ETV Bharat / sports

ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ; ପ୍ରଶଂସାରେ ପୋତିଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ - Congratulate to Team India

author img

By ETV Bharat Odisha Team

Published : Jun 30, 2024, 9:41 AM IST

Updated : Jun 30, 2024, 9:50 AM IST

Congratulate to Team India After T20 World Cup Victory: ଦେଶକୁ ଚମ୍ପିଆନ ଟ୍ରଫି ଆଣିବା ପରେ ଟିମ ଇଣ୍ଡିଆ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ବାର୍ତ୍ତା ଜାରି କରି ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ପ୍ରମୁଖ ଟ୍ୱିଟ୍ କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

Congratulate to Team India
Congratulate to Team India (ETV Bharat)

ହାଇଦ୍ରାବାଦ: ଚମ୍ପିଆନ ସାଜିଛି ଭାରତ । ଦୀର୍ଘ ୧୭ ବର୍ଷ ପରେ ଆଇସିସି ଟି୨୦ ବିଶ୍ୱକପ ଆସିଛି ଦେଶକୁ । ଟିମ ଇଣ୍ଡିଆର ଏହି ବିରାଟ ବିଜୟକୁ ନେଇ ସବୁଠି ସେଲିବ୍ରେସନର ମାହୋଲ । ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଜନେତାଠୁ ଅଭିନେତା, କ୍ରିକେଟରଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ବାର୍ତ୍ତା ଜାରି କରି ଅଭିନନ୍ଦନ ଜଣାଇଛନ୍ତି ।

ଭିଡିଓ ବାର୍ତ୍ତାରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି: ଟିମ ଇଣ୍ଡିଆର ଏହି ଐତିହାସିକ ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ବାର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, " ଟିମ ଇଣ୍ଡିଆକୁ ଏହି ଭବ୍ୟ ବିଜୟ ପାଇଁ ସମସ୍ତ ଦେଶବାସୀଙ୍କ ତରଫରୁ ବହୁତ ବହୁତ ଅଭିନନ୍ଦନ । ଆଜି ୧୪୦ କୋଟି ଦେଶବାସୀ ତୁମମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଗର୍ବ ଅନୁଭବ କରୁଛନ୍ତି । ଖେଳ ପଡିଆରେ ତୁମେମାନେ ବିଶ୍ୱକପ ଜିତିଛ, କିନ୍ତୁ ଭରତର ସବୁ ଗାଁ, ଗଳିରେ କୋଟି କୋଟି ଦେଶବାସୀଙ୍କ ହୃଦୟ ଜିତିପାରିଛ ।

ଏହାମଧ୍ୟ ପଢନ୍ତୁ.. ଭାବବିହ୍ୱଳ ଖେଳାଳି, ଆତ୍ମହରା ଦେଶବାସୀ... ସବୁଠି ସେଲିବ୍ରେସନ - India celebration after Victory

ସେ ଆଉ ମଧ୍ୟ କହିଛନ୍ତି, "ଏହି ଟୁର୍ଣ୍ଣାମେଣ୍ଟ ବିଶେଷ କାରଣ ପାଇଁ ମଧ୍ୟ ମନେ ରଖାଯିବ । ଏତେ ଗୁଡିଏ ଦେଶ, ଏତେ ଗୁଡିଏ ଦଳ କିନ୍ତୁ ଗୋଟିଏ ମ୍ୟାଚରେ ବି ଦଳ ନ ହାରିବା ଏହା କିଛି ଛୋଟ ଉପଲବ୍ଧି ନୁହେଁ । ତୁମେମାନେ କ୍ରିକେଟ ଜଗତର ପ୍ରତ୍ୟେକ ମହାରଥୀଙ୍କର ପ୍ରତିଟି ବଲକୁ ଖେଳିଛ ଏବଂ ତୁମେମାନେ ଚମତ୍କାର ବିଜୟ ହାସଲ କରିଛ । ଗୋଟିଏ ପରେ ଗୋଟିଏ ମ୍ୟାଚରେ ବିଜୟ ପରମ୍ପରା ତୁମମାନଙ୍କ ବିଶ୍ୱାସକୁ ତ ବଢାଇଲା ଓ ପୁରା ଟୁର୍ଣ୍ଣାମେଣ୍ଟକୁ ଆହୁରି ରୋମାଞ୍ଚକର ବନାଇଦେଲା । ଏହି ବିଜୟ ପାଇଁ ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା ।"

ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି: ଟ୍ୱିଟ କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ''ଟି୨୦ ବିଶ୍ୱକପ ବିଜୟକୁ ନେଇ ଟିମ ଇଣ୍ଡିଆକୁ ହୃଦୟରୁ ଅଭିନନ୍ଦନ । କେବେବି ହାର ନମାନିବାର ଜିଦ ସହ ଆମ ଦଳ ବହୁ କଠିନ ପରିସ୍ଥିତିରୁ ମୁକୁଳି ଥିଲା ଏବଂ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ଫାଇନାଲ ମ୍ୟାଚରେ ଏହା ଏକ ଅସାଧାରଣ ବିଜୟ ଥିଲା । ସାବାସd ଟିମ ଇଣ୍ଡିଆ । ତୁମ ପାଇଁ ଆମେ ଗର୍ବିତ ।''

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି," ଏକ ଚମତ୍କାର ବିଶ୍ୱକପ ବିଜୟ ଏବଂ ଟୁର୍ଣ୍ଣାମେଣ୍ଟରେ ଅଦ୍ଭୁତ ପ୍ରଦର୍ଶନ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ!" ସୂର୍ଯ୍ୟ କୁମାର ଯାଦବଙ୍କ କ୍ୟାଚ ଓ ରୋହିତ ଶର୍ମାଙ୍କ ନେତୃତ୍ୱ ବିଷୟରେ ମଧ୍ୟ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ରାହୁଲ ଗାନ୍ଧୀ । ଆଗକୁ ରୋହିତ ଶର୍ମାଙ୍କ ନେତୃତ୍ୱକୁ ଟିମ ଇଣ୍ଡିଆ ମନେ ପକାଇବ ଓ ବ୍ଲୁ ଇନ ମେନ ଦେଶକୁ ଗର୍ବିତ କରିଛନ୍ତି ବୋଲି ଲେଖିଛନ୍ତି ରାହୁଲ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ୱିଟ କରିଛନ୍ତି, " ଆଜି ଭାରତୀୟ ପୁରୁଷ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ଵିତୀୟ ଥର ପାଇଁ ଟି20 ବିଶ୍ୱକପ ବିଜୟୀ ହୋଇଛି। ବିଶ୍ୱକପ ବିଜେତା ସମସ୍ତ ଖେଳାଳି ଏବଂ ସହଯୋଗୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଜିର ଏହି ବିଜୟ ପୁଣି 140 କୋଟି ଭାରତୀୟଙ୍କ ମନରେ ଖୁସି ଭରିଦେଇଛି । ଆଗକୁ ଭାରତୀୟ କ୍ରିକେଟ ଏହିପରି ଅନେକ ସଫଳତା ହାସଲ କରି ଦେଶକୁ ଗୌରାବାନ୍ୱିତ କରୁ ଏତିକି କାମନା । ବନ୍ଦେ ମାତରମ ।"

ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି । ଆଉମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ଅଭିନେତା ଅମିତାଭ ବଚ୍ଚନ, ଶାହରୁଖ ଖାନ୍, ସଲମାନ ଖାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 30, 2024, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.