ETV Bharat / sports

ଆଇସିୟୁରେ ଭର୍ତ୍ତି ହେଲେ କ୍ରିକେଟର ମୟଙ୍କ ଅଗ୍ରୱାଲ, ଏବେ ବିପଦମୁକ୍ତ - Mayank Agarwal admitted to ICU

Cricketer Mayank Agarwal Health Issue: ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲ ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ଅଗରତାଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ଚାଲିଛି ଚିକିତ୍ସା । ଅଧିକ ପଢ଼ନ୍ତୁ

ଆଇସିୟୁରେ ଭର୍ତ୍ତି ହେଲେ କ୍ରିକେଟର ମୟଙ୍କ ଅଗ୍ରୱାଲ

author img

By ETV Bharat Odisha Team

Published : Jan 30, 2024, 10:35 PM IST

Updated : Jan 30, 2024, 10:44 PM IST

ଅଗରତାଲା: ଭାରତୀୟ ବ୍ୟାଟର ମୟଙ୍କ ଅଗ୍ରୱାଲ ଅସୁସ୍ଥ । ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହେଲେ ମୟଙ୍କ । ସେ ରଣଜୀ ମ୍ୟାଚ୍‌ ଖେଳିବା ପାଇଁ ତ୍ରିପୁରା ଯାତ୍ରା କରିଥିଲେ । ସେଠାରୁ ଫେରିବା ସମୟରେ ବିମାନରେ ସମୟରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ ମୟଙ୍କ । ତାଙ୍କ ପାଟି ଓ ଗଳାରେ ଜଳାପୋଡ଼ା ଅନୁଭବ କରିଥିଲେ । ଯାହାପରେ ତାଙ୍କୁ ତୁରନ୍ତ ଅଗରତାଲାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ମୟଙ୍କ ଏବେ ବିପଦମୁକ୍ତ ଥିବା ଜଣାପଡ଼ିଛି ।

32 ବର୍ଷୀୟ ମୟଙ୍କ ରଣଜୀରେ କର୍ଣ୍ଣାଟକର ଅଧିନାୟକ ଅଛନ୍ତି । ସେ ତ୍ରିପୁରା ବିପକ୍ଷରେ ରଣଜୀ ମ୍ୟାଚ୍‌ ଜିତିଥିଲେ । ଏହାପରେ ଆଜି (ମଙ୍ଗଳବାର) କର୍ଣ୍ଣାଟକ ଫେରୁଥିଲେ । ସେଠାରୁ ଆଗାମୀ ମ୍ୟାଚ୍‌ ଖେଳିବାକୁ ସୁରଟ ଅଭିମୁଖେ ଯାତ୍ରା କରିଥାଆନ୍ତେ । ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ କର୍ଣ୍ଣାଟକ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଥିଲା । ହେଲେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ଏବେ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇଛି । ଅଗରତାଲାରେ ସେ ଯେଉଁ ହସ୍ପିଟାଲରେ ଅଛନ୍ତି, ସେଠାରେ ତ୍ରିପୁରା କ୍ରିକେଟ ଆସୋସିଏସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ହେଲେ ବର୍ତ୍ତମାନ ମୟଙ୍କ ଅଗ୍ରୱାଲଙ୍କ ଚିକିତ୍ସା ଜାରି ରହିଥିବାବେଳେ ସେ ଏବେ ବିପଦମୁକ୍ତ ଥିବା ଜଣା ପଡ଼ିଛି । ଆସନ୍ତାକାଲି (ବୁଧବାର) ମୟଙ୍କଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ ଓ ସେ ବେଙ୍ଗାଲୁରୁ ଫେରିଯିବେ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଟ୍ରଫି 2024: ‘ପ୍ରଥମ ବିଜୟ ପରେ ଓଡ଼ିଶାର ମନୋବଳ ବଢିଛି’

ଜାରି ରହିଥିବା ରଣଜୀ ସିଜିନରେ ମୟଙ୍କ ଅଗ୍ରୱାଲଙ୍କ ନେତୃତ୍ବାଧୀନ କର୍ଣ୍ଣାଟକ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବକୁ 7 ୱିକେଟ୍‌ରେ ହରାଇଥିଲା । ଏହାପରେ ଗୁଜରାଟ ବିପକ୍ଷରେ ଖେଳା ଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ କେବଳ 6 ରନରେ ପରାସ୍ତ ହୋଇଥିଲା କର୍ଣ୍ଣାଟକ । ଏହାର ପରବର୍ତ୍ତୀ ଗୋଆ ବିପକ୍ଷ ମ୍ୟାଚ୍‌ ଅମିମାଂସିତ ରହିଥିଲା । ସେହିଭଳି ତ୍ରିପୁରା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ନିଜ ଦଳକୁ ଜିତାଇବାରେ ସକ୍ଷମ ହୋଇଥିଲେ ଅଧିନାୟକ ମୟଙ୍କ ଅଗ୍ରୱାଲ । କର୍ଣ୍ଣାଟକ ପାଇଁ ଚଳିତ ସିଜିନରେ ସେ 4ଟି ମ୍ୟାଚ୍‌ ଖେଳିଥିବାବେଳେ ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ଏକ ଶତକ ମଧ୍ୟ ହାସଲ କରିଥିଲେ । ଏହି ମ୍ୟାଚ୍‌ର ପ୍ରଥମ ପାଳିରେ 109 ଏବଂ ଦ୍ବିତୀୟ ପାଳିରେ କେବଳ 19 ରନ କରିବାରେ ସକ୍ଷମ ହୋଇଥିଲେ ଅଧିନାୟକ ମୟଙ୍କ ଅଗ୍ରୱାଲ । ତେବେ ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ ଦଳ ପାଇଁ ବେଶ ଗୁରୁତ୍ବ ବହନ କରୁଥିବାବେଳେ ମୟଙ୍କ ଅସୁସ୍ଥ ହୋଇପଡ଼ିବା ଦଳକୁ ସଙ୍କଟରେ ପକାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀରେ ଓଡ଼ିଶାର ପ୍ରଥମ ବିଜୟ, ହିମାଚଳକୁ ହରାଇ ହାତେଇଲା 6 ପଏଣ୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 30, 2024, 10:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.