ETV Bharat / sports

ଆଜି ଡବଲହେଡର ମ୍ୟାଚ, କୋଲକାତାକୁ ଭେଟିବ ଲକ୍ଷ୍ନୌ-ମୁହାଁମୁହିଁ ହେବେ ଚେନ୍ନାଇ ଓ ମୁମ୍ବାଇ - IPL 2024

IPL 2024: ଆଜି ଆଇପିଏଲରେ ରହିଛି 2ଟି ମ୍ୟାଚ । ପ୍ରଥମେ କୋଲକାତା ଓ ଲକ୍ଷ୍ନୌ ମଧ୍ୟରେ ହେବ ମୁକାବିଲା । ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ମୁମ୍ବାଇ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 14, 2024, 1:31 PM IST

ହାଇଦ୍ରାବାଦ: ଆଇପିଏଲର 17ତମ ସଂସ୍କରଣରେ ଆଜି ରହିଛି ଡବଲ ହେଡର ମ୍ୟାଚ । 27ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । 28 ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଚାରି ଦଳ । ସିଏସକେ, ଏମଆଇ ଓ ଏଲଏସଜି ଷଷ୍ଠ ମ୍ୟାଚ ଖେଳିବେ । କେକେଆର ପଞ୍ଚମ ମ୍ୟାଚ ଖେଳି ଚତୁର୍ଥ ବିଜୟର ଆଶା ରଖିଛି । ଅପରାହ୍ନ ଓ ସନ୍ଧ୍ୟାରେ ହେବାକୁ ଥିବା ମ୍ୟାଚ ରୋମାଞ୍ଚକର ହେବ ।

ଅପରାହ୍ନ 3ଟା 30ରେ କୋଲକାତାର ଇଡେନ ଗାର୍ଡେନରେ କେକେଆର ଓ ଏଲଏସଜି ମଧ୍ୟରେ ମୁକାବିଲା ହେବ । ଲକ୍ଷ୍ନୌ ବର୍ତ୍ତମାନ ସୁଦ୍ଧା ଆଇପିଏଲରେ 5ଟି ମ୍ୟାଚ ଖେଳି 3ଟିରେ ବିଜୟୀ ହୋଇଥିବା ବେଳେ 2ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲ ଉପରକୁ ଉଠିବାକୁ ଆଜି ଜୋରଦାର ପ୍ରୟାସ କରିବ କେଏଲ ରାହୁଲଙ୍କ ବାହିନୀ । ଅନ୍ୟପଟେ କେକେଆର ଚଳିତ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 4ଟି ମ୍ୟାଚ ଖେଳି 3ଟିରେ ବିଜୟୀ ହୋଇଥିବା ବେଳେ ଶେଷ ମ୍ୟାଚରେ ପରାଜିତ ହୋଇଥିଲା । ତେଣୁ ପୁଣି ବିଜୟ ଧାରାକୁ ଫେରିବାକୁ ଆଶା ରଖିଛି ଦଳ । ଏହି ଦୁଇ ଦଳ ମଧ୍ୟରେ ଆଜି ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-ଶେଷ ଓଭରରେ ବାଜି ପଲଟାଇଲେ ହେତମାୟାର, 3 ୱିକେଟରେ ପଞ୍ଜାବକୁ ହରାଇଲା ରାଜସ୍ଥାନ - IPL 2024

ସନ୍ଧ୍ୟା 7ଟା 30ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ଉଭୟ ଦଳ ବର୍ତ୍ତମାନ ସୁଦ୍ଧା 5ଟି ଲେଖାଏଁ ମ୍ୟାଚ ଖେଳିସାରିଛନ୍ତି । ଚେନ୍ନାଇ 3ଟିରେ ବିଜୟୀ ହୋଇଥିବା ବେଳେ ମୁମ୍ବାଇ 2ଟିରେ ଜିତିଛି । ଉଭୟ ଦଳ ଆଜି ଷଷ୍ଠ ମୁକାବିଲା ଖେଳିବାକୁ ଯାଉଛନ୍ତି । କ୍ରମଶଃ ହ୍ୟାଟ୍ରିକ ପରାଜୟ ପରେ ପାଣ୍ଡ୍ୟାଙ୍କ ବାହିନୀ ଟ୍ରାକକୁ ଫେରି ଲଗାତାର ଦୁଇଟି ମ୍ୟାଚରେ ବିଜୟୀ ହୋଇଛି । ଆଜି ହ୍ୟାଟ୍ରିକ ବିଜୟ ହାସଲ ଲକ୍ଷରେ ରହିଛି ଟିମ । ସେପଟେ ଚେନ୍ନାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ବେଳେ ଉପରକୁ ଉଠିବାକୁ ପୁରା ପ୍ରସ୍ତୁତ ଋତୁରାଜଙ୍କ ବାହିନୀ । ଦୁଇ ଦଳ ମଧ୍ୟରେ ଆଜି ଫାଇଟ ହେବ ଟାଇଟ । ଏହି ମ୍ୟାଚକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.