ETV Bharat / sports

ପାଣ୍ଡ୍ୟାଙ୍କୁ ରିଲିଜ କରିଦେବ MI ! 18 କୋଟି ପାଇବାକୁ ଯୋଗ୍ୟ ନୁହଁନ୍ତି କହିଲେ ପୂର୍ବତନ କ୍ରିକେଟର - IPL 2025

Tom Moody on Hardik Pandya : ଆଇପିଏଲ୍‌ 2025ରେ ହାର୍ଦ୍ଦକ ପାଣ୍ଡ୍ୟାଙ୍କୁ ରିଟେନ କରିବ ତ ମୁମ୍ବାଇ ? ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ବୟାନ ପରେ ତେଜିଲା ଚର୍ଚ୍ଚା । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 3 hours ago

Tom Moody and Hardik Pandya
Tom Moody and Hardik Pandya (ETV Bharat)

ହାଇଦ୍ରାବାଦ : ଆଇପିଏଲ୍‌ 2025 ପାଇଁ ମେଗା ଅକ୍ସନ ସମ୍ଭବତଃ ଡିସେମ୍ବର ମାସରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅନେକ ଆଇପିଏଲ୍‌ 2025-27 ସିଜିନ ପାଇଁ ଏକାଧିକ ନୂଆ ନିୟମ ଆଣିଛି ବିସିସିଆଇ । ଯାହାକୁ ନେଇ ଏବେଠାରୁ ମେଗା ଅକ୍ସନ ନେଇ ଆରମ୍ଭ ହେଲାଣି ଜୋରଦାର ଚର୍ଚ୍ଚା । ଏଥର ନୂଆ ରିଟେନସନ୍‌ ନିୟମ ଅନୁସାରେ ଫ୍ରାଞ୍ଚାଇଜମାନେ ନିଜ ଦଳରେ ଅତି ବେଶୀରେ 6 ଜଣ ଖେଳାଳି ରିଟେନ ରଖିପାରିବେ ବା RTM କାର୍ଡ ବ୍ୟବହାର କରିପାରିବେ । ଏହାପରେ ବିଭିନ୍ନ ରିପୋର୍ଟରେ ବିଭିନ୍ନ ଦଳର ସମ୍ଭାବ୍ୟ ରିଟେନ୍‌ ଖେଳାଳିଙ୍କ ଅନୁମାନ ଲଗାଯାଉଛି । ଯାହାକୁ ନେଇ ସବୁଠାରୁ ଚର୍ଚ୍ଚାରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମ୍‌ରା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ଓ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରୁ ଦଳ କାହାକୁ ରଖିବ, କାହାକୁ ଛାଡ଼ିବ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା ।

ପାଣ୍ଡ୍ୟାଙ୍କୁ ରିଲିଜ କରିଦେବ MI ! :-

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୋଟିଏ ଫ୍ରାଞ୍ଚାଇଜ 18-18 କୋଟି ଟଙ୍କାରେ ଦୁଇ ଖେଳାଳି, 14-14 କୋଟି ଟଙ୍କାରେ ଦୁଇ ଖେଳାଳି ଓ 11-11 କୋଟି ଟଙ୍କାରେ ଦୁଇ ଖେଳାଳି ରିଟେନ କରିପାରିବ । ଆଇପିଏଲ୍‌ 2024 ପୂର୍ବରୁ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ 18 କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଡ କରିଥିଲା । ହେଲେ ଏଥର ଏମ୍‌ଆଇ ତାଙ୍କୁ 18 କୋଟି ଟଙ୍କାରେ ରିଟେନ କରିବ ନା ରିଲିଜ କରିଦେବ, ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରିଦେଇପାରେ ।

18 କୋଟି ପାଇବାକୁ ପାଣ୍ଡ୍ୟା ଅଯୋଗ୍ୟ ! :-

ଏହି ପ୍ରସଙ୍ଗରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ ମୁଡି ଚକିତ କରିବା ଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି, "ଗତ ସିଜିନରେ ଯାହା ସବୁ ଘଟିଛି, ତାକୁ ଦେଖିଲେ ରୋହିତଙ୍କୁ ନେଇ କିଛି କୁହାଯାଇପାରିବ ନାହିଁ । ମୋତେ ଲାଗୁଛି ବୁମ୍‌ରା ଓ ସୂର୍ଯ୍ୟକୁମାର ଯାଦବଙ୍କୁ 18-18 କୋଟି ଟଙ୍କା ଖର୍ଚ୍ଚ କରି ରିଟେନ କରାଯିବା ଉଚିତ । ପାଣ୍ଡ୍ୟାଙ୍କୁ 14 କୋଟି ଟଙ୍କା ମିଳିପାରେ । ଏହା ବ୍ୟତୀତ ତାଙ୍କ ଫିଟନେସ୍‌ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । କିନ୍ତୁ ଆପଣଙ୍କୁ କ'ଣ ଲାଗୁଛି ଯେ ପାଣ୍ଡ୍ୟାଙ୍କୁ 18 କୋଟି ଟଙ୍କା ମିଳିବା ଉଚିତ ? ଏତେ କୋଟି ଟଙ୍କା ଖର୍ଚ୍ଚ କଲେ ଜଣେ ଭଲ ମ୍ୟାଚ୍‌ ବିଜେତା ଖେଳାଳିଙ୍କୁ କିଣାଯାଇପାରିବ ।"

ରୋହିତ ରହିବେ କି ନାହିଁ ଅସ୍ପଷ୍ଟ :-

ଏଠାରେ ଉଲ୍ଲେଖଯୋଗ୍ୟ, ଆଇପିଏଲ୍‌ ଇତିହାସରେ ସଫଳତମ ଅଧିନାୟକ ଭାବେ ଏମ୍‌ଏସ୍‌ ଧୋନି ଓ ରୋହିତ ଶର୍ମାଙ୍କ ନାମକୁ ପ୍ରଥମେ ଗଣାଯାଏ । ହେଲେ ଆଇପିଏଲ୍‌ 2024ର ଠିକ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇଥିଲା । ଗୁଜରାଟ ଟାଇଟନ୍ସରୁ 18 କୋଟି ଟଙ୍କାର ଟ୍ରେଡରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳକୁ ଫେରାଇ ଆଣି ଅଧିନାୟକ କରିଥିଲା ଫ୍ରାଞ୍ଚାଇଜ । ହେଲେ ଏହି ସିଜିନରେ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ରୋହିତଙ୍କୁ ଅଧିନାୟକ ପଦରୁ ହଟାଯିବାକୁ ନେଇ ପ୍ରଶଂସକମାନେ ମଧ୍ୟ ଖୁବ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥର ରୋହିତ ଦଳରେ ରହିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ପାଣ୍ଡ୍ୟାଙ୍କ ଆଇପିଏଲ୍‌ କ୍ୟାରିୟର :-

ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି । ହେଲେ ଗତ ସିଜିନ ପାଣ୍ଡ୍ୟାଙ୍କ ପାଇଁ ଦୁଃସ୍ବପ୍ନ ଠାରୁ କମ ନଥିଲା । ପାଣ୍ଡ୍ୟା ଏପର୍ଯ୍ୟନ୍ତ 137 ଆଇପିଏଲ୍‌ ମ୍ୟାଚ୍‌ ଖେଳି 2525 ରନ କରିଛନ୍ତି । ଏଥିରେ 10 ଅର୍ଦ୍ଧଶତକ ସାମିଲ ରହିଛି । ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ସେ 64 ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.