ETV Bharat / sports

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ; ହ୍ୟାଟ୍ରିକ୍ ମାରବ ଟିମ୍ ଇଣ୍ଡିଆ, କାହିଁକି ଏମିତି କହିଲେ ରବି ଶାସ୍ତ୍ରୀ - INDIA VS AUSTRALIA TEST SERIES - INDIA VS AUSTRALIA TEST SERIES

Former India head coach Ravi Shastri feels that Rohit Sharma-led India cricket team is capable of a hat-trick of Test series wins in Australia; ଭାରତୀୟ କ୍ରିଟେ ଟିମ୍ ଶେଷ ଦୁଇ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ମାତ ଦେଇ ସିରିଜ ଜିତିଛି । ଯେଉଁଥିରେ ରବି ଶାସ୍ତ୍ରୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଅଧିକ ପଢନ୍ତୁ

Rohit Sharma and Pat Cummins
Rohit Sharma and Pat Cummins ((IANS))
author img

By ETV Bharat Sports Team

Published : Aug 15, 2024, 3:09 PM IST

Updated : Aug 15, 2024, 4:55 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଆଗକୁ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳିବ ଭାରତ । ପୂର୍ବରୁ ଭାରତ ଦୁଇ ଦୁଇ ଥର ଏହି ସିରିଜ ଜିତି ଇତିହାସ ରଚିଛି । ତେବେ ଟିମ୍ ଇଣ୍ଡିଆର ନୂଆ କୋଚ ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ଭାରତ ହାଟ୍ରିକ୍ ମାରବ ବୋଲି ଆଶା ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରବି ଶାସ୍ତ୍ରୀ । ସେ କହିଛନ୍ତି କି, ରୋହିତ ଶର୍ମା ବ୍ରିଗେଡ୍ ପୁଣି ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ମାତ ଦେବ ବୋଲି ମୁଁ ଦୃଢ ବିଶ୍ବସ୍ତ ।

ଏହା ବି ପଢନ୍ତୁ- Paris Olympics 2024; ସ୍ବାଧୀନତା ଦିବସରେ ଅଲିମ୍ପିକ୍ସ ହିରୋଙ୍କୁ ଭେଟିଲେ ମୋଦି, କହିଲେ ମେଡାଲ ବିଜେତା ଦେଶର ଗୌରବ - PM meets Indian Olympic contingent

ତେବେ ଭାରତୀୟ କ୍ରିଟେ ଟିମ୍ ଶେଷ ଦୁଇ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ମାତ ଦେଇ ସିରିଜ ଜିତିଛି । ଯେଉଁଥିରେ ରବି ଶାସ୍ତ୍ରୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ ।2015 ମସିହାଠାରୁ ଭାରତ ବର୍ଡର- ଗାଭାସ୍କର ଟେଷ୍ଟ ସିରିଜ ପରାଜିତ ହୋଇନାହିଁ । ଶେଷ ଥର ପାଇଁ ଅଷ୍ଟ୍ରେଲିଆ 2014-15ରେ ଜିତିଥିଲା ଏହି ସିରିଜ । ଭାରତ ନିକଟରେ ଜବରଦସ୍ତ ବୋଲିଂ ବିଭାଗ ରହିଛି । ଏହା ସହିତ ଭାରତ ନିକଟରେ ମଧ୍ୟ ଶାନଦାର ବ୍ୟାଟିଂ ୟୁନିଟ ରହିଛି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଭେଟେରାନ ବ୍ୟାଟର ରହିଛନ୍ତି ।

ଏହା ବି ପଢନ୍ତୁ- ମଉଳିଲା ଭିନେଶ ଫୋଗତଙ୍କ ରୌପ୍ୟ ପଦକ ଆଶା, CASରେ ଆବେଦନ ଖାରଜ - CAS Dismissed Vinesh Phogat Appeal

"ଯଶପ୍ରୀତ ବୁମରା ଫିଟ୍ , ମହମ୍ମଦ ଶାମି ଫିଟ୍, ମହମ୍ମଦ ସିରାଜ ମଧ୍ୟ ରହିଛନ୍ତି । ଏହା ସହିତ ଅଶ୍ବୀନ ଏବଂ ଜାଡେଜା ମଧ୍ୟ ଅଛନ୍ତି । ତେଣୁ ଆମେ ଆଉ ଏହି ସିରିଜ ପାଇଁ ଅପେକ୍ଷା କରିପାରୁନୁ । ତେଣୁ ମୋର ବିଶ୍ବାସ ଭାରତ ଏଥର ହ୍ୟାଟ୍ରିକ୍ ସିରିଜ ଜିତିବ," ବୋଲି ଶାସ୍ତ୍ରୀ ଆଇସିସିକୁ କହିଛନ୍ତି ।

କିଛି ଦନ ତଳେ ଅଷ୍ଟ୍ରେଲିଆ ଭେଟେରାନ କ୍ୟାପଟେନ୍ ରିକି ପଣ୍ଟିଂ କହିଥିଲେ କି, ଅଷ୍ଟ୍ରେଲିଆ ଏହି ସିରିଜରେ ଦମଦାର କମବ୍ୟାକ କରିବ । ଘରୋଇ ଟିମ୍ ସିରିଜକୁ 3-1ରେ ସିଲ କରିବ । ଏପଟେ ରବ ଶାସ୍ତ୍ରୀ କହିଛନ୍ତି, ଭାରତର ବ୍ୟାଟରଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି । କାରଣ ବୋଲର ଠିକ ସମୟରେ ଓ୍ବିକେଟ ନେଇ ଘରୋଇ ଦଳକୁ ଚାପରେ ରଖିବେ । ସେ ପୁଣି କହିଛନ୍ତି ଏହି ସିରିଜ ବହୁତ ସଂଘର୍ଷ ପୂର୍ଣ୍ଣ ରହିବ ଏବଂ ଭାରତ ସିରିଜ ଜିତିବ ।

Last Updated : Aug 15, 2024, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.