ETV Bharat / sports

କ୍ରିକେଟରୁ ଶିଖର ଧାଓ୍ବନଙ୍କ ଅବସର, ICC ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଥିଲେ ସଙ୍କଟମୋଚକ, ଇମୋସନାଲ ଭିଡିଓ ଛାଡି କହିଲେ... - Shikhar Dhawan announces retirement

author img

By ETV Bharat Sports Team

Published : Aug 24, 2024, 8:10 AM IST

Updated : Aug 24, 2024, 9:50 AM IST

Shikhar Dhawan announces retirement: ଅବସର ଘୋଷଣା କଲେ ଶିଖର ଧାଓ୍ବନ । ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟକୁ ବାଏ ବାଏ କହିଲେ ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧାଓ୍ବନ । ଅଧିକ ପଢନ୍ତୁ

Shikhar Dhawan
Shikhar Dhawan (Etv Bharat)

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧାଓ୍ବନଙ୍କ ବଡ ଘୋଷଣା । କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ ଦଳର ବାମହାତି ବ୍ୟାଟ୍ସମାନ ଶିଖର ଧାଓ୍ବନ । ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ସେ ଆଜି ସନ୍ୟାସ ଘୋଷଣା କରିଛନ୍ତି । ଆଗକୁ ତାଙ୍କୁ ଆଉ କ୍ରିକେଟ ପିଚ୍‌ରେ ଦେଖିବାକୁ ମିଳିବ ନାହିଁ । ଅବସର ନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଅନ୍ତର୍ଜାତୀୟ କ୍ୟାରିୟରରେ 34 ଟେଷ୍ଟ, 167 ଦିନିକିଆ ଓ 68ଟି ଟି 20 ମ୍ୟାଚ୍ ଖେଳିଛନ୍ତି ଶିଖର।

Shikhar Dhawan
Shikhar Dhawan (Etv Bharat)

'ମୋର ସ୍ବପ୍ନ ପୂରଣ ହୋଇଛି' : ଭିଡିଓରେ ଶିଖର କହିଛନ୍ତି, '' ଆଜି ମୁଁ ଏପରି ଏକ ସ୍ଥାନରେ ଛିଡା ହୋଇଛି, ଯେଉଁଠି ପଛକୁ ଅନାଇ ଦେଖିଲେ କେବଳ ସ୍ମୃତି ହିଁ ନଜରକୁ ଆସୁଛି । ଆଗକୁ ଅନାଇଲେ ପୁରା ଦୁନିଆ ଦେଖିବାକୁ ମିଳୁଛି । ମୋର ସବୁଦିନ ଏକ ସ୍ବପ୍ନ ଥିଲା ଭାରତ ପାଇଁ ଖେଳିବା । ତାହା ମଧ୍ୟ ମୁଁ କରି ଦେଖାଇଲି, ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ସବୁଠାରୁ ପ୍ରଥମେ ମୋ ପରିବାର, ମୋର ପିଲା ଦିନର କୋଚ ଯାହାଙ୍କ ତତ୍ତ୍ବାବଧାନରେ ମୁଁ କ୍ରିକେଟ ଶିଖିଛି । ମୋର ଟିମ୍‌ ଯାହାଙ୍କ ସହ ମୁଁ ବର୍ଷ ବର୍ଷ ଧରି ଖେଳିଛି , ମୋତେ ଏକ ପରିବାର ମିଳିଲା , ପରିଚୟ ମିଳିଲା ଓ ସମସ୍ତଙ୍କ ଭଲପାଇବା ମିଳିଲା । ଆଗକୁ ବଢିବାକୁ ହେଲେ କିଛି ପରିବର୍ତ୍ତନ କରିବାର ଅଛି ।

ଏହା ମଧ୍ୟ ପଢନ୍ତୁ-'ମୁଁ ହାରିଗଲି...' ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ପରେ କୁସ୍ତିକୁ ଭିନେଶ ଫୋଗତଙ୍କ ଅଲବିଦା - Vinesh Phogat announces retirement

Shikhar Dhawan
Shikhar Dhawan (Etv Bharat)

'କ୍ରିକେଟରୁ ସନ୍ୟାସ ଘୋଷଣା କରୁଛି': ସେ ଆହିରୁ ମଧ୍ୟ କହିଛନ୍ତି, '' ମୁଁ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ଘୋଷଣା କରୁଛି । ମୁଁ ଯେତେବେଳେ ମୋର କ୍ରିକେଟ କ୍ୟାରିୟରକୁ ଅଲବିଦା କହୁଛି, ମୋର ହୃଦୟର ଶାନ୍ତି ଅନୁଭବ କରୁଛି ଏଥି ପାଇଁ ମୋର ଦେଶ ପାଇଁ ମୁଁ କ୍ରିକେଟ ଖେଳିଛି । ମୋତେ ଖେଳିବାର ସୁଯୋଗ ଦେଇଥିବାରୁ ମୁଁ ବିସିଆଇ ଓ ଡିଡିସିଆକୁ ଧନ୍ୟବାଦ ଜଣାଉଛି । ସମସ୍ତ ଫ୍ୟାନ୍ସଙ୍କୁ ମଧ୍ୟ ଧନ୍ୟବାଦ । ''

Shikhar Dhawan Cricketer Career
Shikhar Dhawan Cricketer Career (ETV Bharat)

କ୍ରିକେଟ କ୍ୟାରିୟର: ଭାରତୀୟ ଦଳରେ ଶିଖରଙ୍କୁ ଶଙ୍କଟମୋଚକ ବୋଲି କୁହାଯାଏ । ଅନେକ ବଡ ବଡ ମ୍ୟାଚରେ ଦଳ ପ୍ରେସରେ ଥିବା ବେଳେ ସେ ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି । ସେ କ୍ରିକେଟର ସମସ୍ତ ଫର୍ମାଟରେ ଦଳର ନେତୃତ୍ବ ମଧ୍ୟ ନେଇଛନ୍ତି । କିନ୍ତୁ ଦିନିକିଆ ମ୍ୟାଚରେ ତାଙ୍କର ପ୍ରଦର୍ଶନ ସର୍ବଶେଷ୍ଠ । ଏହି ବାମହାତି ବ୍ୟାଟ୍ସମ୍ୟାନ ଭାରତୀୟ ଦଳ ପାଇଁ ମୋଟ 167ଟି ଦିନିକିଆ ମ୍ୟାଚ ଖେଳି ହାରାହାରି 44.1 ରେ 6,793 ରନ୍ ସଂଗ୍ରହ କରିଛନ୍ତି । ସେଥି ମଧ୍ୟରୁ 17ଟି ଶତକ ଓ 39ଟି ଅର୍ଦ୍ଧଶତକ ରହିଛି । ଟେଷ୍ଟ ଫର୍ମାଟରେ ସେ 34ଟି ମ୍ୟାଚ ଖେଳି 2315 ରନ ସଂଗ୍ରହ କରିଛନ୍ତି । ଏଥିରେ 7ଟି ଶତକ ଓ 5ଟି ଅର୍ଦ୍ଧଶତକ ରହିଛି । ଅନ୍ତର୍ଜାତୀୟ ଟି 20 ଫର୍ମାଟରେ ମୋଟ 68ଟି ମ୍ୟାଚ ଖେଳି 27.9 ହାରରେ 1759 ରନ କରିଛନ୍ତି । ଏଥିରେ 11ଟି ଅର୍ଦ୍ଧଶତକ ସାମିଲ ରହିଛି । ଘରୋଇ କ୍ରିକେଟରେ ଧାୱନ 122 ରଣଜୀ ମ୍ୟାଚ୍ ଖେଳିଥିଲେ । 44.26 ହା4ରରେ ସେ 8499 ରନ କରିଥିଲେ । ଏଥିରେ 25ଟି ଶତକ ଓ 29ଟି ଅର୍ଦ୍ଧଶତକ ସାମିଲ ରହିଛି । ଲିଷ୍ଟ ଏରେ 302ଟି ମ୍ୟାଚ ଖେଳି 20ଟି ଶତକ ଓ 67ଟି ଅର୍ଦ୍ଧଶତକ ସହ 12 ହଜାର ରନ କରିଛନ୍ତି ଧାଓ୍ବାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 24, 2024, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.