ETV Bharat / sports

ଆଜି ଡବଲ ହେଡର ମ୍ୟାଚ, ମୁହାଁମୁହିଁ ହେବେ ମୁମ୍ବାଇ-ଦିଲ୍ଲୀ ଓ ଲକ୍ଷ୍ନୌ-ଗୁଜୁରାଟ - IPL 2024

author img

By ETV Bharat Odisha Team

Published : Apr 7, 2024, 2:01 PM IST

IPL 2024: ଆଇପିଏଲରେ ଆଜି ରହିଛି 2ଟି ମ୍ୟାଚ । ପ୍ରଥମେ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ହେବ ମୁକାବିଲା । ସନ୍ଧ୍ୟାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ଗୁଜୁରାଟ ଟାଇଟନ୍ସ ମୁହାଁମୁହିଁ ହେବେ । ଅଧିକ ପଢନ୍ତୁ

IPL 2024
IPL 2024

ହାଇଦ୍ରାବାଦ: ଆଇପିଏଲର 17 ତମ ସଂସ୍କରଣରେ ଆଜି ରହିଛି ଡବଲ ହେଡର ମ୍ୟାଚ । 20 ଓ 21 ତମ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ଗୁଜୁରାଟ ଟାଇଟନ୍ସ । ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ ଚାରି ଦଳ । ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ବିଫଳ ହୋଇଛି ପାଣ୍ଡ୍ୟା ବାହିନୀ । ତେଣୁ ଆଜିର ମ୍ୟାଚ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । 4 ଟିମ ମଧ୍ୟରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-RCBକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ରାଜସ୍ଥାନ, ବଟଲରଙ୍କ ଶତକ ଆଗରେ କୋହଲି ଫିକା - IPL 2024

ଅପରାହ୍ନ 3ଟା 30ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ବିଜୟ ହାସଲ କରିବାକୁ ଦୁଇ ଦଳ ବ୍ୟାକୁଳ ରହିଛନ୍ତି । ମୁମ୍ବାଇ ଚଳିତ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ନୈରାଶ୍ୟ ଜନକ ପ୍ରଦର୍ଶନ ଜାରି ରଖି ଦର୍ଶକଙ୍କୁ ନିରାଶ କରିଛି । 3ଟି ମ୍ୟାଚରୁ ଗୋଟିଏରେ ବି ଜିତିବାରେ ସକ୍ଷମ ହୋଇନି ଦଳ । ତେଣୁ ପୂର୍ବ ଭୁଲକୁ ସୁଧାରି ଆଜି ପ୍ରଥମ ବିଜୟ ପାଇଁ ଜୋରଦାର ଉଦ୍ୟମ କରିବ ମୁମ୍ବାଇ । ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ପାଣ୍ଡ୍ୟା ବାହିନୀ । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ସୁଦ୍ଧା ଆଇପିଏଲରେ 4ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଛି । ତେଣୁ ବିଜୟ ଧାରାକୁ ଫେରିବାକୁ ବ୍ୟାକୁଳ ଋଷଭ ପନ୍ତଙ୍କ ଟିମ । ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ଦିଲ୍ଲୀ ।

ଲକ୍ଷ୍ମୌର ଏକନା ଷ୍ଟାଡିୟମରେ ସନ୍ଧ୍ୟା 7ଟା 30ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଢା ଟକ୍କର ହେବ । ଉଭୟ ଦଳ ଚଳିତ ସିଜିନରେ ତୃତୀୟ ବିଜୟ ପାଇଁ ଆଜି ଜୋରଦାର ପ୍ରୟାସ କରିବେ । ଗୁଜୁରାଟ ଚଳିତ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ 4ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇଛି, ସେହିପରି ଲକ୍ଷ୍ମୌ 3ଟି ଖେଳି ଦୁଇଟିରେ ବିଜୟୀ ହୋଇଛି । ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଏଲଏସଜି ରହିଥିବା ବେଳେ ଜିଟି ସାତ ନମ୍ବର ସ୍ଥାନରେ ରହିଛି । ଏହି ସାରଣୀର ଉପରକୁ ଉଠିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଦୁଇ ଦଳ । ଆଜିର ମ୍ୟାଚରେ କାହାର ପଲ୍ଲା ରହୁଛି ଭାରି ଆଉ କିଏ ପରାଜିତ ହେଉଛି ତାହା ମ୍ୟାଚ ପରେ ହିଁ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.