ETV Bharat / sports

ଦକ୍ଷିଣ କୋରିଆକୁ 3-1ରେ ହରାଇଲା ଭାରତ, 200 ଗୋଲ ପୂରଣ କଲେ ହର୍ମନପ୍ରୀତ, ଶନିବାର ପାକ୍‌-ଇଣ୍ଡିଆ ମୁକାବିଲା - Asian Champions Trophy hockey 2024

author img

By ETV Bharat Sports Team

Published : Sep 13, 2024, 6:59 AM IST

Updated : Sep 13, 2024, 7:09 AM IST

Asian Champions Trophy hockey 2024: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ବିଜୟ ଧାରା ଜାରି । ଚତୁର୍ଥ ମ୍ୟାଚରେ 3-1 ଗୋଲରେ ଦକ୍ଷିଣ କୋରିଆକୁ ହରାଇ 200 ଗୋଲ ପୂରଣ କଲେ ହର୍ମନପ୍ରୀତ । ଅଧିକ ପଢନ୍ତୁ

Asian Champions Trophy hockey 2024
Asian Champions Trophy hockey 2024 ((AP Photo))

ବେଜିଂ: ଚୀନ୍‌ରେ ଚାଲିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଅପରାଜୟ ଧାରା ବଜୟୀ ରଖିଛି ଭାରତୀୟ ପୁରୁଷ ହକି ଟିମ୍‌ । ଚତୁର୍ଥ ମ୍ୟାଚରେ 3-1 ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କଲା ଟିମ୍‌ ଇଣ୍ଡିଆ । ଏହି ବିଜୟ ସହିତ ଭାରତ କୋରିଆର ହ୍ୟାଟ୍ରିକ ବିଜୟରେ ବ୍ରେକ ଲଗାଇଦେଇଛି । ଅଧିନାୟକ ହର୍ମନପ୍ରୀତ ସିଂ 2ଟି ଗୋଲ ଦେଇ ଦଳର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବା ସହ ଅନ୍ତର୍ଜାତୀୟ ହକିରେ ନିଜର 200 ଗୋଲ ପୂରଣ କରିଛନ୍ତି ।

ଶେଷ ଲିଗ୍‌ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ: କ୍ରିକେଟ ହେଉ କି ହକି ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ ପାକିସ୍ତାନ ମ୍ୟାଚ ଦେଖିବାକୁ ସମସ୍ତେ ବେଶ ଉତ୍ସାହିତ । ଆସନ୍ତା ଶନିବାର ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ଭେଟିବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ଲଢେଇ ସଂଘର୍ଷପୂର୍ଣ୍ଣ ରହିବ । ପୂର୍ବରୁ ଭାରତ 3ଟି ମ୍ୟାଚରେ ବିଜୟୀ ହୋଇ ସେମିରେ ପ୍ରବେଶ କରିସାରିଛି । ପ୍ରଥମ ମୁକାବିଲାରେ ଚୀନକୁ 3-0, ଦ୍ବିତୀୟ ମୁକାବିଲାରେ 5-1 ଗୋଲରେ ଜାପାନକୁ ଓ ତୃତୀୟ ମୁକାବିଲାରେ ମାଲେସିଆକୁ 8-1 ଗୋଲରେ ପରାସ୍ତ କରି ଅପରାଜୟ ଧାରା ବଜାୟ ରଖିଛି ।

ଏହା ମଧ୍ୟ ପଢନ୍ତୁ-ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି; ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତ, ରାଜକୁମାରଙ୍କ ଗୋଲ ବର୍ଷା - Asian Champions Trophy hockey

200 ଗୋଲ ପୂରଣ କଲେ ଅଧିନାୟକ ହର୍ମନପ୍ରୀତ: ସୀୟ ଚାମ୍ପିଅନ୍ସ ଟ୍ରଫି ହକିର ଚତୁର୍ଥ ମ୍ୟାଚରେ 2ଟି ଗୋଲ ଦେଇ ତୃତୀୟ ଭାରତୀୟ ଭାବେ ଅନ୍ତର୍ଜାତୀୟ ହକିରେ 200 ଗୋଲ ପୂରଣ କରିଛନ୍ତି ହର୍ମନପ୍ରୀତ । ପୂର୍ବରୁ 185ଟି ମ୍ୟାଚ ଖେଳି 570 ଗୋଲ କରିଥିଲେ ବିଶିଷ୍ଠ ହକି ତାରକା ଧ୍ୟାନଚାନ୍ଦ । ସେହିପରି ବଲବୀର ସିହ 61ଟି ମ୍ୟାଚ ଖେଳି 246ଟି ଗୋଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଭାରତ-ବାଂଲାଦେଶ ଟେଷ୍ଟ: କାହିଁକି ବୁମରାଙ୍କୁ ମିଳିଲାନି ଉପ ଅଧିନାୟକ ଦାୟିତ୍ବ ? - IND VS BAN FIRST TEST

ଆରମ୍ଭରୁ ଆଧିପତ୍ୟ: ପ୍ରଥମ କ୍ବାଟରରୁ ଆକ୍ରମକ ଆରମ୍ଭ କରିଥିଲା ଭାରତ । ଅରଜିତ ସି ହୁଣ୍ଡାଲ ପ୍ରଥମ ଗୋଲ ଦେଇଥିଲେ । ଏହାପରେ ପେନାଲ୍ଟି ସୁଯୋଗ ମିଳିବାରୁ ହର୍ମନପ୍ରୀତ ଦ୍ବିତୀୟ ଗୋଲ ଦେଇ 2-0ରେ ଆଗୁଆ ରହିଥିଲେ । ଦ୍ବିତୀୟ କ୍ବାଟରରେ ସଂଘର୍ଷ କରି ପ୍ରଥମ ଗୋଲ କରିଥିଲା କୋରିଆ । ତୃତୀୟ କ୍ବାଟରରେ ଦୁଇ ଦଳ ମଧ୍ୟରେ ଗୋଲ ପାଇଁ ସଂଘର୍ଷ ହୋଇଥିଲା । 43 ମିନିଟରେ ଭାରତରୁ ପେନାଲ୍ଟି ସୁଯୋଗ ମିଳିବାରୁ ହର୍ମନପ୍ରୀତ ଏହାକୁ ଗୋଲରେ ପରିଣତ କରିଥିଲେ । ଭାରତ ତୃତୀୟ କ୍ବାଟର ସୁଦ୍ଧା 3-1ରେ ଅଗ୍ରଣୀ ରହିଥିଲା । ଚତୁର୍ଥ କ୍ବାଟର ଗୋଲ ଶୂନ୍ୟ ରହିଥିଲା । ଭାରତ ବିଜୟୀ ହୋଇଥିଲା ।

Last Updated : Sep 13, 2024, 7:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.