ETV Bharat / sports

ଆଇପିଏଲରେ ଏଣ୍ଟ୍ରି ମାରିବେ ବିଜନେସ୍ ଟାଇକୁନ୍ ଆଦାନୀ, କିଣିବେ ଗୁଜୁରାଟ ଟାଇଟନ୍ସ ଟିମ୍ ! - Adani Group to buy IPL team

Gautam Adani to buy majority stake in IPL team Gujarat Titans: ପୂର୍ବରୁ ଆଦାନୀ ଗ୍ରୁପ ମହିଳା କ୍ରିକେଟ ଲିଗ (WPL) ଏବଂ ଦୁବାଇ ଇଣ୍ଟରନ୍ୟାସନାଲ ଲିଗରେ ନିବେଶ କରିସାରିଛି । 2023ରେ ଆଦାନୀ ଗ୍ରାପ WPL ଅହମ୍ମଦାବାଦ ଟିମକୁ 1289 କୋଟିରେ କିଣିସାରିଛି ।

author img

By ETV Bharat Odisha Team

Published : Jul 20, 2024, 10:57 AM IST

Updated : Jul 20, 2024, 1:03 PM IST

Etv Bharat
Etv Bharat (ETV Bharat Odisha)

ହାଇଦ୍ରାବାଦ: ଭାରତର ବିଲିଅନାର ମୁକେଶ ଆମ୍ବାନୀଙ୍କ ପରେ ଭାରତୀୟ କ୍ରିକେଟ ଲିଗ୍ (ଆଇପିଏଲ୍)ରେ ଏଣ୍ଟ୍ରି ମାରିବେ ଆଉ ଜଣେ ବିଶିଷ୍ଟ ଆରବ ପତି । ଗୁଜୁରାଟ ଟାଇଟନ୍ସ ଉପରେ ବର୍ତ୍ତମାନ ଆଖି ପକାଇଛନ୍ତି ଇଣ୍ଡଷ୍ଟ୍ରିଆଲିଷ୍ଟ ଗୌତମ ଆଦାନୀ । ବିଶ୍ବର ସବୁଠୁ ଦାମୀ କ୍ରିକେଟ ଲିଗ୍ ହେଉଛି ଆଇପିଏଲ୍ ଏବଂ ଏଥିରେ ସାମିଲ ହେବାକୁ କ୍ରିକେଟରଙ୍କ କ୍ରେଜ ଦିନକୁ ଦିନ ବଢୁଥିବା ବେଳେ ବିଜନେସ ଟାଇକୁନ ମଧ୍ୟ ପଛରେ ନାହିଁନ୍ତି । ମାର୍କେଟିଂ, ସ୍ପନ୍ସରସିପ୍ ପାଇଁ ଦିନକୁ ଦିନ ଆଇପିଏଲ୍ ସେୟାର ଭାଲ୍ୟୁ ଏବଂ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ଆକାଶ ଛୁଆଁ ହେବାରେ ଲାଗିଛି ।

IPL
IPL (ETV Bharat Odisha)

ଜାତୀୟ ମିଡିଆ ରିପୋର୍ଟ ମୁତାବକ, ଆଦାନୀ ଗ୍ରୁପ ଏବଂ ଟରେଣ୍ଟ ଗ୍ରୁପ ବର୍ତ୍ତମାନ ଆଇପିଏଲର ନୂଆ ଟିମ୍ ତଥା ଗୋଟିଏ ଥରର ଟାଇଟଲ ବିଜୟୀ ଟିମ୍ ଗୁଜୁରାଟ ଟାଇଟନ୍ସର ଅଧିକାଂଶ ସେୟାର କିଣିବା ପାଇଁ କଥାବର୍ତ୍ତା ଆରମ୍ଭ କରିଛନ୍ତି । ଏପରିକି ବର୍ତ୍ତମାନ ଗୁଜୁରାଟ ଟାଇଟନ୍ସର ଅଧିକାଂଶ ସେୟାର ପାଖରେ ରଖିଥିବା ସିଭିସି କ୍ୟାପିଟାଲ ପାର୍ଟନର୍ସ ସେୟାର ବିକିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ବିସିସିଆଇର ଲକ୍-ଇନ୍ ପିରିୟଡ ନିୟମ ଅନୁଯାୟୀ ବର୍ତ୍ତମାନ ଫେବୃଆରୀ 2025 ପର୍ଯ୍ୟନ୍ତ କୌଣସି ନୂଆ ଟିମର ସେୟାର କୌଣସି କମ୍ପାନୀ କିଣିପାରିବେ ନାହିଁ । ଏହି ଟାଇମ୍ ଫ୍ରେମ ପରେ ଗୁଜୁରାଟ ଟାଇଟନ୍ସ ସେୟାର ଆଦାନୀ କିଣିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

Gujarat Titans
Gujarat Titans (ETV Bharat Odisha)

ଗୁଜୁରାଟ ଟାଇଟନ୍ସ ବ୍ରାଣ୍ଡ ଭାଲ୍ୟୁ-

ଏହି ଟିମର ବ୍ରାଣ୍ଡ ଭାଲ୍ୟୁ ରହିଛି ଡଲାର ଏକ ବିଲିଅନରୁ ଡଲାର 1.5 ବିଲିଅନ ମଧ୍ୟରେ । ସିଭିସି କ୍ୟାପିଟାଲ ପାର୍ଟନର୍ସ 2021ରେ 5,625 କୋଟିରେ ଏହି ଟିମ୍ କିଣିଥିଲା । ଏହି ଟିମ ମାତ୍ର 3 ବର୍ଷ ପୁରୁଣା ।

ଆଦାନୀଙ୍କ କ୍ରିକେଟରେ ନିବେଶ-

ପୂର୍ବରୁ ଆଦାନୀ ଗ୍ରୁପ୍ ମହିଳା କ୍ରିକେଟ ଲିଗ (WPL) ଏବଂ ଦୁବାଇ ଇଣ୍ଟରନ୍ୟାସନାଲ ଲିଗରେ ନିବେଶ କରିସାରିଛି । 2023ରେ ଆଦାନୀ ଗ୍ରୁପ୍ WPL ଅହମ୍ମଦାବାଦ ଟିମକୁ 1289 କୋଟିରେ କିଣିସାରିଛି ।

ଏହା ବି ପଢନ୍ତୁ- ଆହାଃ କି ଭାଗ୍ୟ ! ନୂଆ ବୋହୂ ଆସୁ ଆସୁ ବଢିଲା ସମ୍ପତ୍ତି; 10ଦିନରେ 25 ହଜାର କୋଟି ଇନକମ୍ କଲେ ‘ଭାଗ୍ୟବାନ’ ମୁକେଶ ଆମ୍ବାନୀ - New Daughter in Law brings luck

mumbai indians
mumbai indians (ETV Bharat Odisha)

ଆଇପିଏଲରେ ରହିଛି ଆମ୍ବାନୀଙ୍କ ଟିମ୍ -

ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଆଇପିଏଲ ଇତିହାସରେ ସବୁଠୁ ସଫଳତମ ଦଳ । ଏହି ଟିମ୍ 5 ଥର ଆଇପିଏଲ ଚାମ୍ପିଅନ ହୋଇସାରିଛି । ଟିମର ବ୍ରାଣ୍ଡ ଭାଲ୍ୟୁ ଚେନ୍ନାଇ ଟିମ୍ ତଳେ ରହିଛି ଏବଂ ଫ୍ୟାନ୍ସଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ବର୍ତ୍ତମାନ ମୁମ୍ବାଇ ଟିମର ଅଧିନାୟକ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଯିଏ ଏହା ପୂର୍ବରୁ ଗୁଜୁରାଟ ଟିମର ଅଧିନାୟକ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2024, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.