ETV Bharat / sports

ଧର୍ମଶାଳା ଟେଷ୍ଟ: 259 ରନ ଲିଡ୍‌ ସହ 477ରେ ଅଲଆଉଟ୍‌ ଭାରତ

author img

By ETV Bharat Odisha Team

Published : Mar 9, 2024, 10:09 AM IST

Updated : Mar 9, 2024, 11:22 AM IST

India vs England 5th Test: ଇଂଲଣ୍ଡ ବିପକ୍ଷ ଟେଷ୍ଟର ତୃତୀୟ ଦିନରେ 477 ରନରେ ପ୍ରଥମ ପାଳି ଶେଷ କଲା ଭାରତ । 259 ରନରେ ରହିଛି ଆଗୁଆ । ଅଧିକ ପଢନ୍ତୁ

India vs England 5th Test
India vs England 5th Test

ଧର୍ମଶାଳା: ଧର୍ମଶାଳାରେ ଜାରି ରହିଛି ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ । ପ୍ରଥମ ଇଂନିସରେ ଦୃଢ ସ୍ଥିତିରେ ଟିମ ଇଣ୍ଡିଆ । ପ୍ରଥମ ପାଳିରେ 477 ରନରେ ଅଲଆଉଟ ହୋଇଛି ଭାରତ । ଇଂଲଣ୍ଡ ଆଗରେ ବିଶାଳ ରନ ଛିଡା କରି 259 ରନରେ ଆଗୁଆ ରହିଛି ମେନ ଇନ ବ୍ଲୁ । ପ୍ରଥମ ଇନିଂସରେ ଶତକ ହାସଲ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲ । ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଦେବଦତ୍ତ ପାଡିକଲ । ଭାରତର ପ୍ରଥମ ଇନିଂସ ଶେଷ ହେବା ପରେ ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି ଭ୍ରମଣକାରୀ ଇଂଲଣ୍ଡ ।

ପ୍ରଥମ ଦିନ: ଗୁରୁବାର ଏଚପିସିଏ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିଲା ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଭାରତୀୟ ସ୍ପିନରଙ୍କ ବଲକୁ ମୁକାବିଲା କରିନପାରି ମାତ୍ର 218 ରନରେ ଅଲଆଉଟ ହୋଇଥିଲା ଇଂଲଣ୍ଡ । ଏହାପରେ ପ୍ରଥମ ଦିନରେ ପ୍ରଥମ ପାଳି ଆରମ୍ଭ କରିଥିଲା ଭାରତ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରୋହିତ ଓ ଜୟସ୍ବାଲ । ଜୟସ୍ବାଲ ଆକ୍ରାମକ ଖେଳି 57 ରନ କରି ଆଉଟ ହେବା ପରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ରୋହିତ ଓ ଗିଲ । ପ୍ରଥମ ଦିନରେ ଅଧିନାୟକ ରୋହିତ ଶର୍ମା 52 ରନ କରିଥିବା ବେଳେ ଗିଲ 26 ରନ କରିଥିଲେ । ଷ୍ଟମ୍ପ ଅପସାରଣ ସୁଦ୍ଧା ଟିମ ଇଣ୍ଡିଆ ଗୋଟିଏ ଓ୍ବିକେଟ ହରାଇ 135 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଇଂଲଣ୍ଡ ଟେଷ୍ଟ: ରୋହିତ ଓ ଗିଲଙ୍କ ଦମଦାର ଶତକ, ଡ୍ରାଇଭିଂ ସିଟ୍‌ରେ ଟିମ୍ ଇଣ୍ଡିଆ

ଦ୍ବିତୀୟ ଦିନ: ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ଗିଲ ଓ ରୋହିତ ଧୈର୍ଯ୍ୟର ସହ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ରୋହିତ ଅପରାଜିତ 103 ରନ କରିଥିବା ବେଳେ ଗିଲ 110 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋରକୁ ଆଗକୁ ନେବାରେ ସହାୟକ ହୋଇଥିଲେ ସର୍ଫରାଜ ଖାନ ଓ ଦେବଦତ୍ତ ପାଡିକଲ୍‌ । ସର୍ଫରାଜ 56 ଓ ଦେବଦତ୍ତ 65 ରନ କରି ଆଉଟ ହୋଇଥିଲେ । ପରେ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଧ୍ରୂବ ଜୁରେଲ ଓ ଜାଡେଜା । କିନ୍ତୁ 15 ଲେଖାଁଏ ରନ କରି ଉଭୟ ଆଉଟ ହୋଇଥିଲେ । କୁଳଦୀପ ଯାଦବ 27 ଓ ବୁମରା 19 କରିଥିବା ବେଳେ ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 8 ଓ୍ବିକେଟ ହରାଇ 473 ରନ କରିଥିଲା ।

ତୃତୀୟ ଦିନ: 473/8 ରୁ ଭାରତ ପାଇଁ ବ୍ୟାଟିଂ ଆରମ୍ଭ କରି ତୃତୀୟ ଦିନରେ କେବଳ 4 ରନ ଯୋଡ଼ିଥିଲେ କୁଳଦୀପ ଓ ବୁମରା । କୁଳଦୀପ ଯାଦବ 30 ରନ କରି ଆଉଟ ହୋଇଥିଲେ । ପରେ 20 ରନ କରି ବୁମରା ମଧ୍ୟ ପାଭିଲିୟନକୁ ଫେରିଥିଲେ । ଫଳରେ ପ୍ରଥମ ଇନିଂସରେ ଭାରତ 477 ରନ କରି ଅଲଆଉଟ ହୋଇଛି । ଏହା ସହିତ ପ୍ରଥମ ପାଳିରେ 259 ରନରେ ଆଗୁଆ ରହିଛି ଟିମ ଇଣ୍ଡିଆ ।

ପ୍ରକାଶଯୋଗ୍ୟ, ପ୍ରଥମ 4ଟି ଟେଷ୍ଟରୁ 3ଟିରେ ବିଜୟ ହାସଲ କରି ସିରିଜ୍‌ କବ୍‌ଜା କରିସାରିଛି ଭାରତ ।

ପଞ୍ଚମ ଟେଷ୍ଟରେ ରେକର୍ଡ:

  • ଷ୍ଟାର ସ୍ପିନର ରବିଚନ୍ଦ୍ର ଅଶ୍ବିନୀ ଖେଳିଲେ 100 ତମ ଟେଷ୍ଟ ମ୍ୟାଚ
  • ଟେଷ୍ଟରେ 50 ଓ୍ବିକେଟ ପୂରଣ କଲେ କୁଳଦୀପ
  • ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ କରି କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଜୟସ୍ବାଲ
  • ଇଂଲଣ୍ଡ ବିପକ୍ଷ ଟେଷ୍ଟରେ 712 ରନ ପୂରଣ କଲେ ଜୟସ୍ବାଲ
  • ପଞ୍ଚମ ଟେଷ୍ଟରେ 700 ଟେଷ୍ଟ ଓ୍ବିକେଟ ପୂରଣ କଲେ ଜେମ୍ସ ଆଣ୍ଡରସନ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 9, 2024, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.