ETV Bharat / sports

ଭାରତୀୟ ସ୍ପିନ ଆଟାକ୍‌ରେ ଚିତ୍‌ପଟାଙ୍ଗ ବାଂଲାଦେଶ; ଘରୋଇ ମୈଦାନରେ ଚମକିଲେ ଅଶ୍ବିନ - IND vs BAN 1st Test

author img

By ETV Bharat Sports Team

Published : 2 hours ago

Updated : 2 hours ago

IND vs BAN 1st Test : ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ଦମଦାର ବିଜୟ । ବାଂଲାଦେଶକୁ 280 ରନରେ ଅଲ୍‌ ଆଉଟ୍‌ କରି ସିରିଜ୍‌ରେ 1-0 ଲିଡ୍‌ ହାସଲ କରିଛି ଟିମ୍‌ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ବିନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି । ଅଧିକ ପଢ଼ନ୍ତୁ

IND vs BAN 1st Test
IND vs BAN 1st Test (AP Photo)

ଚେନ୍ନାଇ : ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଛି । ମ୍ୟାଚର ଚତୁର୍ଥ ଦିନରେ ହିଁ ଭାରତୀୟ ଦଳ ବାଂଲାଦେଶକୁ 280 ରନରେ ଅଲ୍‌ ଆଉଟ୍‌ କରି ସିରିଜ୍‌ରେ 1-0 ଲିଡ୍‌ ହାସଲ କରିଛି । ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ରବିନ୍ଦ୍ର ଜାଡେଜା (86) ଓ ରବିଚନ୍ଦ୍ରନ ଅଶ୍ବିନ (113)ଙ୍କ ଚମତ୍କାର ଇନିଂସ୍‌ ବଳରେ 376 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ବାଂଲାଦେଶ ଦଳ କେବଳ 149 ରନ୍‌ରେ ସମସ୍ତ ୱିକେଟ ହରାଇଥିଲା । ଏହାପରେ ପ୍ରଥମ ଇନିଂସ୍‌ରେ 227 ରନ ଲିଡ୍‌ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରିଥିଲା ଭାରତ । ଏହି ଇନିଂସରେ ଯୁବ ତାରକା ଋଷଭ ପନ୍ତ ଓ ଶୁବମନ ଗିଲ୍‌ ଉଭୟଙ୍କ ଶତକୀୟ ପାଳି ବଳରେ ବାଂଲାଦେଶକୁ ଭାରତ 515 ରନର ବିଜୟଲକ୍ଷ୍ୟ ଦେଇଥିଲା ଭାରତ । ହେଲେ ଅଶ୍ବିନ ଓ ଜାଡେଜାଙ୍କ ସ୍ପିନ ଆଟାକ୍‌ର ଜବାବ ଦେଇନପାରି କେବଳ 234 ରନ୍‌ରେ ହିଁ ଅଲ୍‌ ଆଉଟ୍‌ ହୋଇଛି ବାଂଲାଦେଶ ।

ଦିନ-1 :-

ଭାରତ ପ୍ରଥମ ପାଳି :- ମ୍ୟାଚ୍‌ର ପ୍ରଥମ ଦିନରେ ପ୍ରାରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର 34 ରନରେ 3ଟି ବଡ଼ ୱିକେଟ ହରାଇଥିଲା । ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ବାଂଲାଦେଶର ଯୁବ ପେସର ହାସନ ମହମ୍ମଦଙ୍କୁ ସାମ୍ନା କରିପାରି ନଥିଲେ ଭାରତୀୟ ଟିମର ଟପ୍ ଅର୍ଡର । ଏହାପରେ ଷ୍ଟାର ଓପନର ଜୟସ୍ବାଲ ଏବଂ ପନ୍ତଙ୍କ ମଧ୍ୟରେ 62 ରନର ଉପଯୋଗୀ ଭାଗିଦାରୀ ହୋଇଥିଲା । ତେବେ ବ୍ୟକ୍ତିଗତ ସ୍କୋର 39 ରନ ସମୟରେ ପନ୍ତ ମଧ୍ୟ ହାସନଙ୍କ ଶିକାର ହୋଇଥିଲେ । ଏହା ପରେ କେଏଲ ରାହୁଲ ମଧ୍ୟ କିଛି ଖାସ କରିନଥିଲେ, ସେ ମାତ୍ର 16 ରନ ସ୍କୋର କରି ଆଉଟ ହୋଇଥିବା ବେଳେ ଜୟସ୍ବାଲ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ ।

ଜାଡେଜା-ଅଶ୍ବିନ ଶୋ' :- ଏହାପରେ ଆରମ୍ଭ ହୋଇଥିଲା ଅଶ୍ବିନ-ଜାଡେଜା ସୋ' । ଦୁହେଁ 7ମ ୱିକେଟ ପାଇଁ 195 ରନର ରେକର୍ଡ ପାର୍ଟନରସିପ୍ ସହ ଭାରତର ସ୍କୋରକୁ 339 ରନରେ ପହଞ୍ଚାଇଥିଲେ । ଅଶ୍ବିନ ଦମଦାର ଶତକୀୟ ଇନିଂସ ଖେଳି 102 ରନରେ ଅପରାଜିତ ରହିଥିଲେ । ଏପଟେ ଜାଡେଜା ମଧ୍ୟ 86 ରନର ଆକର୍ଷଣୀୟ ପାଳି ଖେଳିଥିଲେ । ଦୁହଁଙ୍କ 195 ରନର ରେକର୍ଡ ଭାରତ ପକ୍ଷରୁ 7ମ ୱିକେଟରେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ଭାଗିଦାରୀ ରେକର୍ଡ । ଏହା ପୂର୍ବରୁ ସୌରଭ ଗାଙ୍ଗୁଲି ଏବଂ ସୁନୀଲ ଯୋଶୀ 24 ବର୍ଷ ପୂର୍ବେ 121 ରନ 7ମ ୱିକେଟ ପାଇଁ ସ୍କୋର କରିଥିଲେ ।

ଦିନ-2 :-

ଏହିଠାରୁ (ଭାରତ- 339/6) ଦ୍ବିତୀୟ ଦିନର ଖେଳ ଆରମ୍ଭ ହୋଇଥିଲା । ଆରମ୍ଭରୁ ଜାଡେଜା (86) ଆଉଟ୍‌ ହୋଇଯାଇଥିଲେ । ଆକାଶ ଦୀପ 17 ରନର ପାଳି ଖେଳି ଆଉଟ୍‌ ହେବାପରେ ଅଶ୍ବିନ (113) ଆଉଟ୍‌ ହୋଇଥିଲେ । ବୁମ୍‌ରା (7) ଶେଷ ୱିକେଟ ଭାବେ ଆଉଟ୍‌ ହେବାବେଳକୁ ଭାରତ 376 ରନ କରିସାରିଥିଲା ।

ବାଂଲାଦେଶ ପ୍ରଥମ ପାଳି :- ଦ୍ବିତୀୟ ଦିନରେ ବାଂଲାଦେଶ ପ୍ରଥମ ପାଳି ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ହେଲେ ପ୍ରଥମ ଓଭରରେ ହିଁ ବାଂଲାଦେଶକୁ ପ୍ରଥମ ଝଟ୍‌କା ଦେଇଥିଲେ ଜସପ୍ରୀତ ବୁମ୍‌ରା । ସେ ପ୍ରଥମ ଓଭରର ଶେଷ ବଲରେ ଶଦମାନ ଇସଲାମଙ୍କୁ କ୍ଲିନ-ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ । ଏହାପରେ ବାଂଲାଦେଶର ଦଳୀୟ ସ୍କୋର 22 ରନ ହୋଇଥିବାବେଳେ କ୍ରମାଗତ ଦୁଇଟି ବଲରେ ଦୁଇ ବାଂଲାଦେଶୀ ବ୍ୟାଟରଙ୍କ ୱିକେଟ ନେଇଥିଲେ ଆକାଶ ଦୀପ । ସେ ଜାକିର ହାସନ (3) ଓ ମୋମିନୁଲ ହକ୍‌ (0)ଙ୍କୁ କ୍ଲିନ-ବୋଲ୍ଡ କରିଥିଲେ । ଲଞ୍ଚ-ବ୍ରେକ୍‌ ସୁଦ୍ଧା ବାଂଲାଦେଶ କେବଳ 26 ରନରେ 3ଟି ବହୁମୂଲ୍ଯ ୱିକେଟ ହରାଇ ସଂକଟରେ ପଡ଼ିଥିଲା । ଏହାପରେ ମଧ୍ୟ ସଂକଟରୁ ରକ୍ଷା ପାଇନଥିଲା ବାଂଲାଦେଶ । 20 ବ୍ୟକ୍ତିଗତ ରନ ହାସଲ କରିଥିବା ଅଧିନାୟକ ନାଜମୋଲ ହୋସେନ ଶାଣ୍ଟୋଙ୍କୁ କୋହଲିଙ୍କ ହାତରେ ଧରା ପକାଇଥିଲେ ସିରାଜ । ଏହାପରେ ଶାକିବ ଅଲ୍‌ ହାସନ (32), ଲିଟନ ଦାସ (22) ଓ ମେହିଡୀ ହାସନ ମିରାଜ (27) କିଛି ସମୟ କ୍ରିଜରେ ଲଢ଼ିଥିଲେ ମଧ୍ୟ ଦଳକୁ ଆଶାନୁରୂପ ସହଯୋଗ କରିପାରିନଥିଲେ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା ବାଂଲାଦେଶ ଶେଷରେ 149 ରନରେ ସମସ୍ତ ୱିକେଟ ହରାଇଥିଲା ।

ଭାରତ ଦ୍ବିତୀୟ ପାଳି :- ପ୍ରଥମ ପାଳିରେ 227 ରନର ଲିଡ୍‌ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ପାଳିରେ କେବଳ 6 ରନ କରିଥିବା ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଭାରତୀୟ କ୍ରିକେଟପ୍ରେମୀ ଏକ ବଡ଼ ପାଳିର ଆଶା ରଖିଥିଲେ । ହେଲେ ସେ କେବଳ 5 ରନ ହିଁ କରିପାରିଥିଲେ । 10 ରନ କରି ଆଉଟ୍‌ ହୋଇଥିଲେ ଜୟସ୍ବାଲ । ଅନ୍ୟପଟେ ପ୍ରଥମ ପାଳିରେ 6 ରନ କରି ଆଉଟ୍‌ ହୋଇଥିବା କୋହଲି ଆଜି ଭଲ ଆରମ୍ଭ କରିଥିଲେ ହେଁ କେବଳ 17 ରନ ହିଁ କରିପାରିଥିଲେ । ଭାରତ ପାଇଁ ଶୁବମନ ଗିଲ (33) ଓ ଋଷଭ ପନ୍ତ (12) କ୍ରିଜରେ ମହଜୁଦ ରହିଥିଲେ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ବାଂଲାଦେଶ ଠାରୁ 308 ରନ ଲିଡରେ ରହିଥିଲା ।

ଦିନ-3 :-

ପନ୍ତ-ଗିଲ୍‌ ଶୋ' :- ତୃତୀୟ ଦିନ ଖେଳ ଆରମ୍ଭରୁ ଶୁଭମନ ଗିଲ୍‌ ଓ ଋଷଭ ପନ୍ତ ଦଳକୁ ଭଲ ଭାଗିଦାରୀ ଦେଇ ଦଳୀୟ ସ୍କୋରକୁ ଗତି ଦେଇଥିଲେ । ମ୍ୟାଚ୍‌ର ତୃତୀୟ ଦିନରେ ଆକ୍ରାମକ ବ୍ୟାଟିଂ କରି ପନ୍ତ 128 ବଲରୁ 13 ଚୌକା ଓ 4 ଛକା ସହିତ 109 ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ଶୁବମନ ଗିଲ୍‌ ମଧ୍ୟ ନିଜ ଶତକ ପୂରଣ କରିଥିଲେ । ଗିଲ୍‌ 176 ବଲରୁ 10 ଚୌକା ଓ 4 ଛକା ବଳରେ 119 ରନର ଅପରାଜିତ ରନ ଖେଳିଥିଲେ । ଅନ୍ୟପଟେ ପନ୍ତ ଯିବା ପରେ କେଏଲ୍‌ ରାହୁଲ ଆସି 19 ବଲରୁ 22 ରନର ଉପଯୋଗୀ ପାଳି ଖେଳିଥିଲେ । ଭାରତ ଦ୍ବିତୀୟ ପାଳିରେ 64 ଓଭର ଖେଳି 4 ୱିକେଟ ବିନିମୟରେ 287 ରନ ସ୍କୋର କରିଥିବାବେଳେ ରୋହିତ ଶର୍ମା ପାଳି ଘୋଷଣା ପାଇଁ ବ୍ୟାଟରମାନଙ୍କୁ ଈଶାରା ଦେଇଥିଲେ । ଏତେବେଳକୁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଦଳଠାରୁ 514 ରନ ଲିଡ୍‌ ନେଇ ସାରିଥିଲା ।

ବାଂଲାଦେଶ ଦ୍ବିତୀୟ ପାଳି :- ଦ୍ବିତୀୟ ପାଳିରେ 515 ରନର ବିଶାଳ ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଲା ବାଂଲାଦେଶ । ଦୁଇ ଓପନର ଜାକିର ହାସନ ଓ ଶାଦମାନ ଇସଲାମ ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ । ପ୍ରଥମ ୱିକେଟ ପାଇଁ ଉଭୟ ଦଳୀୟ ଖାତାରେ 62 ରନ ଯୋଡ଼ିଥିଲେ । ଏହାପରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଜସପ୍ରୀତ ବୁମ୍‌ରା । 17ତମ ଓଭରରେ ବୁମ୍‌ରାଙ୍କ ବଲରେ ଜାକିର ହାସନ (33)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଜୟସ୍ବାଲ । ଏହାପରେ ଅନ୍ୟତମ ଓପନର ଶାଦମାନ ଇସଲାମ (35)ଙ୍କୁ ଆଉଟ କରିଥିଲେ ରବିଚନ୍ଦ୍ରନ ଅଶ୍ବିନ । ମୋମିନୁଲ ହକ୍‌ ଓ ମୁଶଫିକର ରହିମ ମଧ୍ୟ ଅଶ୍ବିନଙ୍କ ଶିକାର ପାଲଟିଥିଲେ । ଅନ୍ୟପଟେ ନାଜମୁଲ ହୋସେନ ଶାଣ୍ଟୋ ଅଧିନାୟକ ପାଳି ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ 4 ୱିକେଟ ହରାଇ 158 ରନ ହାସଲ କରିଥିବାବେଳେ କ୍ରିଜରେ ନାଜମୁଲ ହୋସେନ ଶାଣ୍ଟୋ ଓ ଶାକିବ ଅଲ୍‌ ହାସନ ମହଜୁଦ ରହିଥିଲେ । ବାଂଲାଦେଶକୁ ବିଜୟ ପାଇଁ ହାତରେ 6 ୱିକେଟ ନେଇ ଆହୁରି 357 ରନ ଆବଶ୍ୟକ ଥିଲା ।

ଦିନ-4 :-

ଭାରତୀୟ ସ୍ପିନ ଆଟାକ୍‌ରେ ଚିତ୍‌ପଟାଙ୍ଗ ବାଂଲାଦେଶ :- ପ୍ରଥମ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ଦଳ ପାଇଁ ସଙ୍କଟମୋଚକ ସାଜିଥିବା ଅଲରାଉଣ୍ଡର ଯୋଡ଼ି ଜାଡେଜା ଓ ଅଶ୍ବିନ 4ର୍ଥ ଦିନରେ ମଧ୍ୟ ଦଳକୁ ମ୍ୟାଚ୍‌ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ଏହି ଭାରତୀୟ ଭେଟେରାନ ସ୍ପିନ ଯୋଡ଼ିଙ୍କୁ ସାମ୍ନା କରିପାରିନଥିଲେ ବାଂଲାଦେଶୀ ବ୍ୟାଟର । ଦଳୀୟ ସ୍କୋର 194 ରନ ହୋଇଥିବାବେଳେ ଶାକିବ ଅଲ୍‌ ହାସନ (25) ଅଶ୍ବିନଙ୍କ ଶିକାର ପାଲଟିଥିଲେ । ଏହାପରେ ପୁଣିଥରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହାରି ଭିତରେ ଦୀର୍ଘ ସମୟ ଧରି ଦଳ ପାଇଁ କ୍ରିଜରେ ସଙ୍ଘର୍ଷ କରିଥିବା ଅଧିନାୟକ ନାଜମୁଲ ହୋସେନ ଶାଣ୍ଟୋ ବ୍ୟକ୍ତିଗତ 82 ରନ କରି ଜାଡେଜାଙ୍କ ବଲରେ ପାଭିଲିୟନ ଫେରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍କୋର ମଧ୍ୟ କରିବାରେ ଅସମର୍ଥ ରହିଥିଲେ । ଫଳରେ 515 ରନର ଟାର୍ଗେଟ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରୁଥିବା ବାଂଲାଦେଶ କେବଳ 234ରେ ସମସ୍ତ ୱିକେଟ ହରାଇଥିଲା । ଫଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌କୁ 280 ରନରେ ଜିତି ସିରିଜରେ 1-0 ଲିଡ୍‌ ହାସଲ କରିନେଇଛି ଭାରତ ।

ରବିଚନ୍ଦ୍ରନ ଅଶ୍ବିନ ମ୍ଯାଚ୍‌ର ଶ୍ରେଷ୍ଠ ଖେଳାଳି :- ପ୍ରଥମ ମ୍ୟାଚ୍‌ର ପ୍ରଥମ ପାଳିରେ ଭାରତ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ 144 ରନ ପାଇଁ 6 ପ୍ରମୁଖ ବ୍ୟାଟରଙ୍କୁ ହରାଇଥିବା ଭାରତୀୟ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ଭେଟେରାନ ଅଲରାଉଣ୍ଡର ଯୋଡ଼ି ଅଶ୍ବିନ ଓ ଜାଡେଜା । ସପ୍ତମ ୱିକେଟ ପାଇଁ ଦଳୀୟ ଖାତାରେ ଉଭୟ 199 ରନର ରେକର୍ଡ ଭାଗିଦାରୀ ବନାଇଥିଲେ । ଏହି ଦୃଢ଼ ଭାଗିଦାରୀ ବଳରେ ଭାରତ ପ୍ରଥମ ଇନିଂସ୍‌ରେ 376 ରନ କରିପାରିଥିଲା । ଏହି ପାଳିରେ ବ୍ୟକ୍ତିଗତ ଭାବେ ଜାଡେଜା 86 ଓ ଅଶ୍ବିନ 113 ରନ ସ୍କୋର କରିଥିଲେ । ଏହାପରେ ଦ୍ବିତୀୟ ପାଳିରେ ଏକାକି ବାଂଲାଦେଶର 6 ବହୁମୂଲ୍ୟ ୱିକେଟ ଖସାଇଥିଲେ ଅଶ୍ବିନ । ଏଭଳି ଭାବେ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.