ETV Bharat / sports

କ୍ରିକେଟରେ ଦାମି ବ୍ୟାଟ ବ୍ୟବହାର କରନ୍ତି ଏହି ଖେଳାଳି, ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌ - Expensive Bats Used By Cricketers

author img

By ETV Bharat Odisha Team

Published : Sep 15, 2024, 10:17 AM IST

Most Expensive Bats Used By Cricketers: କ୍ରିକେଟର ମାନେ ମ୍ୟାଚ ଖେଳୁଥିବା ବ୍ୟାଟର ଦାମ୍‌ ଶୁଣିଲେ ଉଡିଯିବ ହୋସ । ଜାଣନ୍ତୁ 10 ଦାମି ବ୍ୟାଟ ବ୍ୟବହାର କରୁଥିବା ଖେଳାଳିଙ୍କ ବିଷୟରେ । ଅଧିକ ପଢନ୍ତୁ

Etv Bharat
Etv Bharat ((ANI PHOTO))

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଲୋକପ୍ରିୟ ଖେଳ ମଧ୍ୟରୁ କ୍ରିକେଟ ଅନ୍ୟତମ । ଇଂଲଣ୍ଡରୁ ଆରମ୍ଭ ହୋଇଥିବା ଏହି ଖେଳର କ୍ରେଜ ଭାରତରେ ସବୁଠାରୁ ଅଧିକ । କ୍ରିକେଟ ନା ଶୁଣିବା ମାତ୍ର, ଟିଭି ଅନ ହୋଇଯାଏ, ଷ୍ଟାଡିୟମ ଭରପୁର ହୋଇଯାଆନ୍ତି ଦର୍ଶକ । କ୍ରିକେଟ ଖେଳିବା ସମୟରେ କ୍ରିକେଟର ମାନେ ବ୍ୟବହାର କରୁଥିବା ବ୍ୟାଟ କୌଣସି ସାଧାରଣ ବ୍ୟାଟ ନୁହଁ । ଟିମ୍‌ ଇଣ୍ଡିଆ ସମେତ ଅନ୍ୟ ଦେଶର ଖେଳାଳି ମାନେ କ୍ରିକେଟ ଖେଳୁଥିବା ବ୍ୟାଟର ଦାମ୍‌ କେତେ, ତାହା ଆପଣ ଜାଣନ୍ତି କି ? ବ୍ୟାଟର ଦାମ୍‌ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ । କୋହଲିଙ୍କ ଠାରୁ ଆରମ୍ଭ କରି ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ମଧ୍ୟ ଦାମି ବ୍ୟାଟରେ ମ୍ୟାଚ ଖେଳନ୍ତି ।

ଏହା ମଧ୍ୟ ପଢନ୍ତୁ-କେମିତି ଏତେ ଫିଟ୍‌ କିଙ୍ଗ୍‌ କୋହଲି ? ଜାଣନ୍ତୁ ତାଙ୍କର ଡାଏଟ ପ୍ଲାନ - Virat Kohli Fitness

ଦାମି ବ୍ୟାଟ ବ୍ୟବହାର କରୁଥିବା ଖେଳାଳି ଓ ବ୍ୟାଟର ଦାମ୍‌-

EXPENSIVE BATS USED BY CRICKETERS
EXPENSIVE BATS USED BY CRICKETERS ((ANI PHOTO))

ବିରାଟ କୋହଲି: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ରନ୍ ମେସିନ୍ କୁହାଯାଉଥିବା ବିରାଟ କୋହଲି ଦମଦାର ବ୍ୟାଟିଂ ଶୈଳୀକୁ ନେଇ ବେଶ ଚର୍ଚ୍ଚାରେ ଥାଆନ୍ତି । ମହଙ୍ଗା ବ୍ୟାଟ ବ୍ୟବହାର କରୁଥିବା ଖେଳାଳିଙ୍କ ତାଲିକାରେ ସେ ରହିଛନ୍ତି । ସେ MRF ନାମକ ଏକ ବ୍ୟାଟ ବ୍ୟବହାର କରନ୍ତି । ଯାହାର ଦାମ୍‌ 77 ହଜାର ଟଙ୍କା ।

ହାର୍ଦ୍ଦିକ ପାଣ୍ଡ୍ୟା: ଦାମି ବ୍ୟାଟ ବ୍ୟବାହର କରୁଥିବା ଅନ୍ୟ ଜଣେ ଖେଳାଳି ହେଉଛନ୍ତି ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଧନି କ୍ରିକେଟରଙ୍କ ମଧ୍ୟରେ ଗଣା ହେଉଥିବା ହାର୍ଦ୍ଦିକଙ୍କ ପାଖରେ ଦାମି ବଙ୍ଗଳା, କାର ବ୍ୟତିତ ଦାମି ବ୍ୟାଟ ମଧ୍ୟ ରହିଛି । ଖବର ଅନୁଯାୟୀ, ହାର୍ଦ୍ଦିକ କ୍ରିକେଟ ଖେଳିବା ସମୟରେ ଏସ୍‌ଜି (Sanspareil Greenlands) ନାମକ ଏକ ବ୍ୟାଟ୍ ବ୍ୟବହାର କରନ୍ତି । ଏହାର ମୂଲ୍ୟ 1,79,999 ଟଙ୍କା ।

ଏହା ମଧ୍ୟ ପଢନ୍ତୁ-5 ଷ୍ଟାର ବ୍ୟାଟର; ଦିନିକିଆ କ୍ରିକେଟରେ ହାସଲ କରିପାରିନାହାନ୍ତି ଗୋଟିଏ ବି ଶତକ - Batters who could not score ODI Ton

ଭିଭିଆନ୍‌ ରିଚାର୍ଡ୍ସ: ୱେଷ୍ଟଇଣ୍ଡିଜ୍‌ର ଜଣେ ମହାନ କ୍ରିକେଟର ହେଉଛନ୍ତି ଭିଭିଆନ୍‌ ରିଚାର୍ଡ୍ସ । କ୍ରିକେଟରେ ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି । ନିଜ ଦଳକୁ ଦୁଇ ଦୁଇ ଥର ବିଶ୍ବକପ୍‌ ଜିତାଇଥିବାରେ ତାଙ୍କର ଭୂମିକା ଅତୁଳନୀୟ । ଭିଭିଆନ୍‌ ରିଚାର୍ଡ୍ସ କ୍ରିକେଟ ଖେଳୁଥିବା ସମୟରେ ଦାମି ବ୍ୟାଟ ବ୍ୟବହାର କରୁଥିଲେ । ଗ୍ରେ-ନିକୋଲ୍ସ ଲିଜେଣ୍ଡ ଗୋଲ୍ଡ ନାମକ ବ୍ୟାଟ୍ ଧରି ସେ ପଡିଆକୁ ଓହ୍ଲାଇ ଛକା ଚୌକାର ବର୍ଷା କରୁଥିଲେ । ୱାଲୋ କାଠରେ ତିଆରି ହୋଇଥିବା ଏହି ବ୍ୟାଟର ଦାମ୍‌ ଭାରତୀୟ ମୂଲ୍ୟରେ 11 ଲକ୍ଷ, 74 ହଜାର 339 ଶହ ଟଙ୍କା ।

ଏହା ମଧ୍ୟ ପଢନ୍ତୁ-ଏହି ସହରରେ କ୍ରିକେଟ ଉପରେ ଲାଗିଲା ବ୍ୟାନ; ଖେଳିଲେ 10 ହଜାର ଜରିମାନା - Ban on Cricket

ଷ୍ଟିଭ ସ୍ମିଥ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ ମଧ୍ୟ କ୍ରିକେଟରେ ଦାମୀ ବ୍ୟାଟ୍ସ ବ୍ୟବହାର କରନ୍ତି । ସ୍ମିଥ୍ ଏନ୍‌ବି (ନ୍ୟୁ ବାଲ୍ସ) ନାମକ ଏକ ବ୍ୟାଟ୍ ବ୍ୟବହାର କରୁଛନ୍ତି । ଯାହାର ମୂଲ୍ୟ 11 ଲକ୍ଷରୁ ଅଧିକ ।

କ୍ରିସ୍ ଗେଲ୍: ୱେଷ୍ଟଇଣ୍ଡିଜର କିମ୍ଭଦନ୍ତୀ ଖେଳାଳି କ୍ରିସ୍ ଗେଲ୍ କ୍ରିକେଟରେ ଅନେକ ରେକର୍ଡ କରିଛନ୍ତି । ଫଟାଫଟ କ୍ରିକେଟରେ ସେ ହେଉଛନ୍ତି ହିରୋ । ପିଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ବୋଲରଙ୍କ ଲୟ ହରାନ୍ତି ଗେଲ୍‌ । ଆଇପିଏଲର ଗୋଟିଏ ମ୍ୟାଚରେ ସେ 175 ରନ କରି ରେକର୍ଡ କରିଛନ୍ତି । ଆଜି ପର୍ଯ୍ୟନ୍ତ ତାଙ୍କର ଏହି ରେକର୍ଡ କେହି ଭାଙ୍ଗି ପାରିନାହାନ୍ତି । ଗେଲ୍‌ ସ୍ପାର୍ଟାନ୍ ନାମକ ଏକ ବ୍ୟାଟ୍ ବ୍ୟବହାର କରୁଥିଲେ, ଯାହାର ମୂଲ୍ୟ 1 ଲକ୍ଷ ଟଙ୍କା ।

ଜୋସ ବଟଲର: ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋସ ବଟଲର ଖେଳିବା ସମୟରେ ମହଙ୍ଗା ବ୍ୟାଟ୍ ବ୍ୟବହାର କରନ୍ତି। ପିଚ୍‌ରେ ଲମ୍ବା ଲମ୍ବା ଛକା ଓ ଚୌକା ମାରିବାରେ ସେ ଅଦିକ ଜଣାଶୁଣା। ସେ କୋକାବୁରା ନାମକ ଏକ ବ୍ୟାଟ୍ ବ୍ୟବହାର କରନ୍ତି, ଏହାର ମୂଲ୍ୟ 97 ହଜାର ଟଙ୍କା ।

ସୂର୍ଯ୍ୟକୁମାର ଯାଦବ: ଭାରତୀୟ ଦଳ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଖେଳିବା ସମୟରେ ମହଙ୍ଗା ବ୍ୟାଟ ବ୍ୟବହାର କରନ୍ତି । ଟି 20 ଫର୍ମାଟରେ ତାଙ୍କ ଲମ୍ବା ଲମ୍ବ ସଟ୍‌ର ମଜା ଉଠାଇଥାନ୍ତି ଦର୍ଶକ । ସେ 92 ହଜାର ଟଙ୍କାର ଏସ୍ (ସରିନ୍ ସ୍ପୋର୍ଟସ୍) ନାମକ ଏକ ବ୍ୟାଟ୍ ବ୍ୟବହାର କରନ୍ତି ।

ଡେଭିଡ ୱାର୍ଣ୍ଣର: ଅଷ୍ଟ୍ରେଲିୟା ଦଳର ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣର ମଧ୍ୟ ଦାମୀ ବ୍ୟାଟ ବ୍ୟବହାର କରୁଥିବା ଖେଳାଳି ତାଲିକାରେ ଅଛନ୍ତି। ସେ 95,000 ଟଙ୍କା ମୂଲ୍ୟର ଏକ ଡିଏସପି (ଡିଲକ୍ସ ସ୍ପୋର୍ଟସ୍ କମ୍ପାନୀ) ବ୍ୟାଟ୍ ବ୍ୟବହାର କରନ୍ତି । ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ମଧ୍ୟ ଜିଏମ୍ (ଗୁନ୍ ଏବଂ ମୋର୍) ନାମକ ଏକ ବ୍ୟାଟ୍ ବ୍ୟବହାର କରନ୍ତି।

ସେହିପରି ଏହି ତାଲିକାରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମ୍ସ ଓ ମହିଳା ଖେଳାଳି ଗାର୍ଡନର୍ ମଧ୍ୟ ରହିଛନ୍ତି । କେନ୍ ୱିଲିୟମ୍ସ 83 ହଜାର ଟଙ୍କାର ବ୍ୟାଟ ଏବଂ ମ ଗାର୍ଡନର୍ 91 ହଜାର ଟଙ୍କାର ବ୍ୟାଟ୍‌ରେ ମ୍ୟାଚ ଖେଳନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.