ETV Bharat / sports

ଭାରତୀୟ ଅଲିମ୍ପିକ ଦଳ ପାଇଁ ଜୟ ଶାହଙ୍କ ବଡ଼ ଘୋଷଣା; BCCI ଦେଲା ଏତେ କୋଟି - Paris Olympics 2024 - PARIS OLYMPICS 2024

Paris Olympics 2024: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ବ କରୁଥିବା କ୍ରୀଡ଼ାବିତ୍‌ ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ବଡ଼ ଘୋଷଣା କଲେ ଜୟ ଶାହ । ବିସିସିଆଇ ଦେଲା ସାଢ଼େ 8 କୋଟି ଟଙ୍କା । ଅଧିକ ପଢ଼ନ୍ତୁ

Paris Olympics 2024
Paris Olympics 2024 (ETV Bharat Odisha)
author img

By ETV Bharat Odisha Team

Published : Jul 21, 2024, 10:42 PM IST

ମୁମ୍ବାଇ: ଆସନ୍ତା 26 ତାରିଖରୁ ଆରମ୍ଭ ହେବ ପ୍ୟାରିସ ଅଲିମ୍ପିକ୍ସ । ଏହା ପୂର୍ବରୁ ଅଲିମ୍ପିକ୍ସରେ ତ୍ରିରଙ୍ଗା ଉଡ଼ାଇବାକୁ ପହଞ୍ଚିଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ସହାୟତାର ହାତ ବଢ଼ାଇଛି ବିସିସିଆଇ । ଏଥର ପ୍ୟାରିସ୍‌ରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସରେ 117 ଜଣ ଭାରତୀୟ କ୍ରୀଡ଼ାବିତ ଭାଗ ନେଉଛନ୍ତି । ସେମାନଙ୍କ ସହାୟତା ପାଇଁ ବଡ଼ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍‌ ପାଇଁ 8 କୋଟି 50 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ।

ଏହି ବଡ଼ ଘୋଷଣା କରିବାକୁ ଯାଇ ବିସିସିଆଇ ସଚିବ ଜୟ ଶାହ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଲେଖିଛନ୍ତି, 'ମୁଁ ଗର୍ବର ସହ ଘୋଷଣା କରୁଛି ଯେ, 2024 ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ବ କରୁଥିବା କ୍ରୀଡ଼ାବିତ୍‌ମାନଙ୍କୁ ବିସିସିଆଇ ପୂର୍ଣ୍ଣ ସହଯୋଗ କରୁଛି । ଏହି ଯାତ୍ରା ପାଇଁ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନକୁ ଆମେ 8.5 କୋଟି ଟଙ୍କା ଯୋଗାଇ ଦେଉଛୁ ।' ଏହି ଆର୍ଥିକ ସହାୟତା ଘୋଷଣା କରିବା ସହିତ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ଭାରତକୁ ସେମାନେ ସମସ୍ତେ ପ୍ୟାରିସ ଅଲିମ୍ପିକ୍ସରେ ଗୌରବାନ୍ବିତ କରାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ପ୍ରକାଶ ଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସ 2024ରେ ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ମୋଟ 10 ହଜାର ପ୍ରତିଯୋଗୀ ମୈଦାନକୁ ଓହ୍ଲାଇବେ । ଏହି ମେଗା ପ୍ରତିଯୋଗିତାରେ ଭାରତରୁ 117 ଜଣ ପ୍ରତିଯୋଗୀ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ 47 ଜଣ ମହିଳା କ୍ରୀଡ଼ାବିତ୍‌ ରହିଥିବାବେଳେ 70 ଜଣ ପୁରୁଷ ରହିଛନ୍ତି । ସେହିଭଳି ଓଡ଼ିଶାରୁ ରହିଛନ୍ତି ଦୁଇ ଜଣ କ୍ରୀଡ଼ାବିତ୍‌ । ମୋଟ 117 ଭାରତୀୟ କ୍ରୀଡ଼ାବିତ୍‌ଙ୍କ ବ୍ୟତୀତ ପ୍ୟାରିସକୁ ୬୭ ଜଣ କୋଚ୍‌ ଓ ୭୨ ଜଣ ସପୋର୍ଟ ଷ୍ଟାଫ ମଧ୍ୟ ଯାଉଛନ୍ତି । ପ୍ରଥମଥର ପାଇଁ ଏତେ ସଂଖ୍ୟକ କୋଚ ଓ ସପୋର୍ଟ ଷ୍ଟାଫ ଅଲିମ୍ପିକ୍ସ ପାଇଁ ଯିବେ । ତେଣୁ ଏ ସମସ୍ତଙ୍କ ସହଯୋଗ ପାଇଁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନକୁ ସମର୍ଥନର ହାତ ବଢ଼ାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ ଖେଳିବେ 117 ଭାରତୀୟ ଆଥଲେଟ୍ସ, ଜାଣନ୍ତୁ କେଉଁ ରାଜ୍ୟରୁ ରହିଛନ୍ତି ସର୍ବାଧିକ ? - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.