ETV Bharat / sports

ପାଣ୍ଡ୍ୟା-କୁଳଦୀପଙ୍କ ଚମତ୍କାର ପ୍ରଦର୍ଶନ, ବାଂଲାଦେଶକୁ ହରାଇ ସେମିଫାଇନାଲ ଦ୍ବାରରେ ଭାରତ - T20 WORLD CUP 2024

author img

By ETV Bharat Odisha Team

Published : Jun 23, 2024, 8:38 AM IST

T20 World Cup: ଟି-20 ବିଶ୍ବକପରେ ଭାରତର ବିଜୟ ଧାରା ଜାରି । ବାଂଲାଦେଶକୁ ହରାଇ ସେମିଫାଇନାଲ ପଥ ପରିଷ୍କାର କଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

T20 World Cup
T20 World Cup (@BCCI)

ଓ୍ବାଶିଂଟନ: T20 ବିଶ୍ବକପର ସେମିଫାଇନାଲ ଦ୍ବାରରେ ଟିମ ଇଣ୍ଡିଆ । ସୁପର 8ରେ ବାଂଲାଦେଶକୁ ହରାଇଲା ସେମିଫାଇନାଲ ପାଇଁ ପଥ ପରିଷ୍କାର କରିଛି ଭାରତ । ଗତକାଲି ଖେଳାଯାଇଥିବା ମ୍ୟାଚରେ ପାଣ୍ଡ୍ୟାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ କୁଲଦୀପଙ୍କ ଘାତକ ବୋଲିଂ ଯୋଗୁଁ 50 ରନରେ ବାଂଲାଦେଶ ପରାସ୍ତ କରିଥିଲା ରୋହିତ ବାହିନୀ । ସେପଟେ ସୁପର 8ରେ ଦ୍ବିତୀୟ ପରାଜୟ ସହ ବାଂଲାଦେଶର ସେମିରେ ପହଞ୍ଚିବା ଆଶା କ୍ଷୀଣ ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଏହି ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜୟ ଧାରା ଜାରି ରଖିଛି ମେନ ଇନ ବ୍ଲୁ ।

T20 WORLD CUP
T20 WORLD CUP (@BCCI)

ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କରିବା ପଡିଲା ଭାରି: ଆମେରିକାର ଭିଭିଆନ ରିଚାର୍ଡ ଷ୍ଟାଡିୟମରେ ଭାରତୀୟ ସମୟ 8ଟାରେ ଗତକାଲି ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍‌ ସାନ୍ତୋ ବୋଲିଂ ନିଷ୍ପତ୍ତି ନେଇଥିଲେ ଓ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଯାହା ପର ମୁହୂର୍ତ୍ତରେ ବାଂଲାଦେଶକୁ ଭାରି ପଡିଥିଲା । ବିପକ୍ଷ ଦଳର ସ୍ପିନରଙ୍କୁ ଧୂଆଁଧାର ବ୍ୟାଟିଂ କରି ଧୂଳି ଚଟାଇଥିଲେ ଭାରତୀୟ ବ୍ୟାଟର । 20 ଓଭରରେ ଭାରତ 5 ଓ୍ବିକେଟ ହରାଇ 196 ରନ ସଂଗ୍ରହ କରିଥିଲା । ଜବାବରେ ବାଂଲାଦେଶ 20 ଓଭରରେ 8 ଓ୍ବିକେଟ ହରାଇ 146 ରନ କରି ପରାଜିତ ହୋଇଥିଲା । ଏହି ମ୍ୟାଚରେ ବିଜୟ ପରେ ଭାରତ ଏକ ପ୍ରକାର ସେମିରେ ପହଞ୍ଚିବା କହିଲେ ମଧ୍ୟ ଭୁଲ୍‌ ହେବ ନାହିଁ । ଅସଲ ଲଢେଇ ଆସନ୍ତାକାଲି ହେବ । ସୁପର 8ର ଶେଷ ମୁକାବିଲା ଅଷ୍ଟ୍ରେଲିଆ ସହ ଖେଳିବ ଭାରତ ।

T20 WORLD CUP
T20 WORLD CUP (@BCCI)

ଏହା ମଧ୍ୟ ପଢନ୍ତୁ-ପାଣ୍ଡ୍ୟାଙ୍କ ଦମଦାର ଅର୍ଦ୍ଧଶତକ, ବାଂଲାଦେଶ ଆଗରେ ୧୯୭ ଟାର୍ଗେଟ - T20 World Cup 2024

ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ: ଓପନିଂ ଯୋଡି ଦୁଇ ଭେଟେରାନ ରୋହିତ ଶର୍ମା ଓ କୋହଲି ବିସ୍ଫୋରକ ପାଳି ଆରମ୍ଭ କରିଥିଲେ । ଅଧିନାୟକ ରୋହିତ ଶର୍ମା 23 ରନ କରି ଆଉଟ୍‌ ହୋଇଥିବା ବେଳେ କୋହଲି ଓ ଋଷଭ ପନ୍ତ ପାଳି ସମ୍ଭାଳିଥିଲେ । କିନ୍ତୁ ମାତ୍ରମ 37 ରନ କରିବାରେ ସକ୍ଷମ ହୋଇଥିଲେ କୋହଲି । ଏହାପରେ ସୂର୍ଯ୍ୟକୁମାର ବ୍ୟାଟିଂ କରିବାକୁ ଆସି ମାତ୍ର 6 ରନରେ ଆଉଟ୍‌ ହୋଇଥିଲେ । ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ସହ ମିଶି ପାଳିକୁ ଆଗେଇ ନେଇଥିଲେ ପନ୍ତ । 24 ବଲରୁ 4 ଚୌକା ଓ 2 ଛକା ସହିତ 36 ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ ପନ୍ତ । ଏହାପରେ ଦୁବେ ଓ ପାଣ୍ଡ୍ୟା ବିସ୍ଫୋରକ ପାଳି ଖେଳିଥିଲେ । ଉଭୟ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦୁବେ 34 ରନ କରି ପାଭିଲିୟନ ଫେରିଥିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା କିନ୍ତୁ ଦଳକୁ ଏକ ବିଶାଳ ସ୍କୋର ଛିଡ଼ା କରାଇବାରେ ସହାୟକ ହୋଇଥିଲେ । ସେ 27 ବଲରୁ 4 ଚୌକା ଓ 3 ଛକା ବଳରେ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ଦଳୀୟ ସ୍କୋରକୁ 196 ରନରେ ପହଞ୍ଚାଇଥିଲେ ।

T20 WORLD CUP
T20 WORLD CUP (@BCCI)

ବ୍ୟାଟରଙ୍କ ଅଣ୍ଟା ଭାଙ୍ଗି ଦେଲେ ଭାରତୀୟ ବୋଲର: 197 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାଂଲାଦେଶ । କିନ୍ତୁ ଏହି ବିରାଟ ରନକୁ ଅତିକ୍ରମ କରି ବିଜୟ ହେବା ଦଳ ପକ୍ଷରେ କାଠିକର ପାଠ ହୋଇଥିଲା । ଘାତକ ବୋଲିଂ କରି ବ୍ୟାଟରଙ୍କ ଅଣ୍ଟା ଭାଙ୍ଗି ଦେଇଥିଲେ ଭାରତୀୟ ବୋଲର । କୁଳଦୀପ ଯାଦବ ଘାତକ ସାବ୍ୟସ୍ତ ହୋଇଥିଲେ । ତାଙ୍କ ବଲକୁ ସାମ୍ନା କରିବା ବାଂଲାଦେଶ ବ୍ୟାଟର ପକ୍ଷେ କଷ୍ଟ ସାଧ୍ୟ ହୋଇପଡିଥିଲା । 3ଜଣ ବ୍ୟାଟରଙ୍କୁ ଛାଡିଦେଲେ ଆଉ କେହିବି 30 ରନ କରିବାକୁ ସମର୍ଥ ହୋଇନଥିଲେ । ନାଜମୁଲ ସର୍ବାଧିକ 40 ରନ କରିଥିବା ବେଳେ ତାନଜିଦ 29 ଓ ରିସଦ 24 ରନ କରିଥିଲେ । କୁଳଦୀପ ଯାଦବ 4 ଓଭର ବୋଲିଂ କରି 19 ରନ ଦେଇ 3ଟି ଓ୍ବିକେଟ ନେଇଥିଲେ । ବୁମରା 4 ଓଭର ବୋଲିଂ କରି 13 ରନ ଦେଇ 2ଟି ଓ୍ବିକେଟ ନେଇଥିବା ବେଳେ ଅର୍ଶଦୀପ 4 ଓଭର ବୋଲିଂ କରି 30 ରନ ଦେଇ 2ଟି ଓ୍ବିକେଟ ନେଇଥିଲେ ।

T20 WORLD CUP
T20 WORLD CUP (@BCCI)

ବିରାଟଙ୍କ ରେକର୍ଡ:ଏହି ମ୍ୟାଚରେ ନୂଆ ରେକର୍ଡ କରିଛନ୍ତି ବିରାଟ କୋହଲି । ଗତକାଲି ସେ 37 ରନ କରିଥିଲେ । ଏହି ରନ ବଳରେ ପ୍ରଥମ ବ୍ୟାଟର ଭାବେ ଉଭୟ ଦିନିକିଆ ଓ ଟି 20 ବିଶ୍ବକପରେ 3000 ରନ ପୂରଣ କରିଛନ୍ତି ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.