ETV Bharat / sports

ରେକର୍ଡ ! ଟେଷ୍ଟ କ୍ରିକେଟରେ ଟି20 ମାଡ଼; ଦ୍ରୁତତମ 50, 100 ଓ 150 ରନ ରେକର୍ଡ କଲା ଭାରତ - IND VS BAN TEST

author img

By ETV Bharat Sports Team

Published : 2 hours ago

Indian Team New Record : ବାଂଲାଦେଶ ବିପକ୍ଷରେ ଭାରତର ଧୂଆଁଧାର ବ୍ୟାଟିଂ । ଟେଷ୍ଟ କ୍ରିକେଟରେ ଦ୍ରୁତତମ 50, 100 ଓ 150 ରନ ରେକର୍ଡ କଲା ଭାରତୀୟ ଦଳ । ଅଧିକ ପଢ଼ନ୍ତୁ

ROHIT SHARMA AND YASHASVI JAISWAL
ROHIT SHARMA AND YASHASVI JAISWAL (ETV Bharat)

କାନପୁର (ଉତ୍ତର ପ୍ରଦେଶ): ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟର 4ର୍ଥ ଦିନର ଖେଳ ବେଶ ରୋମାଞ୍ଚକର ହୋଇଛି । ବର୍ଷା ପ୍ରଭାବିତ ଏହି ମ୍ୟାଚ୍‌ର ଦ୍ବିତୀୟ ଓ ତୃତୀୟ ଦିନ ଖେଳ ଆରମ୍ଭ ହିଁ ହୋଇପାରିନଥିଲା । 4ର୍ଥ ଦିନ ଖେଳରେ ପ୍ରଥମେ ବାଂଲାଦେଶ 233 ରନରେ ଅଲ୍‌ ଆଉଟ୍‌ ହେବା ପରେ ଭାରତୀୟ ଦଳ ବ୍ୟାଟିଂ କରିବାକୁ ଆସିଥିଲା । ତେବେ ଦଳ ମାତ୍ର 18 ବଲରେ ଏକ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲା ଭାରତ । ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ 3 ଓଭରରେ 50 ରନ୍ ପୂରଣ କରି ଭାରତୀୟ ଦଳ ଦ୍ରୁତତମ ଅର୍ଦ୍ଧଶତକୀୟ ପାଳି ଖେଳିବାର ରେକର୍ଡ କରିଛି । କେବଳ ସେତିକି ନୁହେଁ, ଟେଷ୍ଟରେ ଦ୍ରୁତତମ 100 ଓ 150 ରନ କରିବାର ରେକର୍ଡ ମଧ୍ୟ କରିଛି ଭାରତ ।

ଟେଷ୍ଟ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକୀୟ ପାଳି ଖେଳିଲା ଭାରତ :-

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ଆଜି 233 ରନ୍‌ରେ ଅଲ୍‌ ଆଉଟ୍ କରିଥିଲା ଭାରତ । ଏହାପରେ ବ୍ୟାଟିଂ କରିବାକୁ ଆସି ଟିମ୍ ଇଣ୍ଡିଆ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ଭାରତୀୟ ଇନିଂସର ପ୍ରଥମ ଓଭରରେ ଯସଶ୍ବୀ ଜୟସ୍ବାଲ ହାସନ ମହମୁଦଙ୍କୁ ହ୍ୟାଟ୍ରିକ ଚୌକା ମାରିଥିଲେ । ଏହା ପରେ ଦ୍ବିତୀୟ ଓଭରରେ ଖଲିଲ ଅହମ୍ମଦଙ୍କୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦୁଇଟି ବଲରେ ଦୁଇଟି ଛକା ମାରିଥିଲେ । ସମାନ ଓଭରର ଶେଷ ବଲରେ ଜୟସ୍ବାଲ ଚୌକା ମାରି ଦଳର ସ୍କୋରକୁ 2 ଓଭରରେ 29 ରନରେ ପହଞ୍ଚାଇଥିଲେ । ଏହାପରେ ଉଭୟ ବ୍ୟାଟର ତୃତୀୟ ଓଭର ସହ ଆସିଥିବା ହାସନ ମହମୁଦଙ୍କୁ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ । ଏହି ଓଭରରେ ଦୁଇଟି ଛକା ଓ ଦୁଇଟି ଚୌକା ବଳରେ ଦଳ ଟେଷ୍ଟ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକୀୟ ସ୍କୋର କରିବାର ରେକର୍ଡ କରିଥିଲା ।

ଏହା ପୂର୍ବରୁ ଏକ ଟେଷ୍ଟ ମ୍ୟାଚ୍‌ରେ ଦ୍ରୁତତମ 50 ରନ୍ ସ୍କୋର କରିବାର ରେକର୍ଡ ଇଂଲଣ୍ଡ କରିଥିଲା । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 4.2 ଓଭରରେ 50 ରନ୍ ସ୍କୋର କରି ଇଂଲଣ୍ଡ କ୍ରିକେଟ୍ ଦଳ ଏହି ରେକର୍ଡ ସୃଷ୍ଟି କରିଥିଲା ।

ଦ୍ରୁତତମ 100 ଓ 150 ରନ ରେକର୍ଡ ବି କଲା ଟିମ୍‌ ଇଣ୍ଡିଆ :-

କେବଳ 3 ଓଭରରେ 51 ରନର ପାଳି ଖେଳିବା ପରେ ରୋହିତ ଶର୍ମା ନିଜ ୱିକେଟ ହରାଇଥିଲେ । ଦଳୀୟ ସ୍କୋର 55 ହୋଇଥିବାବେଳେ ରୋହିତ ଆଉଟ୍‌ ହୋଇଥିଲେ । ହେଲେ ଅୱନ୍ୟତମ ଓପନର ଜୟସ୍ବାଲ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟରୁ ପଛକୁ ହଟିନଥିଲେ । ଜୟସ୍ବାଲଙ୍କୁ ଗିଲ ମଧ୍ୟ ଭରପୁର ସାଥ ଦେଇଥିଲେ । ଏହାପରେ ଦଳ କେବଳ 10.1 ଓଭରରେ 100 ରନ ପୂରଣ କରିଥିଲା । ଯାହା ଟେଷ୍ଟ କ୍ରିକେଟ ଇତିହାସରେ ଦ୍ରୁତତମ । ଏହା ପୂର୍ବରୁ ଟେଷ୍ଟ କ୍ରିକେଟରେ ଦ୍ରୁତତମ 100 ରନ ପୂରଣ ରେକର୍ଡ ମଧ୍ୟ ଭାରତ ନାଁରେ ଥିଲା । 2023ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 12.2 ଓଭରରେ ଶତକୀୟ ପାଳି ଖେଳିଥିଲା ଭାରତ ।

ଏହାପରେ 18.2 ଓଭରରେ ଖଲିଦ ଅହମ୍ମଦଙ୍କୁ ବିରାଟ କୋହଲି ଏକ ଚୌକା ମାରିଥିଲେ । ଯାହା ଫଳରେ ଭାରତ ଟେଷ୍ଟ କ୍ରିକେଟରେ ଦ୍ରୁତତମ 150 ରନ ପୂରଣ କରିବାର ନିଜ ରେକର୍ଡକୁ ଭାଙ୍ଗିଛି । ଏହା ପୂର୍ବରୁ 2023ରେ ପୋର୍ଟ ଅଫ୍‌ ସ୍ପେନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହି ରେକର୍ଡ କରିଥିଲା ଭାରତ । ସେତେବେଳେ 21.1 ଓଭରରେ ଭାରତ 150 ରନ ପୂରଣ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.