ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହାରିବା ପରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ (WTC) ରାଙ୍କିଂ ଏବଂ ପଏଣ୍ଟ ତାଲିକାରେ ତଳକୁ ଖସିଲା ଟିମ୍ ଇଣ୍ଡିଆ । ପ୍ରଥମ ସ୍ଥାନରୁ ଖସି ଦ୍ବିତୀୟ ସ୍ଥାନକୁ ଖସିଛି ଭାରତ । ଫଳରେ ଆସନ୍ତାବର୍ଷ ହେବାକୁ ଥିବା WTC ଫାଇାନଲ ମ୍ୟାଚ ଭାରତ ଖେଳିବ ନା ନାହିଁ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ବର୍ତ୍ତମାନ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ ।
WTC 1 ନମ୍ବର ସ୍ଥାନ ହରାଇଲା ଭାରତ:
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର 3ଟି ଯାକ ମ୍ୟାଚ ହାରିବା ଭାରତ ଉପରେ ଭାରି ପଡିଛି । ଫଳରେ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ତାଲିକାରେ ଭାରତ ପ୍ରଥମ ସ୍ଥାନରୁ ଦ୍ବିତୀୟ ସ୍ଥାନକୁ ଚାଲିଯାଇଛି । ଯଦି ଶେଷ ମ୍ୟାଚରେ ଦଳ ବିଜୟୀ ହୋଇଥାନ୍ତା ତେବେ ସ୍ଥାନ ବଜାୟ ରଖିଥାନ୍ତା । ଅଷ୍ଟ୍ରେଲିଆ 62.50 ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛି । ଭାରତ 58.33 ପ୍ରତିଶତ ସହ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଶ୍ରୀଲଙ୍କା 55.56 ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ, ନ୍ୟୁଜିଲାଣ୍ଡ ସିରିଜ ଜିତିବା ପରେ ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି । ପୂର୍ବରୁ 42 ପ୍ରତିଶତ ଥିବା ବେଳେ ଏବେ ତାହା 54.55ରେ ପହଞ୍ଚିଛି ।
- ଅଷ୍ଟ୍ରେଲିଆ 62.50 ସହ ପ୍ରଥମ ସ୍ଥାନ
- ଭାରତ 58.33 ସହ ଦ୍ବିତୀୟ ସ୍ଥାନ
- ଶ୍ରୀଲଙ୍କା 55.56 ସହ ତୃତୀୟ ସ୍ଥାନ
- ନ୍ୟୁଜିଲାଣ୍ଡ 54.55 ସହ ଚତୁର୍ଥ ସ୍ଥାନ
India lose their top spot in the #WTC25 standings to Australia ahead of the Border-Gavaskar series 👀
— ICC (@ICC) November 3, 2024
More ➡ https://t.co/NhIdk0D9Bc#INDvNZ pic.twitter.com/QOal6bA5tD
ଏହା ମଧ୍ୟ ପଢନ୍ତୁ-IND VS NZ Test: କ୍ଲିନ ସୁଇପ କଲା ଟିମ୍ ନ୍ୟୁଜିଲାଣ୍ଡ, ଭାରତର ଲଜ୍ଜାଜନକ ପରାଜୟ
ଏହା ମଧ୍ୟ ପଢନ୍ତୁ-ସିରିଜ ହାରିଲା ଟିମ୍ ଇଣ୍ଡିଆ; କୋହଲି-ରୋହିତଙ୍କ ଅବସର ଦାବି କଲେ ଫ୍ୟାନ୍ସ
ଏହା ବି ପଢନ୍ତୁ- ସିରିଜ ପରାଜୟ ପରେ ଖସିଲା ଟିମ୍ ଇଣ୍ଡିଆର WTC ପଏଣ୍ଟ, ଉଠିଲା ପାକିସ୍ତାନ
WTC ଫାଇନାଲ ଖେଳିବ ତ ଭାରତ ?:
ଘରୋଇ ମାଟିରେ ସିରିଜ ପରାଜୟ ପରେ 58.33 ପ୍ରତିଶତ ସହ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ତେବେ ଫାଇନାଲ ମ୍ୟାଚ ଖେଳିବାକୁ ହେଲେ ଭାରତକୁ ଆଉ 5ଟି ଟେଷ୍ଟ ମ୍ୟାଚରୁ 4ଟିରେ ବିଜୟ ଆବଶ୍ୟକ । ଚଳିତ ମାସରେ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ଏଥିରେ ଭାରତ 5ଟି ଟେଷ୍ଟ ମ୍ୟାଚ ମଧ୍ୟରୁ 4ଟିରେ ବିଜୟୀ ହେବା ସହ ଗୋଟିଏ ମ୍ୟାଚ ଯଦି ଡ୍ର ରଖେ ତେବେ ସିଧା ଡବ୍ଲୁଟିସି ଫାଇନାଲ ଖେଳି ପାରିବ । ନଚେତ ଟେଷ୍ଟ ଚାମ୍ପିଅନସିପ୍ ମଧ୍ୟ ହାତରୁ ଚାଲିଯିବା ସମ୍ଭାବନା ରହିଛି । ଅଥବା ଭାରତକୁ ଅନ୍ୟ ଦେଶର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ । ଆସନ୍ତାବର୍ଷ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ WTC ଫାଇନାଲ ।
New Zealand wrap up a remarkable Test series with a 3-0 whitewash over India following a thrilling win in Mumbai 👏 #WTC25 | 📝 #INDvNZ: https://t.co/XMfjP9Wm9s pic.twitter.com/vV9OwFnObv
— ICC (@ICC) November 3, 2024
- ଭାରତ WTC ଫାଇନାଲ ଖେଳିବାକୁ ହେଲେ ୫ଟି ଟେଷ୍ଟ ମ୍ୟାଚରୁ ୪ଟିରେ ବିଜୟ ଆବଶ୍ୟକ
- ଚଳିତମାସ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ
- ଏଥିରେ ଭାରତ ୫ଟି ଟେଷ୍ଟ ମଧ୍ୟରୁ ୪ଟିରେ ବିଜୟୀ ସହ ଗୋଟିଏ ମ୍ୟାଚ ଡ୍ର ରଖିଲେ ସିଧା ଡବ୍ଲୁଟିସି (WTC) ଫାଇନାଲ ଖେଳି ପାରିବ
- ଆସନ୍ତାବର୍ଷ ଇଂଲଣ୍ଡର ଲର୍ଡ୍ସ(LORDS) ଗ୍ରାଉଣ୍ଡରେ ଖେଳାଯିବ WTC ଫାଇନାଲ
ଟେଷ୍ଟ ସିରିଜରେ ଶେଷ ମ୍ୟାଚରେ ଭାରତର ଲଜ୍ଜାଜନକ ପରାଜୟ ହୋଇଥିଲା । 92 ବର୍ଷ ପରେ ଭାରତକୁ ଘରୋଇ ମାଟିରେ ଟେଷ୍ଟ ସିରିଜରେ ପରାଜୟ କରି ନିଜ ନାମରେ ନୂଆ ଇତିହାସ ଲେଖିଛି ନ୍ୟୁଜିଲାଣ୍ଡ । ଦୁର୍ବଳ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ଯୋଗୁ ଏହି ସିରିଜକୁ ହାତ ଛଡା କରିଛି ଭାରତ ।