ETV Bharat / sports

ଓଡ଼ିଶାରେ ହକି ହିରୋଙ୍କୁ ଭବ୍ୟ ସ୍ବାଗତ; ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ମେଗା ରୋଡ ସୋ', ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ - Indian Hockey Team at Odisha

author img

By ETV Bharat Sports Team

Published : Aug 21, 2024, 1:24 PM IST

Updated : Aug 21, 2024, 1:38 PM IST

INDIAN HOCKEY TEAM AT ODISHA : ଓଡ଼ିଶାରେ ପହଞ୍ଚିଛନ୍ତି ଭାରତୀୟ ପ୍ୟାରିସ ଅଲିମ୍ପିକ୍ସ 2024ରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିବା ଭାରତୀୟ ହକି ଦଳ । ରୋଡ ସୋ' ପରେ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

INDIAN HOCKEY TEAM AT ODISHA
INDIAN HOCKEY TEAM AT ODISHA (ETV Bharat Odisha)

ଭୁବନେଶ୍ବର: ଭାରତୀୟ ହକି ଦଳକୁ ଓଡ଼ିଶାରେ ଭବ୍ୟ ସ୍ୱାଗତ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଦଳର ଖେଳାଳି ମାନଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ଭୁବନେଶ୍ବରରେ ପହଞ୍ଚିବା ପରେ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ବିମାନବନ୍ଦରଠାରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ମେଗା ରୋଡ ସୋ' । କ୍ରୀଡ଼ାପ୍ରେମୀମାନେ ହକି ଖେଳାଳିଙ୍କୁ କରୁଛନ୍ତି ସ୍ୱାଗତ । ପ୍ୟାରିସ ଅଲିମ୍ପିକ୍ସ 2024ରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିବା ଭାରତୀୟ ହକି ଦଳକୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବିମାନବନ୍ଦରରେ ସ୍ବାଗତ କଲେ କ୍ରୀଡ଼ାମନ୍ତ୍ରୀ :-

ଭାରତୀୟ ହକି ଖେଳାଳିଙ୍କୁ ରାଜ୍ୟକୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଗଣମାଧ୍ୟମକୁ ସୂଚନା ଦେଇ କ୍ରୀଡାମନ୍ତ୍ରୀ କହିଛନ୍ତି, "ଭାରତୀୟ ଦଳ କାଂସ୍ୟ ପଦକ ଜିତିବା ଆମ ପାଇଁ ଗର୍ବର କଥା । ବିଦେଶ ମାଟିରେ ଭାରତୀୟଙ୍କୁ ଗୌରବାନ୍ବିତ କରିବାର ଅବସର ଆଣିଦେଇଛନ୍ତି ଭାରତୀୟ ଖେଳାଳି ।" ଖେଳାଳିମାନଙ୍କ ସ୍ବାଗତ ପାଇଁ ଅନେକ ରାଜନେତା, କ୍ରୀଡାପ୍ରେମୀ ଏବଂ ପାରମ୍ପରିକ ନୃତ୍ୟଶିଳ୍ପୀ ପ୍ରମୁଖ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ । ବିମାନବନ୍ଦରରୁ କଳିଙ୍ଗଷ୍ଟାଡିୟମ ପର୍ଯ୍ୟନ୍ତ ହୋଇଥିବା ବିଶାଳ ରୋଡ ସୋ'ରେ ଶହ ଶହ ପ୍ରଶଂସକ ସାମିଲ ହୋଇଥିଲେ ।

ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ମେଗା ରୋଡ ସୋ' :-

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍‌ର ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ବିମାନବନ୍ଦରରୁ ବିଶାଳ ରୋଡ୍ ସୋ’ କରି ପୁରା ଟିମକୁ କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଥିଲା । ଏହି ରୋଡ ସୋ'ରେ ଶହ ଶହ ପ୍ରଶଂସକ ସାମିଲ ହୋଇଥିଲେ । ରାସ୍ତାର ଉଭୟ ପାର୍ଶ୍ବରେ ମଧ୍ୟ ପ୍ରଶଂସକମାନେ ରହି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ :-

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳ କାଂସ୍ୟ ପଦକ ଜିତିବା, ଦଳର ସମସ୍ତ କ୍ରୀଡ଼ାବିତ୍‌ଙ୍କର ଦୃଢ଼ତା ଓ ନିଷ୍ଠାପରତାର ପ୍ରମାଣ ପ୍ରଦାନ କରିଛି । ତେଣୁ ସେହି ହକି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟାରେ ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର ସମସ୍ତ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ । ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଖେଳାଳିଙ୍କୁ 15 ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସଙ୍କୁ 4 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ ।

ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ :-

ପ୍ୟାରିସ ଅଲିମ୍ପିକ୍ସ 2024ରେ ଦମଦାର ପ୍ରଦର୍ଶନ କରି ସେମିରେ ପ୍ରବେଶ କରିଥିଲା ଭାରତ । ସେମିଫାଇନାଲରେ ଜର୍ମାନୀଠାରୁ 3-2ରେ ହାରିବା ପରେ କାଂସ୍ୟ ପଦକ ମ୍ୟାଚରେ ସ୍ପେନକୁ 2-1 ଗୋଲରେ ହରାଇଥିଲା । ଏହି ବିଜୟ ସହିତ ଭାରତ ଏହି ଅଲିମ୍ପିକ୍ସରେ ଭାରତ ପାଇଁ କାଂସ୍ୟ ପଦକ ହାସଲ କରିଥିଲା । ତେବେ ଗତ 2020 ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ କାଂସ୍ୟ ପଦକ ଜିତିଥିଲା । ସେହିମ୍ୟାଚରେ ଭାରତ, ଜର୍ମାନୀଙ୍କୁ 5-4 ଗୋଲରେ ହରାଇଥିଲା । ଭାରତୀୟ ହକି ଟିମ୍ 2020 ବର୍ଷ ପରେ 2024ରେ ପୁଣି ଅଲିମ୍ପିକ୍ସରେ କମାଲ କରିଥିଲା । 52 ବର୍ଷ ପରେ ଲଗାତାର ଭାବେ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ଜିତି ଇତିହାସ ରଚିଛି ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସ ମେଡାଲ ବିଜେତା ହକି ବୀରଙ୍କୁ ଭବ୍ୟ ସ୍ବାଗତ କରିବ ଓଡିଶା; ଭୁବନେଶ୍ବରରେ ରୋଡ ସୋ’, କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Felicitation of Indian hockey team

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 21, 2024, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.