ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବେ କି ଭାରତୀୟ ଷ୍ଟାର ବୋଲର ମହମ୍ମଦ ଶାମି ଓ ଟେନିସ ତାରକା ସାନିଆ ମିର୍ଜା ? ଉଭୟଙ୍କ ବିବାହ ନେଇ ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏନେଇ କୌଣସିବି ପ୍ରତିକ୍ରିୟା ରଖିନାହାନ୍ତି ଦୁଇ ଖେଳାଳି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ଖବରକୁ ନେଇ ମୁହଁ ଖୋଲିଛନ୍ତି ସାନିଆଙ୍କ ବାପା ଇମ୍ରାନ ମିର୍ଜା । ଏହି ଖବର ଗୁଜବ ହୋଇଥିବା ସେ କହିଛନ୍ତି ।
ଇମ୍ରାନ ମିର୍ଜା କହିଛନ୍ତି ଯେ, ସାମିଆ ଓ ଶାମିଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଯେଉଁ ଖବର ଘୁରି ବୁଲୁଛି ତାହା ସମ୍ପୂର୍ଣ୍ଣ ମିଛ । କେବେବି ଆମେ ଶାମିକୁ ଭେଟି ନାହିଁ । ସାନିଆ ବର୍ତ୍ତମାନ ହଜ୍ ଯାତ୍ରାରେ ବ୍ୟସ୍ତ ଅଛି । କିଛି ଦିନ ପୂର୍ବେ ଷ୍ଟାର ପ୍ଲେୟାର ହଜକୁ ଯିବା ବିଷୟରେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଗତ 5 ମାସ ପୂର୍ବରୁ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ସହ ସାନିଆଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସୋଏବ ଦ୍ୱିତୀୟ ବିବାହ କରିଛନ୍ତି । ଏଭଳି ପରିସ୍ଥିତିରେ ସାନିଆଙ୍କ ବାପା ସ୍ପଷ୍ଟ କରିଛନ୍ତି ଯେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଶାମି ଏବଂ ସାନିଆଙ୍କ ବିବାହ ଖବର କେବଳ ଏକ ଗୁଜବ ।
ଏହା ମଧ୍ୟ ପଢନ୍ତୁ-ଶାମି ଜଣେ ଖରାପ ମଣିଷ, ତାଙ୍କୁ ଭଗବାନ ଦଣ୍ଡ ଦେବେ: ହସୀନ ଜହାଁ
ଆମେ ଆପଣଙ୍କୁ କହି ରଖୁଛୁ ଯେ, ମହମ୍ମଦ ଶାମି 2018ରେ ତାଙ୍କ ପତ୍ନୀ ହସିନ ଜାହାନଙ୍କଠାରୁ ଅଲଗା ହୋଇଥିଲେ । ହସିନ ଶାମିଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ । ଏନେଇ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ସେତେବେଳେ ବିସିସିଆଇ ତାଙ୍କୁ ବଞ୍ଚାଇ ଦେଇଥିଲା । ସେ ସମୟରେ ଶାମି କହିଥିଲେ ଯେ, ସେ ତାଙ୍କ ପରିବାରକୁ ଭାଙ୍ଗିବାକୁ ଚାହୁଁ ନାହାଁନ୍ତି । ଦଣ୍ଡମୁକ୍ତ ହେବା ମାତ୍ରେ ସେ ମୋତେ କୋର୍ଟରେ ଦେଖିବେ ବୋଲି କହିଥିଲେ । ଅସୁସ୍ଥତା କାରଣରୁ ଶାମି ବର୍ତ୍ତମାନ କ୍ରିକେଟ ଦୁନିଆରୁ ଦୂରେଇ ରହିଛନ୍ତି ବିଶ୍ବକପ ପରଠାରୁ ଆଉ କୌଣସି ବି ମ୍ୟାଚ ଖେଳିନାହାନ୍ତି ।
ଏହା ବି ପଢନ୍ତୁ- ନୂଆ ଇନିଂସ ଆରମ୍ଭ ପୂର୍ବରୁ ସୋଏବ-ସାନିଆଙ୍କ ହୋଇଥିଲା ଛାଡପତ୍ର
ଅନ୍ୟପଟେ ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ଛାଡପତ୍ର ହୋଇସାରିଛି । କିଛି ମାସ ପୂର୍ବରୁ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଛି । ସାନିଆ ମିର୍ଜା ଏବଂ ସୋଏବ ମଲିକ ୨୦୧୦ ମସିହାରେ ବିବାହ କରିଥିଲେ । ସେମାନଙ୍କର ବୈବାହିକ ସମ୍ପର୍କ ପ୍ରାୟ ୧୪ ବର୍ଷ ଧରି ଚାଲିଥିଲା । ସେମାନେ କିଛି ସମୟ ପାଇଁ ଅଲଗା ରହୁଥିଲେ । ଏହାପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା ।