ETV Bharat / sports

ଅଷ୍ଟ୍ରେଲିଆଠୁ ବିଶ୍ବକପ ପ୍ରତିଶୋଧ ନେବ ଭାରତ, କଣ ରହିଛି ରୋହିତଙ୍କ ରଣନୀତି ? - T20 WORLD CUP 2024

author img

By ETV Bharat Odisha Team

Published : Jun 24, 2024, 2:29 PM IST

T20 WORLD CUP 2024: ଆଜି ସୁପର 8ରେ ରହିଛି ରୋମାଞ୍ଚକର ମୁକାବିଲା । କଙ୍ଗାରୁ ଦଳକୁ ଭେଟିବ ଟିମ ଇଣ୍ଡିଆ । ବିଶ୍ବକପର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରୋହିତ ବାହିନୀ । ଅଧିକ ପଢନ୍ତୁ

T20 WORLD CUP
T20 WORLD CUP (IANS)

ହାଇଦ୍ରାବାଦ: ନଭେମ୍ବର 19, 2023 ବିଶ୍ବକପ ଫାଇନାଲ ମ୍ୟାଚ । ଭାରତୀୟ କ୍ରିକେଟ ଇତିହାସରେ ସେହି ଦିନ ଓ ମୁହୂର୍ତ୍ତକୁ କେହି କେବେ ବି ଭୁଲି ପାରିବେ ନାହିଁ । ଭାଙ୍ଗିଥିଲା କୋଟି କୋଟି କ୍ରିକେଟ ପ୍ରେମୀଙ୍କ ସ୍ବପ୍ନ । ଭାରତ ମାଟିରେ ଛିଡା ହୋଇ ଟିମ ଇଣ୍ଡିଆଠାରୁ ବିଶ୍ବକପ ଛଡାଇ ନେଇଥିଲା କଙ୍ଗାରୁ ଟିମ । ଏବେ ସେହି ଦିନର ପ୍ରତିଶୋଧ ନେବାର ସମୟ ଆସିଛି । ODI ବିଶ୍ବକପର ପ୍ରତିଶୋଧ ଟି-20 ବିଶ୍ବକପରେ ନେବ ଭାରତ । ଆଜି ଟି-20 ବିଶ୍ବକପର ସୁପର 8ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ସେମିଫାଇନାକୁ ଯିବାକୁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଟକ୍କର । ଯଦି ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ହାରିଯାଏ ତେବେ ଟି-20 ବିଶ୍ବକପ ହାତେଇବାର ସ୍ବପ୍ନ ଦଳ ପାଇଁ ସ୍ବପ୍ନ ହୋଇ ରହିଯିବ ।

କଙ୍ଗାରୁ ଦଳକୁ ସେମିରେ ପ୍ରବେଶ କରିବାକୁ ଦେବନାହିଁ ଇଣ୍ଡିଆ

ବିଶ୍ବକପ ଫାଇନାଲରେ ଦଳ ପରାଜିତ ହେବା ପରେ ଅନେକ କିଛି ଶିଖିଛି । ସେହି ସମୟରେ ଦଳ ଅପରାଜୟ ରହି ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଫାଇନାଲରେ ରୋହିତଙ୍କ ରଣନୀତି କାମ କରିନଥିଲା । ଯେଉଁଥି ପାଇଁ ଚମ୍ପିଆନ ହେବାର ଗୋଟିଏ ପାଦ ପଛରେ ରହିଥିଲା ଟିମ । ଫାଇନାଲ ମ୍ୟାଚରେ ଯାହାବି ଭୁଲ ରହିଥିବା ତାହା ସୁଧାରି ଦଳ ଆଜି ବିଜୟ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । କଙ୍ଗାରୁ ଦଳର ସେମି ଏଣ୍ଟ୍ରିରେ ରୋକ ଲଗାଇବାକୁ କୌଣସି ସୁଯୋଗ ଛାଡିବ ନାହିଁ ମେନ ଇନ ବ୍ଲୁ ।

କଙ୍ଗାରୁ ଦଳର ସ୍ବପ୍ନ ହେବ ଧୂଳିସାତ

ଆଜିର ମ୍ୟାଚରେ ଯଦି ଅଷ୍ଟ୍ରେଲିଆ ପରାଜିତ ହୁଏ ତେବେ ଟି-20 ବିଶ୍ବକପରୁ ବାଦ ପଡିବ । କଙ୍ଗାରୁ ଦଳର ସ୍ବପ୍ନକୁ ଧୂଳିସାତ କରିବାକୁ ରୋହିତବାହିନୀ ପୂରା ପ୍ରସ୍ତୁତ । ଦଳରେ ରହିଛନ୍ତି ଅଭିଜ୍ଞ ଖେଳାଳି । ଦଳର ବ୍ୟାଟିଂ ଭାର ରୋହିତ, ବିରାଟ, ପନ୍ତ ଓ ସୂର୍ଯ୍ୟକୁମାରଙ୍କ ଉପରେ ନିର୍ଭରଶୀଳ । ଅଷ୍ଟ୍ରେଲିଆର ବ୍ୟାଟରଙ୍କୁ ଅଟକାଇବାକୁ ବୁମରା, ଅର୍ଶଦୀପ ଓ କୁଳଦୀପଙ୍କ ପରି ରହିଛନ୍ତି ଘାତକ ବୋଲର । ଅଲରାଉଣ୍ଡରରେ ଶିବମ ଦୁବେ ଓ ପାଣ୍ଡ୍ୟା ରହିଛନ୍ତି । ପୂର୍ବ ଅପେକ୍ଷା ଭାରତୀୟ ଦଳ ଅଧିକ ମଜବୁତ ରହିଛି । ଟି-20 ବିଶ୍ବକପରେ ବର୍ତ୍ତମାନ ସୁଦ୍ଧା ଅପରାଜୟ ରହିଛି ରୋହିତ ବାହିନୀ । ଏହି ଧାର ବଜୟୀ ରଖିବାକୁ ଦଳ ପ୍ରସ୍ତୁତ ।

ଏହା ମଧ୍ୟ ପଢନ୍ତୁ-ଟିମ ଇଣ୍ଡିଆ ହାତ ପାହାନ୍ତାରୁ ଖସିଗଲା ବିଶ୍ବକପ ଟ୍ରଫି: ଭାଙ୍ଗିଥିଲା ସ୍ୱପ୍ନ, କାନ୍ଦିଥିଲା ଦେଶ

ଆଜିର ମ୍ୟାଚକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ମିମ୍ସ ସେୟାର ସରୁଛନ୍ତି । ଯେଉଥିରେ ଭାରତ କଙ୍ଗାରୁ ଦଳଠାରୁ ପ୍ରତିଶୋଧ ନେବାର ସମୟ ଆସିଛି ବୋଲି କୁହାଯାଉଛି । ଆମେ ଆପଣଙ୍କୁ କହି ରଖୁଛି ଯେ, ନଭେମ୍ବର 19ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିଲା ବିଶ୍ବକପ ଫାଇନାଲ ମ୍ୟାଚ୍‌ । ଆରମ୍ଭରୁ ଅପରାଜୟ ରହିଥିବା ଭାରତ ଫାଇନାଲରେ ବିଜୟ ମୁକୁଟ ପିନ୍ଧବ ବୋଲି ଏକ ପ୍ରକାର ଯେମିତି ସ୍ଥିର ହୋଇଯାଇଥିଲା । କିନ୍ତୁ ଶେଷ ମ୍ୟାଚ୍‌ରେ କାମ ଦେଇନଥିଲା ରୋହିତଙ୍କ ରଣନୀତି । ବୋଲି ଓ ବ୍ୟାଟିଂରେ କମାଲ ଧମାଲ କରୁଥିବା ମେନ ଇନ୍‌ ବ୍ଲୁ ଅନ୍ତିମ ମ୍ୟାଚରେ ଧିମେଇ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-T 20 : ଆଜି ଭାରତ-ଅଷ୍ଟ୍ରେଲିଆ ସୁପର ଏଇଟ ଫାଇଟ୍, ଯିଏ ଜିତିବ ଖେଳିବ ସେମିଫାଇାନଲ, ହାରିଲେ ବିଗିଡ଼ିବ ଗଣିତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.