ETV Bharat / sports

ଆଜି ମୁହାଁମୁହିଁ ହେବେ କୋଲକାତା-ରାଜସ୍ଥାନ, ଶୀର୍ଷ ସ୍ଥାନ ପାଇଁ ହେବ ଫାଇଟ - IPL 2024

author img

By ETV Bharat Odisha Team

Published : Apr 16, 2024, 2:30 PM IST

IPL 2024: ଆଇପିଏଲରେ ଆଜି ଏକ ରୋମାଞ୍ଚକର ମୁକାବିଲା ରହିଛି । ଶୀର୍ଷ ସ୍ଥାନ ପାଇଁ ଲଢେଇ କରିବେ କୋଲକାତା ଓ ରାଜସ୍ଥାନ । ଅଧିକ ପଢନ୍ତୁ

IPL 2024
IPL 2024

କୋଲକାତା: ଆଜି ଆଇପିଏଲରେ ରହିଛି 31ତମ ମୁକାବିଲା । ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । କୋଲକାତାର ଇଡେନ ଗାର୍ଡନରେ ଏହି ମ୍ୟାଚ ଖେଳାଯିବ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦୁଇ ଦଳ । ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିବାକୁ ଦୁଇ ଦଳ ମଧ୍ୟରେ ଫାଇଟ ହେବ ଟାଇଟ । ଆଇପିଏଲରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବେ ଦର୍ଶକ । କେକେଆର ଷଷ୍ଠ ତମ ମ୍ୟାଚ ଖେଳିବାକୁ ଥିବାବେଳେ ରାଜସ୍ଥାନ ସପ୍ତମ ମ୍ୟାଚ ଖେଳିବ ।

IPL 2024
IPL 2024

ଚଳିତ ସିଜିନରେ ରାଜସ୍ଥାନ ଓ କୋଲକାତା ଦଳର ପ୍ରଦର୍ଶନ ଭଲ ରହିଛି । ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଉଭୟ ପଏଣ୍ଟ ଟେବୁଲର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରାଜସ୍ଥାନ ବର୍ତ୍ତମାନ ସୁଦ୍ଧା 6ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇ 10 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ସେହିପରି କୋଲକାତା 5ଟି ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇ 8 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ଯଦି କୋଲକାତା ବିଜୟୀ ହୁଏ ତେବେ ଶୀର୍ଷ ସ୍ଥାନରେ ରହିବ । କିନ୍ତୁ ନିଜ ସ୍ଥାନ ବଜାୟ ରଖିବାକୁ ଜୋରଦାର ପ୍ରସ୍ତୁତ କରିଛି ସଞ୍ଜୁ ସାମସନଙ୍କ ବାହିନୀ ।

ଏହା ମଧ୍ୟ ପଢନ୍ତୁ-ଚିନ୍ନାସ୍ବାମୀରେ ହାଇଦ୍ରାବାଦ ବ୍ୟାଟରଙ୍କ ଆତଙ୍କ, 25 ରନରେ ହାରିଲା RCB - IPL 2024

ଆଇପିଏଲରେ ଉଭୟ ଦଳ ପରସ୍ପରକୁ 28 ଥର ଭେଟିଛନ୍ତି । ଏଥିରେ କୋଲକାତା 14 ଓ ରାଜସ୍ଥାନ 13ଟିରେ ବିଜୟୀ ହୋଇଛି । ତେଣୁ ଆଜିର ମ୍ୟାଚରେ କାହାର ପଲ୍ଲା ଭାରି ରହିବ ତାହା କହିବା ମୁସ୍କିଲ । ଚଳିତ ସିଜିନରେ ମଧ୍ୟ ଦୁଇ ଦଳ ଦୃଢ ସ୍ଥିରିରେ ରହିଥିବାରୁ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ରାଜସ୍ଥାନ ଟିମରେ ଧ୍ରୁବ ଜୁରେଲ ଓ ଜୟସ୍ବାଲ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛନ୍ତି । କିନ୍ତୁ ସାମସନ ଓ ରିୟାନ ପରାଗ ଫର୍ମରେ ରହିଛନ୍ତି । ଏହି ଦୁଇ ଜଣଙ୍କ ଉପରେ ଦଳୀୟ ସ୍କୋର ନିର୍ଭର କରେ । ସେହିପରି ବୋଲି ବିଭାଗରେ ଚହଲ ଓ ଅଶ୍ବିନୀ କମାଲ କରୁଛନ୍ତି । ଏହି ଦୁଇ ଜଣ କୋଲକାତା ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.