ETV Bharat / sports

ପାଣ୍ଡ୍ୟାଙ୍କ ବଲରେ ଧୋନିଙ୍କ ଛକା ବର୍ଷା; ରୋହିତଙ୍କ ଶତକ ବ୍ୟର୍ଥ, 20 ରନରେ ଚେନ୍ନାଇଠୁ ହାରିଲା ମୁମ୍ବାଇ - IPL 2024 - IPL 2024

IPL 2024: ଆଇପିଏଲର 28 ତମ ମୁକାବିଲାରେ ରୋମାଞ୍ଚଙ୍କର ସୋ ଦେଖିଲେ ଦର୍ଶକ । ଧୋନିଙ୍କ ଛକା ମାଡରେ କମ୍ପିଲା ଷ୍ଟାଡିୟମ । 20 ରନରେ ହାରିଲା ମୁମ୍ବାଇ । ଅଧିକ ପଢନ୍ତୁ

IPL 2024
IPL 2024
author img

By ETV Bharat Odisha Team

Published : Apr 15, 2024, 7:08 AM IST

ମୁମ୍ବାଇ: ସୁପର ସଣ୍ଡେରେ ସୁପର ସୋ । ଓ୍ବାଙ୍ଖଡେରେ ଚେନ୍ନାଇ ମୁମ୍ବାଇ ମ୍ୟାଚର ଭରପୁର ଫାଇଦା ଉଠାଇଲେ ଦର୍ଶକ । ଧୋନିଙ୍କ ଲମ୍ବା ଲମ୍ବା ଛକା ଓ ରୋହିତଙ୍କ ଶତକୀୟ ପାଳିରେ କମ୍ପିଲା ଷ୍ଟାଡିୟମ । କିନ୍ତୁ ବିଫଳ ହେଲା ରୋହିତଙ୍କ ଶତକ, ଚଳିତ ଆଇପିଏଲର 28ତମ ମ୍ୟାଚରେ 20 ରନରେ ଚେନ୍ନାଇଠୁ ହାରିଲା ମୁମ୍ବାଇ । ଋତୁରାଜ ଗାଏକଓ୍ବାଡେ ଓ ଶିବମ ଦୁବେଙ୍କ ଲଢୁଆ ଅର୍ଦ୍ଧଶତକ । ପାଣ୍ଡ୍ୟାଙ୍କ ଓଭର ମହଙ୍ଗା ସାବ୍ୟସ୍ତ । 4 ଓଭରରେ 28 ରନ ସହ 4ଟି ଓ୍ବିକେଟ ନେଇ ମୁମ୍ବାଇ ପାଇଁ ଘାତକ ସାବ୍ୟସ୍ତ ହେଲେ ପତିରଣା । ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲ ୨୦୨୪: ହୋମ୍‌ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ୮ ୱିକେଟରେ ମାତ ଦେଲା କୋଲକାତା - IPL 2024

ଧୋନିଙ୍କ ହ୍ୟାଟ୍ରିକ ଛକା: ରବିବାର ସନ୍ଧ୍ୟା 7ଟା 30ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ବ୍ୟାଟିଂ ପାଇଁ ପ୍ରଥମେ ପଡିଆକୁ ଓହ୍ଲାଇଥିଲା ସିଏସକେ । 20 ଓଭରରେ ଦଳ 4 ଓ୍ବିକେଟ ହରାଇ 206ରନ କରିଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରାହାଣେ ଓ ରଚିନ ରବିନ୍ଦ୍ର । 5 ରନ କରି ରହାଣେ ଆଉଟ ହୋଇଥିବା ବେଳେ ରବିନ୍ଦ୍ର 21 ରନ କରି ପାଭିଲିୟନକୁ ଫେରିଥିଲେ ।

ଏହାପରେ ଶିବମ ଦୁବେ ଓ ଗାଏକଓ୍ବାଡେ ଧୁଆଁଧାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଗାଏକଓ୍ବାଡେ 69 ରନ କରି ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ମିଚେଲ । ସେ କିନ୍ତୁ ପଡିଆରେ ସେ ବେଶି ସମୟ ତିଷ୍ଠି ପାରିନଥିଲେ । 17 ରନରେ ସେ ପାଣ୍ଡ୍ୟାଙ୍କ ବଲରେ ସେ ଆଉଟ ହୋଇଥିଲେ । ଦଳୀୟ ସ୍କୋର 186 ହୋଇଥିବା ବେଳେ ଆଉ ମାତ୍ର 4ଟି ବଲ ବାକିଥିଲା । ଆଉ ପଡିଆକୁ ଓହ୍ଲାଇଥିଲେ ମହେନ୍ଦ୍ର ସିଂ ଧୋନି । ଦର୍ଶକଙ୍କ ହୃଦସ୍ପନ୍ଦନ ବଢିଯାଇଥିଲା । ଧୋନିଙ୍କ ସଟ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବଢିଥିଲା ଉତ୍କଣ୍ଠା । ଆଉ ଯାହା ସମସ୍ତେ ଭାବିଥିଲେ ସେଇଆ ହିଁ ହେଲା । ଅନ୍ତିମ ଓଭର ପାଣ୍ଡ୍ୟା ବୋଲିଂ କରୁଥିଲେ । ଶେଷରେ 4ଟି ବଲ ବାକି ଥିବାରୁ ଧୋନିଙ୍କ ଲକ୍ଷ୍ୟ ରହିଥିଲା କିପରି ବଲକୁ ବାଉଣ୍ଡରି ବାହାରକୁ କରିବେ । ତିନୋଟି ବଲରୁ ହ୍ୟାଟ୍ରିକ ଛକା ପରେ ଶେଷ ବଲରେ 2 ରନ ନେଇ ସେ 20 ରନ କରି ଅପରାଜିତ ରହିଥିଲେ । 43 ବର୍ଷ ବୟସରେ ବି ଧୋନିଙ୍କ ଏପରି ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି ।

ରୋହିତଙ୍କ ଶତକ ବ୍ୟର୍ଥ: ଏହାପରେ 207 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଇଶାନ ଓ ରୋହିତ । ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ରୋହିତ ଶତକ ହାସଲ କରିଥିଲେ । 63 ହଲରେ ସେ 105 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଶାନ 23, ତିଳକ 31 ଓ ଡେଭିଢ 13 ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର 10 ରନ ବି କରିବାକୁ ସକ୍ଷମ ହୋଇନଥିଲେ । ପତିରଣାଙ୍କ ବୋଲିଂ ଆଗରେ ଚାଲି ନଥିଲା ମୁମ୍ବାଇ ବ୍ୟାଟରଙ୍କ ବ୍ୟାଟ । ଶେଷରେ 20 ଓଭରରେ 6 ଓ୍ବିକେଟ ହରାଇ ମାତ୍ର 186 ରନ କରିଥିଲା ଦଳ । ରୋହିତଙ୍କ ଶତକ ପରେ ମଧ୍ୟ ଚେନ୍ନାଇଠାରୁ ହାରିଥିଲା ମୁମ୍ବାଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.