ETV Bharat / sports

ଯୁବ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ ! ICC ଓ IOC ମଧ୍ୟରେ ବଡ଼ ଡିଲ୍‌ - Cricket in Youth Olympics 2030

author img

By ETV Bharat Sports Team

Published : Aug 17, 2024, 6:53 PM IST

Cricket in Youth Olympics 2030 : ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ 2028ରୁ 128 ବର୍ଷ ପରେ କ୍ରିକେଟ୍ ଅଲିମ୍ପିକ୍ସକୁ ଫେରୁଛି । ଏବେ ଯୁବ ଅଲିମ୍ପିକ୍ସରେ ମଧ୍ୟ କ୍ରିକେଟ୍ ଅନ୍ତର୍ଭୁକ୍ତ ହୋଇପାରେ ବୋଲି ଆସିଛି ଖବର । ଅଧିକ ପଢ଼ନ୍ତୁ

Cricket in Youth Olympics 2030
Cricket in Youth Olympics 2030 (AFP Photos)

ନୂଆଦିଲ୍ଲୀ : ଅଲିମ୍ପିକ୍ ଗେମ୍ସରେ ଅନ୍ତର୍ଭୁକ୍ତ ହେବା ପରେ କ୍ରିକେଟ୍ ଏବେ 'ଯୁବ ଅଲିମ୍ପିକ୍ସ'ରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ । ଯୁବ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ ହେବା ନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇପାରେ ବୋଲି ଖବର ସାମ୍ନାକୁ ଆସିଛି ।

ଯୁବ ଅଲିମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ :-

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଆଇସିସି ସଙ୍କେତ ଦେଇଛି ଯେ 2030 ମସିହାରେ ଯୁବ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବା ପାଇଁ ଆଇଓସି ସହିତ ଆଲୋଚନା କରିପାରେ । ଗତ ବର୍ଷ ଭାରତ ସରକାରଙ୍କ ଘୋଷଣା ଅନୁଯାୟୀ ଏହା 2036 ଅଲିମ୍ପିକ୍ସ ବ୍ୟତୀତ ମୁମ୍ବାଇରେ 2030 ଯୁବ ଅଲିମ୍ପିକ୍ ଗେମ୍ସ (YOG) ପାଇଁ ଟେଣ୍ଡର କରିବାକୁ ଚାହୁଁଛି । ଆଇସିସି ଡେଭଲପମେଣ୍ଟ ଜେନେରାଲ ମ୍ୟାନେଜର ୱିଲିୟମ୍ ଗ୍ଲେନରାଇଟ୍, ବିବେକ ଗୋପାଳନଙ୍କୁ ପଠାଯାଇଥିବା ଏକ ଇମେଲରେ ସକାରାତ୍ମକ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହା ଏକ ଭଲ ପ୍ରସ୍ତାବ ଏବଂ ଆମେ ଏନେଇ ଆଲୋଚନା କରିପାରିବା ।" ଗୋପାଳନଙ୍କ ଇମେଲ ଏବଂ ଗ୍ଲେନରାଇଟଙ୍କ ଉତ୍ତରର କପି ଆଇସିସି ସିଇଓ ଜିଓଫ୍ ଆଲାର୍ଡିସ୍, ୱାସିମ୍ ଖାନ୍, କ୍ଲେର୍ ଫୁରଲଙ୍ଗ ଏବଂ କ୍ରିସ୍ ଟେଟଲିଙ୍କ ନିକଟକୁ ମଧ୍ୟ ପଠାଯାଇଛି ।

ଅଲିମ୍ପିକ୍ସ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଛି ଭାରତ :-

ଗୋପାଳନ ଯୁକ୍ତି କରିଛନ୍ତି ଯେ, 'ଯୁବ ଅଲିମ୍ପିକ୍ ଗେମ୍ସ (YOG) 2030 ଆୟୋଜନ ପାଇଁ ମୁମ୍ବାଇ ଇଚ୍ଛା ପ୍ରକାଶ କରିଥିବାରୁ ଏଥିରେ କ୍ରିକେଟ୍ ଯୋଡ଼ାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।' ସେ ଆଇସିସି ଅଧିକାରୀଙ୍କୁ ମଧ୍ୟ ଲେଖିଛନ୍ତି, 'ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବର୍ତ୍ତମାନ 2030 YOG ଏବଂ 2036 ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତର ଇଚ୍ଛା ପ୍ରକାଶ କରିଛନ୍ତି ।'

ପିଏମ୍‌ ମୋଦି ଦେଇଥିଲେ ସଂକେତ :-

ଗତ ଅକ୍ଟୋବରରେ ମୁମ୍ବାଇରେ ଆଇଓସି ଅଧିବେଶନକୁ ସମ୍ବୋଧିତ କରିବାବେଳେ ପିଏମ ମୋଦି ଯୁବ ଅଲିମ୍ପିକ୍‌ ଗେମ୍ସର ସଂକେତ ଦେଇଥିଲେ । ତେବେ, ନିକଟ ଅତୀତରେ, ଭାରତ ସରକାରଙ୍କ ଧ୍ୟାନ 2036 ଅଲିମ୍ପିକ୍ ଗେମ୍ସ ପାଇଁ ଟେଣ୍ଡର ଆଡକୁ ଗତି କରିଛି । ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ସ୍ବାଧୀନତା ଦିବସରେ ସମ୍ବୋଧିତ କରୁଥିବା ବେଳେ ମଧ୍ୟ ଏହି କଥା ଦୋହରାଇଥିଲେ ।

ଯୁବ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବାକୁ ବଢ଼ୁଛି ଦାବି :-

ଆଇସିସି ଅଧିକାରୀଙ୍କୁ ପଠାଯାଇଥିବା ଇମେଲରେ ଯୁବ ଅଲିମ୍ପିକ୍ ଗେମ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବାକୁ ଅନେକ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏଥିରେ କୁହାଯାଇଛି, 'ରଗବୀ ସେଭେନ୍ସ ସମେତ ସମସ୍ତ ଶୀର୍ଷ ଖେଳଗୁଡିକ YOGର ଏକ ଅଂଶ । ତେବେ କ୍ରିକେଟ୍ କାହିଁକି ନୁହେଁ ? ଯୁବ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରାଗଲେ ବିଶ୍ବସ୍ତରରୁ ତୃଣମୂଳସ୍ତର ପର୍ଯ୍ୟନ୍ତ କ୍ରିକେଟରେ ପରିବର୍ତ୍ତନ ଆସିବ, ବିଶେଷ କରି ଆଇସିସି ଆସୋସିଏଟ୍ସ ମଧ୍ୟରେ ।' ପ୍ରକାଶ ଥାଉ ଯୁବ ଅଲିମ୍ପିକ୍ସରେ ଅଂଶଗ୍ରହଣକାରୀଙ୍କ ବୟସ ସୀମା 15ରୁ 18 ବର୍ଷ ମଧ୍ୟରେ ରହିବ ।

'ଅଲିମ୍ପିକ ବ୍ରାଣ୍ଡ'କୁ ଆଗକୁ ବଢ଼ାଇବ 'କ୍ରିକେଟ ବ୍ରାଣ୍ଡ' :-

ଏହି ମେଲରେ ଆହୁରି ଲେଖା ଅଛି, 'ଆଇସିସି ବର୍ତ୍ତମାନ ଆଇଓସି ସହିତ ଏକ ଦୃଢ଼ ସମ୍ପର୍କ ସ୍ଥାପନ କରିଛି ଏବଂ ଆଇଓସି ସ୍ବୀକାର କରିଛି ଯେ, 'ଅଲିମ୍ପିକ୍ ବ୍ରାଣ୍ଡ'କୁ ଆହୁରି ଆଗକୁ ବଢ଼ାଇ ପାରିବ 'କ୍ରିକେଟ୍ ବ୍ରାଣ୍ଡ', ତେଣୁ ଆଇଓସି କ୍ରିକେଟକୁ ଏକ ପ୍ରମୁଖ ଖେଳ ଭାବରେ ପରିଣତ କରିବାକୁ ବିଚାର କରିବ । ପ୍ରକାଶ ଥାଉ କି, 1900 ମସିହାରେ ଆୟୋଜିତ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ 2028 ମସିହାରେ ଲସ୍ ଆଞ୍ଜେଲସ୍ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକ୍ସରେ କ୍ରିକେଟ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବାଂଲାଦେଶ ବିପକ୍ଷ ଟେଷ୍ଟରେ ଫେରିବେ ସର୍ଫରାଜ ଖାନ ! ଫିଟନେସ୍‌ ପାଇଁ ପ୍ରତିଦିନ ବୁହାଉଛନ୍ତି ଝାଳ - Sarfaraz Khan

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.