ETV Bharat / sports

ପୁଣି ମୈଦାନକୁ ଫେରିବେ ମହମ୍ମଦ ଶାମି; ବଡ଼ ଅପ୍‌ଡେଟ୍‌ ଦେଲେ ଜୟ ଶାହ - Jay Shah on Mohammed Shami Comeback - JAY SHAH ON MOHAMMED SHAMI COMEBACK

Jay Shah on Mohammed Shami Comeback : କେବେ ପୁଣି ମୈଦାନକୁ ଫେରିବେ ଭାରତୀୟ ଦଳର ଷ୍ଟାର ପେସର ମହମ୍ମଦ ଶାମି ? ବିସିସିଆଇ ସଚିବ ଜୟ ଶାହା ଶାମିଙ୍କ ଟିମ୍ ଇଣ୍ଡିଆକୁ ଫେରିବା ନେଇ ଦେଲେ ବଡ଼ ସୂଚନା । ପଢ଼ନ୍ତୁ ପୂରା ଖବର,

Mohammed Shami and Jay Shah
Mohammed Shami and Jay Shah (ANI Photos)
author img

By ETV Bharat Sports Team

Published : Aug 19, 2024, 3:25 PM IST

ମୁମ୍ବାଇ : ଗତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଅନୁଷ୍ଠିତ ODI ବିଶ୍ବକପ 2023 ପରଠାରୁ ଭାରତର ଷ୍ଟାର ପେସର ମହମ୍ମଦ ଶାମି କ୍ରିକେଟଠାରୁ ଦୂରରେ ରହିଛନ୍ତି । ଏହି ବିଶ୍ବକପ ସମୟରେ ଆଣ୍ଠୁରେ ଆଘାତ ଲାଗିବାରୁ ଭାରତୀୟ ଦଳଠାରୁ ଦୂରରେ ଅଛନ୍ତି ଶାମି । ଏପରିକି ଚଳିତ ବର୍ଷ ଟି20 ବିଶ୍ବକପ୍‌ କିମ୍ବା ଆଇପିଏଲ୍‌ରେ ମଧ୍ୟ ଶାମିଙ୍କ ଅନୁପସ୍ଥିତି ଅନୁଭବ କରିଥିଲେ ପ୍ରଶଂସକ । ତେବେ ବର୍ତ୍ତମାନ ପୁନର୍ବାସ ପାଇଁ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଅଛନ୍ତି ଶାମି । ଏହାରି ଭିତରେ ବିସିସିଆଇ ସଚିବ ଜୟ ଶାହ ଦଳକୁ ଶାମିଙ୍କ ଫେରିବା ନେଇ ଏକ ବଡ଼ ସୂଚନା ଦେଇଛନ୍ତି ।

ଜୟ ଶାହ ଦେଲେ ବଡ଼ ଅପ୍‌ଡେଟ୍‌ :-

ବିସିସିଆଇ ସଚିବ ଜୟ ଶାହ ସ୍ପଷ୍ଟ କରିଛନ୍ତି ଯେ ବର୍ଡର ଗାଭାସ୍କର ଟ୍ରଫି ସମୟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଉପଲବ୍ଧ ହେବେ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳର ପ୍ରସ୍ତୁତି ବିଷୟରେ ଜୟ ଶାହା ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆମ ଦଳ ପୂର୍ବରୁ ଭଲ ଭାବରେ ପ୍ରସ୍ତୁତ ହୋଇସାରିଛି । ଆମେ ଯସପ୍ରୀତ ବୁମରାଙ୍କୁ କିଛି ସମୟ ପାଇଁ ବିଶ୍ରାମ ଦେଇଛୁ । ମହମ୍ମଦ ଶାମି ମଧ୍ୟ ଶୀଘ୍ର ଫିଟ୍ ହେବେ ବୋଲି ଆଶା କରାଯାଉଛି । ଏହା ବର୍ତ୍ତମାନ ଏକ ଅଭିଜ୍ଞ ଭାରତୀୟ ଦଳ । ରୋହିତ ଏବଂ କୋହଲିଙ୍କ ପରି ବରିଷ୍ଠ ଖେଳାଳିମାନେ ଫିଟ୍ ଅଛନ୍ତି । ତେବେ ଶାମି ଅଷ୍ଟ୍ରେଲିଆରେ ରହିବେ । କାରଣ ସେ ଅଭିଜ୍ଞ ଏବଂ ଅଷ୍ଟ୍ରେଲିଆରେ ତାଙ୍କର ଆବଶ୍ୟକତା ଆମେ ଆବଶ୍ୟକ କରିବୁ ।"

ଏମିତି କହିଲେ ଅଗରକର :-

ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହା ପୂର୍ବରୁ କହିଥିଲେ, "33 ବର୍ଷୀୟ ଶାମି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ଫେରିପାରନ୍ତି । କିନ୍ତୁ ବର୍ତ୍ତମାନ ଖବର ହେଉଛି ଯେ ସେ ରଣଜୀ ଟ୍ରଫି ମାଧ୍ୟମରେ ମ୍ୟାଚ୍‌ ମୋଡ୍‌କୁ ପ୍ରବେଶ କରିବେ ।"

CAB ଅଧ୍ୟକ୍ଷ ଶାମିଙ୍କ ପ୍ରତ୍ଯାବର୍ତ୍ତନ ନେଇ ଏମିତି କହିଲେ :-

ଏହାପୂର୍ବରୁ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (CAB) ସଭାପତି ସ୍ନେହାଶିଶ ଗାଙ୍ଗୁଲି ଶାମିଙ୍କ ମୈଦାନକୁ ପ୍ରତ୍ୟାବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ ଯଦି ଶାମିଙ୍କୁ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ଯୋଗଦେବାକୁ ପଡେ, ତେବେ ତାଙ୍କୁ ରଣଜୀ ଟ୍ରଫି ମାଧ୍ୟମରେ ନିଜର ଫିଟନେସ୍ ପ୍ରମାଣ କରିବାକୁ ପଡିବ । ଗାଙ୍ଗୁଲି କହିଥିଲେ, "ସେ (ଶାମି) ଦଳ ସହିତ ଅଷ୍ଟ୍ରେଲିଆ ଯାତ୍ରା କରିବାକୁ ଚାହୁଁଛନ୍ତି । କିନ୍ତୁ ନିଜକୁ ପ୍ରମାଣ କରିବାକୁ ତାଙ୍କୁ ରଣଜୀ ଟ୍ରଫି ଖେଳିବାକୁ ପଡ଼ିବ ।"

ଏବେ ଦେଖିବାକୁ ବାକି ରହିଲା ଯେ, ଶାମିଙ୍କ ପ୍ରଶଂସକମାନେ ତାଙ୍କୁ ପୁଣିଥରେ ପଡ଼ିଆରେ ବୋଲିଂ କରୁଥିବାର କେବେ ଦେଖିପାରିବେ । ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଶାମି ମଧ୍ୟ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଏବଂ ଏନସିଏରେ କଠିନ ପରିଶ୍ରମ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...RCB ଫ୍ୟାନ୍ସଙ୍କ ପାଇଁ ଖୁସି ଖବର; କୋହଲିଙ୍କ ଟିମରେ ଖେଳିବେ ‘ଫିନିସର’ ରିଙ୍କୁ ସିଂ, ଚାମ୍ପିଅନ୍ KKRକୁ ବଡ ଝଟକା ! - Rinku Singh wants to join RCB

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.