ETV Bharat / sports

କୋରାପୁଟରେ ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତା, ଶିଶୁ ଓ କିଶୋରଙ୍କ ମଧ୍ୟରେ ବଢିଛି ଚେସର କ୍ରେଜ - କୋରାପୁଟରେ ଚେସ ପ୍ରତିଯୋଗିତା

District Level Chess Competition in Koraput: କୋରାପୁଟ ସ୍ଥିତ କଳିଙ୍ଗ ସ୍ପୋର୍ଟସ ଫାଉଣ୍ଡେସନ ପରିସରରେ ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତା ଆୟୋଜିତ । ସ୍ଥାନୀୟ ଶିଶୁ ଓ କିଶୋରଙ୍କ ମଧ୍ୟରେ ଚେସ ଖେଳକୁ ନେଇ ବଢୁଛି ଆଗ୍ରହ । ଅଧିକ ପଢନ୍ତୁ

କୋରାପୁଟରେ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଆୟୋଜିତ , ଶିଶୁ ଓ କିଶୋରଙ୍କ ମଧ୍ୟରେ ବଢୁଛି ଆଗ୍ରହ

author img

By ETV Bharat Odisha Team

Published : Jan 25, 2024, 11:24 AM IST

କୋରାପୁଟରେ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଆୟୋଜିତ , ଶିଶୁ ଓ କିଶୋରଙ୍କ ମଧ୍ୟରେ ବଢୁଛି ଆଗ୍ରହ

କୋରାପୁଟ: କଳିଙ୍ଗ ସ୍ପୋର୍ଟସ ଫାଉଣ୍ଡେସନ ପରିସରରେ ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶିଶୁ ଓ କିଶୋର ଚେସ ଖେଳାଳି ଭାଗ ନେଇଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଗତ 30-40 ବର୍ଷ ଧରି ଚେସ ଖେଳୁଥିବା କିଛି ବୟସ୍କ ଚେସ ଖେଳାଳି ମଧ୍ୟ ଯୋଗ ଦେଇ କୋରାପୁଟ ଜିଲ୍ଲାକୁ ଚେସ କ୍ଷେତ୍ରରେ ନୂତନ ପରିଚୟ ପ୍ରଦାନ କରିବା ପାଇଁ ସାମୁହିକ ପ୍ରୟାସ କରିଛନ୍ତି ।

ପିଲାଙ୍କ ମଧ୍ୟରେ ଦେଖାଯାଇଥିବା ଆଗ୍ରହକୁ ଆଖିରେ ରଖି 2019ରେ କୋରାପୁଟ ଜିଲ୍ଲା ଚେସ ଆସୋସିଏସନର ଗଠନ କରିବା ସହ ଏହି ଆସୋସିଏସନ ମାଧ୍ୟମରେ ଜିଲ୍ଲାରେ ଚେସ ଖେଳିବାର ତାଲିମ ଦିଆଯାଇଥିଲା ଓ ବିଭିନ୍ନ ସମୟରେ ଛୋଟ ବଡ ତାଲିମ ଶିବିର ଆୟୋଜିତ ମଧ୍ୟ ହୋଇଛି । ଏହାର ଫଳସ୍ବରୂପ ଚଳିତ ବର୍ଷ ଆୟୋଜିତ ଜିଲ୍ଲାସ୍ତରୀୟ ଚେସ ଚମ୍ପିଆନସିପରେ ଦାମନଯୋଡି, କୋରାପୁଟ ଓ ଜୟପୁର ଭଳି ସହର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏତେ ସଂଖ୍ୟକ ପିଲା ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ପ୍ରଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ସ୍ବାବଲମ୍ବୀ କଲା ମହୁଚାଷ, ଦେଓମାଳି ପାଦଦେଶରେ ଆଦିବାସୀ ହେଉଛନ୍ତି ଉପକୃତ

ଅଲ ଓଡିଶା ଚେସ ଆସୋସିଏସନ ଓ କୋରାପୁଟ ସ୍ଥିତ କଳିଙ୍ଗ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଅଣ୍ଡର 17 ଓପନ ଓ ବାଳିକା ମାନଙ୍କ ଚେସ ପ୍ରତିଯୋଗିତାରେ 90ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିବା କଳିଙ୍ଗ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି ଜଣାଇଛନ୍ତି । କୋରାପୁଟ ଜିଲ୍ଲାରେ ପିଲାଙ୍କ ସହିତ ସେମାନଙ୍କ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯିବା ଏହି ଅଞ୍ଚଳରେ ଚେସ ଖେଳର ଉଜ୍ଜ୍ବଳ ଭବିଷ୍ୟତ ପ୍ରତି ଇଙ୍ଗିତ କରୁଛି ବୋଲି ପ୍ରଦୀପ ମହାନ୍ତି ଆଶା ପୋଷଣ କରିଛନ୍ତି ।

ଓଡିଶା ସରକାରଙ୍କ ଦ୍ଵାରା ବିଦ୍ୟାଳୟ ସ୍ତରରେ ଚେସ ଖେଳିବା ନିମନ୍ତେ ଆରମ୍ଭ କରାଯାଇଥିବା ସ୍ବତନ୍ତ୍ର ପଦକ୍ଷେପ କୋରାପୁଟ ଅଞ୍ଚଳରେ ଚେସ ଖେଳକୁ ଆହୁରି ଆଗକୁ ନେବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । କୋରାପୁଟରେ ଅନ୍ୟ ଜିଲ୍ଲା ଅପେକ୍ଷା ପିଲାଙ୍କ ମଧ୍ୟରେ ଚେସ ଖେଳ ପ୍ରତି ଆଗ୍ରହ ବଢିଛି ବୋଲି ରାଜ୍ୟ ଚେସ ଆସୋସିଏସନର ଅନ୍ତର୍ଜାତୀୟ ଆର୍ବିଟେଟର ଭବେଶ ମହାନ୍ତି କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.