ETV Bharat / sports

T-20 ବିଶ୍ବକପ: 15 ଜଣିଆ ସ୍କ୍ବାର୍ଡ ଘୋଷଣା କଲା ଅଷ୍ଟ୍ରେଲିଆ, ମିଚେଲ ମାର୍ଶ ଅଧିନାୟକ, ସ୍ମିଥ ଆଉଟ୍ - T20 World Cup 2024

author img

By ETV Bharat Odisha Team

Published : May 2, 2024, 8:30 AM IST

Etv Bharat
Etv Bharat

T20 World Cup 2024 Squads: ଟି-20 ବିଶ୍ବକପ ପାଇଁ 15 ଜଣିଆ ସ୍କ୍ବାର୍ଡ ଘୋଷଣା କଲା କଙ୍ଗାରୁ ଦଳ । ମିଚେଲ ମାର୍ଶ ଅଧିନାୟକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଟି 20 ବିଶ୍ବକପ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ ଓ କାନାଡା । 15 ଜଣିଆ ସ୍କ୍ବାର୍ଡ ଘୋଷଣା କରିଛି କଙ୍ଗାରୁ ଦଳ । ମିଚେଲ ମାର୍ଶଙ୍କ ନେତୃତ୍ବରେ ବିଶ୍ବକପ ଖେଳିବ ଅଷ୍ଟ୍ରେଲିଆ। ପ୍ୟାଟ କମିନ୍ସଙ୍କ ନେତୃତ୍ବରେ 2023 ବିଶ୍ବକପ ହାତେଇଥିଲା ଦଳ । ଟି20 ବିଶ୍ବକପ ପାଇଁ ମିଚେଲ ମାର୍ଶଙ୍କ ଉପରେ ଦଳ ଭରସା କରିଛି । ବିଶ୍ବକପ ପରି ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦଳ ଚାମ୍ପିଅନ ହେବା ଲକ୍ଷ୍ୟରେ ଶକ୍ତିଶାଳି ଦଳ ଘୋଷଣା କରିଛି । ତେବେ ଏହି ଦଳରେ ଷ୍ଟିଭ୍ ସ୍ମିଥଙ୍କୁ ସ୍ଥାନ ମିଳିନି ।

ଦଳ ଭଲ ପ୍ରଦର୍ଶନ କରିବା ନେଇ ଚୟନକର୍ତ୍ତା ଟିମ ଆଶାବାଦୀ । ଆହତ ଜନିତ ସମସ୍ୟାରୁ ମୁକ୍ତ ହୋଇ ଦଳକୁ ଫେରିଛନ୍ତି ଆଷ୍ଟନ୍ ଅଗର । ମାର୍କସ୍ ଷ୍ଟୋଇନିସ୍, ଗ୍ଲେନ୍ ମ୍ୟାକ୍ସୱେଲ, କ୍ୟାମ ଗ୍ରୀନ ଏବଂ ମିଚେଲ ମାର୍ଶଙ୍କ ଏହି ଟୁର୍ନାମେଣ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଚୟନକର୍ତ୍ତା ଟିମର ବିଶ୍ୱାସ ରହିଛି। ମାର୍ଶ ପ୍ରାୟ ଏକ ବର୍ଷ ହେବ ଅଷ୍ଟ୍ରେଲିଆର ଟି -20 ଦଳର ଅଧିନାୟକ ଭାର ତୁଲାଉଥିବା ବେଳେ ପ୍ରଥମ ଥର ପାଇଁ ଟି -20 ବିଶ୍ୱକପ ଅଧିନାୟକ ଦାୟିତ୍ବରେ ରହିବେ । ମାର୍ଶ କହିଛନ୍ତି ଯେ, ମୋ ଦେଶ ପାଇଁ ଖେଳିବା ଏକ ଗୌରବର ବିଷୟ ଏବଂ ବର୍ତ୍ତମାନ ଦଳକୁ ଟି-20 ବିଶ୍ୱକପରେ ନେତୃତ୍ବ ନେବା ଆହୁରି ଗର୍ବର ବିଷୟ ମୋ ପାଇଁ । ପୂର୍ବରୁ ଆମକୁ ବିଶ୍ବକପରେ ସଫଳତା ମିଲିଛି। ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭଲ ପ୍ରଦର୍ଶନ କରିବୁ ।

ଏହା ମଧ୍ୟ ପଢନ୍ତୁ-T-20 ବିଶ୍ବକପ: ପ୍ରଥମ ଦଳ ଭାବେ 15ଜଣିଆ ସ୍କ୍ବାର୍ଡ ଘୋଷଣା କଲା ନ୍ୟୁଜିଲାଣ୍ଡ; ୱିଲିୟମସନ କ୍ୟାପଟେନ୍, ଫେରିଲେ ବୋଲ୍ଟ - T20 World Cup 2024

ଅଷ୍ଟ୍ରେଲିଆ ସ୍କ୍ବାର୍ଡ: ମିଚେଲ ମାର୍ଶ (ଅଧିନାୟକ), ଆଷ୍ଟନ୍ ଅଗର, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍, ନେଥନ୍ ଏଲିସ୍, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ, ଗ୍ଲେନ୍ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡେଭିଡ ୱାର୍ନର, ଆଦାମ ଜାମ୍ପା ।

ଟିମ କାନାଡା 15 ଜଣିଆ ସ୍କ୍ବାର୍ଡ ଘୋଷଣା କରିଛି । ସାଦ୍ ବିନ୍ ଜାଫରଙ୍କୁ ଦଳର ଅଧିନାୟକ ଦାୟିତ୍ବ ମଳିଛି । ତାଙ୍କ ନେତୃତ୍ବରେ ଟି20 ବିଶ୍ବକପ ଖେଳିବ ଦଳ । ଅନ୍ୟମାନଙ୍କ ମଧ୍ୟରେ ଇଂଲଣ୍ଡ, ନାମିମ୍ବିଆ, ସ୍କଟଲ୍ୟାଣ୍ଡ, ଓମାନ, ଓ୍ବେଷ୍ଟଇଣ୍ଡିଜ, ଉଗାଣ୍ଡା ମଧ୍ୟ ଦଳ ଘୋଷଣା କରିଛନ୍ତି । କାନାଡା ସ୍କ୍ବାର୍ଡ: ସାଦ୍ ବିନ୍ ଜାଫର (ଗ) ଆରୋନ୍ ଜନସନ, ଦିଲୋ ହେଲିଗର୍, ଦିଲପ୍ରୀତ ବାଜୱା, ହର୍ଷ ଠାକେର, ଜେରେମି ଗର୍ଡେନ୍, ଜୁନେଡ ସିଦ୍ଦିକି, କଲିମ ସାନା, କାନୱାରପାଲ ତଥଗୁର, ନବନୀତ ଧାଲୀୱାଲ, ନିକୋଲାସ କିର୍ଟନ, ପରଗତ ସିଂ, ରବୀନ୍ଦ୍ରପାଲ ସିଂ, ରାୟଣଖାନ୍ ପଠାନ୍, ଶ୍ରେୟସ୍ ମୋଭଭା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.