ETV Bharat / sports

4 ବର୍ଷରେ ତୃତୀୟ ଥର ଅବସର ନେଲେ ଷ୍ଟାର କ୍ରିକେଟର; IPLରେ ଥିଲେ ଧୋନୀଙ୍କ ସାଥି - Bravo Retires from CPL

author img

By ETV Bharat Sports Team

Published : Sep 1, 2024, 1:45 PM IST

Bravo Retires from CPL : ଟି20 କ୍ରିକେଟରେ ସବୁଠାରୁ ଅଧିକା ୱିକେଟ ନେଇଥିବା ଷ୍ଟାର କ୍ରିକେଟର ନେଲେ ଅବସର । 4 ବର୍ଷରେ ତୃତୀୟ ଥର ଅବସର ନେଲେ ଅଲରାଉଣ୍ଡର ଡ୍ବେନ ବ୍ରାଭୋ । ଅଧିକ ପଢ଼ନ୍ତୁ

CSK IPL
CSK IPL (ANI Photo)

ହାଇଦ୍ରାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସବୁଠାରୁ ସଫଳ ଟିମ କହିଲେ ଆମେ ବୁଝୁ ଚେନ୍ନାଇ ସୁପର କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଚେନ୍ନାଇ ସୁପର କିଙ୍ଗସ୍‌କୁ ସଫଳ ଟିମ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୱେଷ୍ଟ ଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋ କାରିବିୟାନ ପ୍ରିମିୟର ଲିଗ୍‌ରୁ ନିଜର ଅବସର ଘୋଷଣା କରିଛନ୍ତି । ସେ ଇନ୍‌ଷ୍ଟାଗ୍ରାମରେ ଏକ ଭାବୁକ ପୋଷ୍ଟ ସେୟାର କରି ଏହା ତାଙ୍କର ଶେଷ ସିଜିନ ହେବ ବୋଲି କହିଛନ୍ତି । ତେବେ ଗତ 4 ବର୍ଷ ମଧ୍ୟରେ ବିଭିନ୍ନ ଫର୍ମାଟ ଓ ଟୁର୍ଣ୍ଣାମେଣ୍ଟରୁ ଏହା ତାଙ୍କର ତୃତୀୟ ଥର ଅବସର ଘୋଷଣା ।

CPLରୁ ଅବସର ଘୋଷଣା ବ୍ରୋଭୋ :-

କାରିବିୟାନ ପ୍ରିମିୟର ଲିଗ୍‌ରୁ ଅବସର ନେଇ ଶନିବାର ଇନଷ୍ଟାଗ୍ରାମରେ ଏକ ଭାବୁକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଡ୍ବେନ ବ୍ରାଭୋ । ସେ ହେଉଛନ୍ତି CPLରେ ସବୁଠାରୁ ଅଧିକା ୱିକେଟ ନେଇଥିବା ବୋଲର । ତାଙ୍କ କ୍ୟାରିୟରରେ ସେ ମୋଟ 630 ୱିକେଟ ହାସଲ କରିଥିବାବେଳେ 6970 ରନ ମଧ୍ୟ ସଂଗ୍ରହ କରିଛନ୍ତି । ଟ୍ରିନବାଗୋ ନାଇଟ ରାଇଡର୍ସର ଓପନିଂ ମ୍ୟାଚ୍‌ର କିଛି ସମୟ ପୂର୍ବରୁ ଏହି ଘୋଷଣା କରିଛନ୍ତି ବ୍ରାଭୋ । ଇନ୍‌ଷ୍ଟାଗ୍ରାମରେ ଏକ ଭାବୁକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, 'ଏହା ଏକ ସୁନ୍ଦର ଯାତ୍ରା ଥିଲା । ଏହି ସିଜିନ ମୋର ଶେଷ ସିଜିନ ହେବ । କାରିବିୟାନବାସୀଙ୍କ ସମ୍ମୁଖରେ ଶେଷ ଫ୍ରଫେସନାଲ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ମୁଁ ଉତ୍ସୁକ । TKR ହେଉଛି ସେହି ସ୍ଥାନ, ଯେଉଁଠାରୁ ମୋ ପାଇଁ ସବୁ କିଛି ଆରମ୍ଭ ହୋଇଛି ଏବଂ ମୋ ଟିମ୍‌ ସହ ଶେଷ ମଧ୍ୟ ହେବ ।

4 ବର୍ଷରେ ତୃତୀୟ ଥର ଅବସର ନେଲେ ବ୍ରାଭୋ :-

କାରିବିୟାନ ପ୍ରିମିୟର ଲିଗ୍‌ରୁ ଅବସର ନେବା ପୂର୍ବରୁ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟ ଓ ଆଇପିଏଲ୍‌ରୁ ଅବସର ନେଇ ସାରିଛନ୍ତି । ସେ 2021 ଟି20 ବିଶ୍ବକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଅନେକ ବଡ଼ ବଡ଼ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ସେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଏହାପରେ 2023 ଆଇପିଏଲ ସିଜିନ ପୂର୍ବରୁ ସେ ବିଶ୍ବର ସବୁଠାରୁ ଧନୀ ଲିଗ୍‌ରୁ ମଧ୍ୟ ଅବସର ନେଇଥିଲେ । ଚେନ୍ନାଇ ସୁପରକିଙ୍ଗ୍‌ସ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ଆଇପିଏଲ 2023 ସଂସ୍କରଣ ପୂର୍ବରୁ ଦଳୀୟ ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଥିଲା । ଆଇପିଏଲ ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ଖେଳୁଥିବା ବ୍ରାଭୋ 2011 ସଂସ୍କରଣରୁ ଚେନ୍ନାଇ ସୁପରକିଙ୍ଗ୍‌ସ ପାଇଁ ଖଳୁଥିଲେ । ତେବେ ଶେଷରେ ସେ ଖେଳୁଥିବା ଏକମାତ୍ର ଟି20 ଲିଗ୍‌ CPLରୁ ମଧ୍ୟ ଅବସର ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆ ସହ ପାକିସ୍ତାନ ଯିବ ଭାରତୀୟ ସୁରକ୍ଷା ବଳ ! ଜାଣନ୍ତୁ କଣ ରହିଛି ନିୟମ, - Champions Trophy 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.