ETV Bharat / sports

ଚାମ୍ପିଅନ୍ସ ଟ୍ରଫି 2025: ବିଶ୍ବକପ ପରେ ପୁଣି ଭାରତ-ପାକିସ୍ତାନ ମୁକାବିଲା, ଏହି ଷ୍ଟାଡିୟମରେ ହେବ ହାଇପ୍ରୋଫାଇଲ ମ୍ୟାଚ - Champions Trophy 2025

author img

By ETV Bharat Odisha Team

Published : Jul 4, 2024, 8:57 AM IST

Champions Trophy 2025: ଆସନ୍ତାବର୍ଷ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି । ମାର୍ଚ୍ଚ 1ରେ ହେବ ଭାରତ-ପାକିସ୍ତାନ ହାଇପ୍ରୋଫାଇଲ ମ୍ୟାଚ । ଅଧିକ ପଢନ୍ତୁ

Champions Trophy
Champions Trophy (ETV BHARAT ODISHA)

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଖେଳାଯିବ ଆଇସିସି ଚାମ୍ପିଅନ୍ସ ଟ୍ରଫି । ଟି 20 ବିଶ୍ବକପ ଶେଷ ହେବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟର ନବମ ସଂସ୍କରଣ ପାକିସ୍ତାନରେ ଆୟୋଜନ ହେବ । ଫେବୃଆରୀ 19ରୁ ମାର୍ଚ୍ଚ 9 ମଧ୍ୟରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି 2025 । ଏନେଇ ଏକ ଅସ୍ଥାୟୀ କ୍ରୀଡାସୂଚୀ ଜାରି କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । କ୍ରୀଡାସୂଚୀରେ ଆଇସିସିର ମୋହର ଲାଗିବା ବାକି ଅଛି । ମାର୍ଚ୍ଚ 1 ତାରିଖରେ ଭାରତ-ପାକିସ୍ତାନ ହାଇପ୍ରୋଫାଇଲ ମ୍ୟାଚ ଖେଳାଯିବା ନେଇ ଆଇସିସି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିନ୍ତୁ ପ୍ରସ୍ତାବିତ କାର୍ଯ୍ୟସୂଚୀକୁ ବିସିସିଆଇ ଏପର୍ଯ୍ୟନ୍ତ ଅନୁମୋଦନ ପ୍ରଦାନ କରିନାହିଁ ବୋଲି ସେ କହିଛନ୍ତି।

ମାର୍ଚ୍ଚ1ରେ ଭାରତ-ପାକିସ୍ତାନ ମ୍ୟାଚ: ଚାମ୍ପିଅନ୍ସ ଟ୍ରଫି 2025ର ବହୁପ୍ରତିକ୍ଷିତ ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢ଼େଇ ମାର୍ଚ୍ଚ 1 ତାରିଖରେ ଖେଳାଯିବ । ଲାହୋର ଠାରେ ଏହି ମ୍ୟାଚ ଆୟୋଜନ କରାଯିବା ନେଇ ପିସିବି ନିଷ୍ପତ୍ତି ନେଇଛି ।

ଚାମ୍ପିଅନ୍ସ ଟ୍ରଫିରେ 15 ଟି ମ୍ୟାଚ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମୋଟ 15ଟି ମ୍ୟାଚ ଖେଳାଯିବ । ଟିମ୍‌ ଇଣ୍ଡିଆର ସମସ୍ତ ମ୍ୟାଚ ଲାହୋର ଠାରେ ଖେଳାଯିବ । କରାଚୀରେ 3ଟି, ଲାହୋର ଠାରେ 7ଟି ଓ ରାଓ୍ବାଲପିଣ୍ଡିରେ 5ଟି ମ୍ୟାଚ ଖେଳାଯିବା ନେଇ ଆଇସିସିକୁ ଦିଆୟାଇଥିବା କ୍ରୀଡାସୂଚୀରେ ଉଲ୍ଲେଖ ରହିଛି । ସେହିପରି କରାଟୀରେ ଉଦଘାଟନୀ ମୁକାବିଲା ଓ 2ଟି ସେମିଫାଇନାଲ ଖେଳାଯିବ । ଯଦି ଟିମ୍‌ ଇଣ୍ଡିଆ ସେମିକୁ ଯାଏ ତେବେ ଏହା ଲାହୋରକୁ ସ୍ଥାନାନ୍ତରିତ ହେବ । ଫାଇନାଲ ମ୍ୟାଚ ଲାହୋରରେ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ପାଇଁ ଚୁକ୍ତି ସ୍ବାକ୍ଷର କଲା ପିସିବି, ବିସିସିଆଇ ଉପରେ ସମସ୍ତଙ୍କ ନଜର

ମୋଟ 8ଟି ଦଳ ଖେଳିବେ: ଚାମ୍ପିଅନ୍ସ ଟ୍ରଫିରେ ମୋଟ 8ଟି ଦଳ ଭାଗ ନେବେ । ଗ୍ରୁପ ଏ ରେ ରହିଛନ୍ତି ଭାରତ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଟିମ୍‌ ରହିଛନ୍ତି । ଗ୍ରୁପ ବି ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ,ଇଂଲଣ୍ଡ ଓ ଆଫଗାନିସ୍ତାନ ରହିଛି ।

ବୁଧବାର ଦିନ ଆଇସିସି ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁୟାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ମାର୍ଚ୍ଚ 1 ରେ ଲାହୋରରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ହାଇ ପ୍ରୋଫାଇଲ୍ ଚାମ୍ପିଅନ୍ସ ଟ୍ରଫି ମୁକାବିଲା ସ୍ଥିର କରିଛି। ପ୍ରସ୍ତାବିତ କାର୍ଯ୍ୟସୂଚୀ କୁ ବିସିସିଆଇ ଏପର୍ଯ୍ୟନ୍ତ ଅନୁମୋଦନ ପ୍ରଦାନ କରିନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.