ETV Bharat / sports

ଅଢ଼େଇ ଘଣ୍ଟା ପୂର୍ବରୁ ଶେଷ ହେଲା ପ୍ରଥମ ଦିନ ଖେଳ; ଜାଣନ୍ତୁ କାରଣ - IND vs BAN 2nd Test

author img

By ETV Bharat Sports Team

Published : 1 hours ago

IND vs BAN 2nd Test Day 1 called off : ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ଶୀଘ୍ର ଶେଷ ହୋଇଛି । ଜାଣନ୍ତୁ କାରଣ,

IND vs BAN 2nd Test Day 1
IND vs BAN 2nd Test Day 1 (AFP Photo)

କାନପୁର (ଉତ୍ତର ପ୍ରଦେଶ) : ଭାରତ ଓ ବାଂଲାଦେଶ ବିପକ୍ଷରେ ଆଜି (ଶୁକ୍ରବାର)ଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ଆଜିର ଖେଳକୁ ବନ୍ଦ କରିଦିଆଯାଇଛି । ତେବେ କାନପୁରରେ ବର୍ଷା କାରଣରୁ ଆଜିର ଖେଳ ଆଗକୁ ବଢ଼ିପାରି ନାହିଁ । ମ୍ୟାଚ୍‌ରେ ଟସ୍‌ ପଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ଷା କାରଣରୁ ଲଞ୍ଚ ବ୍ରେକ୍‌ ମଧ୍ୟ ଶୀଘ୍ର ହୋଇଥିଲା । ଶେଷରେ ପୁଣିଥରେ ବର୍ଷା ବ୍ୟାଘାତ କାରଣରୁ ଖେଳକୁ ଆଜି ଶୀଘ୍ର ଶେଷ କରିଦିଆଯାଇଛି । ଆଜିର ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଛି ।

ନଜର ପକାନ୍ତୁ କେମିତି ଥିଲା କାନପୁର ଟେଷ୍ଟରେ ଆଜିର ଦିନ :-

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି :-

ଆଜିର ମ୍ୟାଚ୍‌ରେ ଟସ୍ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଥିଲେ, "ଆମେ ପ୍ରଥମେ ବୋଲିଂ କରିବାକୁ ଯାଉଛୁ । ପିଚ୍ ଟିକିଏ ନରମ ଅଛି, ତେଣୁ ଆମେ ଚାହୁଁ ଆମର ତିନି ଦ୍ରୁତ ବୋଲର ଏହାର ଫାଇଦା ଉଠାନ୍ତୁ । ପ୍ରଥମ ମ୍ୟାଚରେ ଆମେ ବ୍ୟାଟିଂ କରି ଭଲ ଆରମ୍ଭ କରି ପାରିନଥିଲୁ, କିନ୍ତୁ ରନ୍ ସ୍କୋର କରିବାର ଏକ ଉପାୟ ପାଇଥିଲୁ ଏବଂ ବୋଲରମାନେ ସେମାନଙ୍କର କାମ ମଧ୍ୟ ଭଲ କରିଥିଲେ । ମୁଁ ମଧ୍ୟ ଏଠାରେ କିଛି ଅଲଗା କରିବାର ଆଶା କରୁନାହିଁ, ଆମକୁ ଚ୍ୟାଲେଞ୍ଜ ମିଳିବ, କିନ୍ତୁ ଆମର ଅଭିଜ୍ଞତା ଅଛି । ଆମର ଚୂଡ଼ାନ୍ତ ଏକାଦଶରେ ଆମେ କୌଣସି ପରିବର୍ତ୍ତନ କରିନାହୁଁ ।"

ପ୍ରଥମେ ବ୍ୟାଟିଂ ହିଁ କରିବାକୁ ଚାହୁଁଥିଲୁ : ଶାନ୍ତୋ

ଅନ୍ୟପଟେ ଟସ୍ ହାରିବା ପରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ କହିଥିଲେ, "ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇ ମୁଁ ଖୁସି, ଆମେ ଏମିତିରେ ବି ବ୍ୟାଟିଂ କରିବାକୁ ଚାହୁଁଥିଲୁ । ଜଣେ ବ୍ୟାଟର ଭାବରେ ଯଦି ଆମକୁ ଆରମ୍ଭ କରିବାକୁ ସୁଯୋଗ ମିଳୁଛି, ତେବେ ଆମକୁ ଭଲ ସ୍କୋର କରିବାକୁ ପଡିବ । ଆଶା କରୁଛି ଆଜି ଆମର ବ୍ୟାଟରମାନେ ବଡ଼ ସ୍କୋର କରିବାକୁ ସମର୍ଥ ହେବେ । ବ୍ୟାଟିଂ ପାଇଁ ଏହା ଏକ ଭଲ ୱିକେଟ୍ ପରି ଦେଖାଯାଉଛି । ତେବେ ନୂଆ ବଲ ସହ ବ୍ୟାଟିଂ ଗୁରୁତ୍ୱପୂର୍ଣ୍ଣ ହେବ । ଆମର ଚୂଡ଼ାନ୍ତ ଏକାଦଶରେ ଆମେ ଦୁଇଟି ପରିବର୍ତ୍ତନ କରିଛୁ । ନାହିଦ ଏବଂ ତସ୍କିନ ଖେଳୁନାହାଁନ୍ତି । ସେମାନଙ୍କ ସ୍ଥାନରେ ତୈଜୁଲ ଏବଂ ଖଲିଦଙ୍କୁ ପ୍ଲେଇଂ-11ରେ ଅନ୍ତର୍ଭୁକ୍ତ କରାଯାଇଛି ।"

ଆକାଶ ଦୀପଙ୍କୁ ପ୍ରାରମ୍ଭିକ ସଫଳତା :-

ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ବାଂଲାଦେଶ ଆଜିର ଲଞ୍ଚବ୍ରେକ୍‌ ସୁଦ୍ଧା 74 ରନ କରି ଦୁଇଟି ବହୁମୂଲ୍ୟ ୱିକେଟ ହରାଇଥିଲା । ଭାରତ ପାଇଁ ସ୍ପିଡଷ୍ଟାର ଆକାଶ ଦୀପ ଦୁଇଟି ଯାକ ସଫଳତା ହାସଲ କରିଥିଲେ । ପ୍ରଥମେ ବାଂଲାଦେଶର ଦଳୀୟ ସ୍କୋର 26 ହୋଇଥିବାବେଳେ ଖାତା ଖୋଲିନଥିବା ଜାକିର ହାସନଙ୍କୁ ପାଭିଲିୟନ ପଠାଇଥିଲେ ଆକାଶ । ଏହାପରେ 4 ଚୌକା ସହିତ 24 ରନ କରିଥିବା ଶାଦମାନ ଇସଲାମଙ୍କୁ ଏଲ୍‌ବିଡବ୍ଲୁ କରି ବାହାରକୁ ପଠାଇଥିଲେ ଆକାଶ ଦୀପ । ଏହିଭଳି ଭାବରେ ଆଜିର ଲଞ୍ଚବ୍ରେକ ସୁଦ୍ଧା ବାଂଲାଦେଶ 74 ରନ କରି 2ଟି ୱିକେଟ ହରାଇଥିଲା ।

ବାଂଲାଦେଶ ସମର୍ଥକଙ୍କୁ ମାଡ଼ :-

କାନପୁରର ଐତିହାସିକ ଗ୍ରୀନ୍‌ପାର୍କ ଷ୍ଟାଡିୟମରେ ମ୍ୟାଚ୍ ଆରମ୍ଭ ହେବାର ଦେଢ଼ ଘଣ୍ଟା ପରେ ଯେତେବେଳେ ବର୍ଷା ହେତୁ ମଧ୍ୟାହ୍ନ ଭୋଜନ ବିରତି (ଲଞ୍ଚ ବ୍ରେକ୍‌) ଘୋଷଣା କରାଯାଇଥିଲା, ହଠାତ୍ ଷ୍ଟାଡିୟମର 7A ଗେଟ୍ ନିକଟରେ ଜଣେ ବାଂଲାଦେଶ ସମର୍ଥକଙ୍କୁ ମାଡ ମାରିବା ମାମଲାରେ ଷ୍ଟାଡିୟମ ଭିତରେ ଉତ୍ତେଜନା ସୃଷ୍ଟି କରିଥିଲା । କଲ୍ୟାଣପୁର ଏସିପି ସମେତ ବହୁ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଂଲାଦେଶୀ ସମର୍ଥକଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିବା ସେମାନେ କହିଛନ୍ତି । ଏହାପରେ ଚିକିତ୍ସା ପାଇଁ ପୋଲିସ ସହାୟତାରେ ତାଙ୍କୁ ଷ୍ଟାଡିୟମ ବାହାରେ ଥିବା ଡାକ୍ତରଖାନାକୁ ପଠାଯାଇଛି । ଅନ୍ୟପଟେ ପୁରା ଷ୍ଟାଡିୟମରେ ଏହି କଥା ବ୍ୟାପିଯାଇଥିଲା ହେଲା ଯେ ବାଂଲାଦେଶୀ ସମର୍ଥକଙ୍କୁ କିଛି ଗୁଣ୍ଡା ମାଡ଼ ମାରିଛନ୍ତି ।

ପିଟିଆଇ ଓ ଏଏନ୍‌ଆଇ ରିପୋର୍ଟ ଅନୁଯାୟୀ, କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ସମୟରେ ବାଂଲାଦେଶ କ୍ରିକେଟ୍ ଦଳର 'ସୁପର ଫ୍ୟାନ୍' ଟାଇଗର ରବିଙ୍କୁ କିଛି ଲୋକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାପରେ ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଛି ।

ବର୍ଷା ସାଜିଲା ଭିଲିଆନ :-

ତେବେ ଆଜିର ମ୍ୟାଚ୍‌ରେ ବର୍ଷା ବାରମ୍ବାର ବ୍ୟାଘାତ ସୃଷ୍ଟି କରିଥିଲା । ପ୍ରଥମେ ବର୍ଷା ଓ ୱେଟ୍‌-ଆଉଟ୍‌ ଫିଲ୍ଡ କାରଣରୁ ଟସ ପଡ଼ବାରେ ବିଳମ୍ବ ହୋଇଥିଲା । ଏହାପରେ ବର୍ଷା କାରଣରୁ ଲଞ୍ଚବ୍ରେକ ମଧ୍ୟ ଶୀଘ୍ର ହୋଇଥିଲା । ଏହି ସମୟ ବେଳକୁ ବାଂଲାଦେଶ 74 ରନ କରି 2ଟି ୱିକେଟ ହରାଇଥିଲା । ଯେତେବେଳେ ଲଞ୍ଚବ୍ରେକ ସରିଲା, ସେତେବେଳେ ଭାରତ ପକ୍ଷରୁ ଆଟାକ୍‌କୁ ଆସିଥିଲେ ରବିଚନ୍ଦ୍ରନ ଅଶ୍ବିନ । ସେ ବାଂଲାଦେଶର ତୃତୀୟ ୱିକେଟ ଅକ୍ତିଆର କରିଥିଲେ । ଦଳୀୟ ସ୍କୋର 80 ହୋଇଥିବାବେଳେ ଅଧିନାୟକ ନାଜମୁଲ ହାସନ ଶାନ୍ତୋ (31)ଙ୍କୁ LBW କରି ପାଭିଲିୟନ ଫେରାଇଥିଲେ ଅଶ୍ବିନ । ତେବେ ଏହାର କିଛି ସମୟ ପରେ ପୁଣି ବର୍ଷା ହେବାରୁ ମ୍ୟାଚ୍‌କୁ ଆଜିପାଇଁ ସ୍ଥଗିତ ରଖାଯାଇଥିଲା । ଆଜିର ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଛି । କ୍ରିଜରେ 40 ରନ କରି ମୋମିନୁଲ ହକ୍‌ ଓ 6 ରନ କରି ମୁଶଫିକର ରହିମ ମହଜୁଦ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.