ETV Bharat / sports

ସମ୍ପୂର୍ଣ୍ଣ ଭାଙ୍ଗିବନି ବାରବାଟୀ, ବିରୋଧି କରୁଛନ୍ତି ଚକ୍ରାନ୍ତ: ଆଶୀର୍ବାଦ ବେହେରା - ବାରବାଟୀ ରୂପାନ୍ତରଣ ବିବାଦ

Barabati Stadium Renovation Issue: ବାରବାଟୀ ଷ୍ଟାଡିୟମ ରୂପାନ୍ତରଣ ନେଇ ଉଠିଥିବା ବିବାଦ ମଧ୍ୟରେ ମୁହଁ ଖୋଲିଲେ ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା । ବାରବାଟି ଷ୍ଟାଡିୟମକୁ ଧୂଳିସାତ କରାଯିବ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

Barabati Stadium Renovation Issue
Barabati Stadium Renovation Issue
author img

By ETV Bharat Odisha Team

Published : Feb 25, 2024, 10:32 PM IST

ସମ୍ପୂର୍ଣ୍ଣ ଭାଙ୍ଗିବନି ବାରବାଟୀ, ବିରୋଧି କରୁଛନ୍ତି ଚକ୍ରାନ୍ତ: ଆଶୀର୍ବାଦ ବେହେରା

କଟକ: ବାରବାଟୀ ଷ୍ଟାଡିୟମକୁ ଭାଙ୍ଗି ଏହାର ନବକଳେବର କରିବା ପାଇଁ ସରକାର ଯେଉଁ ଘୋଷଣା କରିଛନ୍ତି, ଏହାକୁ ନେଇ ବିଭିନ୍ନ ଦିଗରୁ ଶୁଭୁଛି ବିରୋଧର ସ୍ବର । କେତେବେଳେ ବିରୋଧୀ ରାଜନୈତିକ ଦଳ, ତ କେତେବେଳେ କେଉଁ ସାମାଜିକ ସଂଗଠନ ଏହାକୁ ବିରୋଧ କରୁଛନ୍ତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପରେ ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ ମଧ୍ୟ ନିକଟରେ ଏକ ସାମ୍ବାଦିକ ସମ୍ମଳନୀ କରି ଏହାକୁ ବିରୋଧ କରିଛନ୍ତି । ଏହି ଷ୍ଟାଡିୟମରେ ଅନେକ ଐତିହ୍ୟ ରହିଥିବାରୁ ଏହାକୁ ନଭାଙ୍ଗିବାକୁ ସମସ୍ତେ ଦାବି କରୁଛନ୍ତି । ହେଲେ ଏନେଇ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା । ବାରବାଟି ଷ୍ଟାଡିୟମକୁ ଧୂଳିସାତ କରାଯିବ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- 27ରେ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ, ନେହା କକ୍କରଙ୍କ ଗୀତରେ ଝୁମିବେ ଦର୍ଶକ

ଆଜି ଓସିଏର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଶୀର୍ବାଦ ବେହେରା କହିଛନ୍ତି, "ସମ୍ପୂର୍ଣ୍ଣ ଭାଙ୍ଗିବନି ବାରବାଟୀ ଷ୍ଟାଡିୟମ । ଐତିହ୍ୟ କୀର୍ତ୍ତିରାଜିକୁ ଛାଡି ସବୁକିଛି ଭଙ୍ଗାଯିବ । ବାରବାଟି ଷ୍ଟାଡିୟମକୁ ଧୂଳିସାତ କରାଯିବ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଭିତ୍ତିଭୂମି ନିର୍ମାଣ କରାଯାଇ ଏହାକୁ ନବୀକରଣ କରାଯାଉଛି । ଏଥିରେ ଧୂଳିସାତର କୌଣସି ପ୍ରଶ୍ନ ଉଠୁନାହିଁ । ୧୯୬୦ ମସିହାରେ ନିର୍ମାଣ କରାଯାଇଥିବା ଏହାର କେତେକାଂଶକୁ ଭାଙ୍ଗି ଦିଆଯାଇ ଏହାକୁ ନବୀକରଣ କରାଯିବ । ସେହି ଅଂଶ ଗୁଡ଼ିକ ୬୦ ବର୍ଷ ଅତିକ୍ରାନ୍ତ ହେବା ପରେ ସେଗୁଡିକ ଦୁର୍ବଳ ହୋଇଯାଇଛି । ଏଗୁଡ଼ିକ ନବୀକରଣର ଯଥେଷ୍ଟ ଆବଶ୍ୟକତା ରହିଛି । ୧୯୮୦ ଦଶକରେ ତତ୍କାଳୀନ ପୂର୍ତ୍ତ ମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ଵାଳ ୭ ନମ୍ବର ଗ୍ୟାଲେରୀକୁ ସମ୍ପ୍ରସାରଣ ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ । ଏବେ ସେହି ୭ ନମ୍ବର ଗ୍ୟାଲେରୀ ଦୁର୍ବଳ ହୋଇଯାଇଛି । ତେଣୁ ଏହି ୭ ନମ୍ବର ଗ୍ୟାଲେରୀକୁ ନବୀକରଣ କରାଯାଉଛି । ବାରବାଟି ଷ୍ଟାଡିୟମରେ ବିଭିନ୍ନ ସମୟରେ ଯିଏ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଅନ୍ତି, ସେତେବେଳେ ସେ ବିରୋଧର ସମ୍ମୁଖୀନ ହେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...'ବାରବାଟୀ ନିର୍ମାତା ଭୈରବ ମହାନ୍ତିଙ୍କୁ ନଭୁଲନ୍ତୁ ସରକାର କି ଓସିଏ'

ସେ ଆହୁରି କହିଛନ୍ତି, "ବର୍ତ୍ତମାନ ରାଜ୍ୟ ସରକାର, ବିସିସିଆଇ ଓ ଓଡ଼ିଶା କ୍ରିକେଟ ଆସୋସିଏସନର ମିଳିତ ସହଯୋଗରେ ବାରବାଟୀ ଷ୍ଟାଡିୟମକୁ ଅନ୍ତର୍ଜାତୀୟ ମାନର ଷ୍ଟାଡିୟମ ଭାବେ ଗଢି ତୋଳିବା ପାଇଁ ଉଦ୍ୟମ କରୁଛନ୍ତି । ଠିକ୍ ସେତିକିବେଳେ ବାରବାଟୀ ଷ୍ଟାଡିୟମର ବିକାଶ ଧାରାର ଅୟମାରମ୍ଭ ପୂର୍ବରୁ ସ୍ବାର୍ଥପର ବ୍ୟକ୍ତିମାନେ ଐତିହ୍ୟ ନାମରେ ଭ୍ରମାତ୍ମକ ମତାମତ ଦେଇ ଗଣମାଧ୍ୟମ ଜରିଆରେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ରାଜ୍ୟ ସରକାର କ୍ରିକେଟ ଖେଳ ଉପରେ ଗୁରୁତ୍ବ ଦେଉଛନ୍ତି । ତେଣୁ ଅଲିମ୍ପିକ ଆସୋସିଏସନ୍, କ୍ରିକେଟ ଆସୋସିଏସନ୍ ଏହାକୁ ସ୍ଵାଗତ କରି ଷ୍ଟାଡିୟମର ବିକାଶଧାରାରେ ହାତ ମିଶାଇଛନ୍ତି ।" ପ୍ରକାଶ ଥାଉ, ଆସନ୍ତା ଫେବୃଆରୀ ୨୭ ତାରିଖ ଦିନ ଐତିହାସିକ ବାରବାଟୀ ଷ୍ଟାଡିୟମର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଓ ନବୀକରଣ କାର୍ଯ୍ୟର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ନବୀକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.