ୍ସଙ୍କ ସମର୍ଥନ ନ ମିଳିବାରୁ ପାଣ୍ଡ୍ୟା ଏହି ପୂଜାର୍ଚ୍ଚନା କରୁଥିବା ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- ମୁମ୍ବାଇରେ ଆତଙ୍କ ଖେଳାଇଲେ ବୋଲ୍ଟ-ଚହଲ, ପାଣ୍ଡ୍ୟା ବାହିନୀର ହ୍ୟାଟ୍ରିକ ପରାଜୟ - IPL 2024

ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହାର୍ଦ୍ଦିକଙ୍କ ଏହି ପୂଜାର୍ଚ୍ଚନାର ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ପାଣ୍ଡ୍ୟା ବାବା ଭୋଲେନାଥଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ପ୍ରାର୍ଥନା କରୁଛନ୍ତି । ଏହାସହିତ ମନ୍ଦିରରେ ଶିବଲିଙ୍ଗ ଉପରେ ଜଳାଭିଷେକ କରୁଥିବାର ମଧ୍ୟ ନଜର ଆସିଛନ୍ତି । ସମସ୍ତ ରୀତିନୀତି ସହିତ ଜଳାଭିଷେକ ଓ ଆଳତୀ କରିବା ପରେ ପାଣ୍ଡ୍ୟା ନିଜ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଛନ୍ତି ।

ଏହା ବି ପଢନ୍ତୁ- କ୍ୟାପ୍ଟେନ୍‌ ସର୍ତ୍ତ ରଖି ଆସିଥିଲେ ପାଣ୍ଡ୍ୟା ! ଦିନକରେ ୫ଲକ୍ଷ ଫଲୋୟର୍ସ ହରାଇଲା MI

ସୂଚନା ଥାଉ କି ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଅଲରାଉଣ୍ଡର ଭାବେ ଖେଳିଥିଲେ । ପରେ ସେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହୋଇଥିଲେ । ସେ ଗତ 2022ରେ ପାଣ୍ଡ୍ୟାଙ୍କ ନେତୃତ୍ବରେ ଚମ୍ପିଆନ ହୋଇଥିଲା ଗୁଜୁରାଟ ଟାଇଟନ୍ସ । ଏହାସହିତ 2023ରେ ମଧ୍ୟ ତାଙ୍କ ନେତୃତ୍ବରେ ଗୁଜୁରାଟ ଫାଇନାଲରେ ପହଞ୍ଚିଥିଲା । ହେଲେ ଚେନ୍ନାଇ ସୁପର କିଙ୍ଗସଠାରୁ ପରାଜୟ ବରଣ କରିଥିଲା ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.