ETV Bharat / sports

ସୁବର୍ଣ୍ଣପୁର ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଯୋଗଦେବେ ଅନ୍ତର୍ଜାତୀୟ ଖେଳାଳି

author img

By ETV Bharat Odisha Team

Published : Feb 9, 2024, 3:21 PM IST

Updated : Feb 9, 2024, 3:42 PM IST

All India Football Tournament: ସୁବର୍ଣ୍ଣପୁରରେ ଆସନ୍ତା 12 ତାରିଖରୁ ଆରମ୍ଭ ହେବ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ମଝିପଡ଼ା ରାମଧୁନ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ ଅନ୍ତର୍ଜାତୀୟ ଖେଳାଳି । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସୁବର୍ଣ୍ଣପୁର: ଆଗାମୀ ଫେବୃଆରୀ 12 ତାରିଖରେ ସୁବର୍ଣ୍ଣପୁର ସହରର ଗାନ୍ଧୀ ପଡିଆ ଠାରେ ଉଦ୍‌ଘାଟିତ ହେବାକୁ ଯାଉଛି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ସହରର ପ୍ରତିଷ୍ଠିତ ମଝିପଡ଼ାର ରାମଧୂନ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଫେବୃଆରୀ 18 ତାରିଖରେ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓଡିଶା ତଥା ବାହାର ରାଜ୍ୟର ବଛା ବଛା 8ଟି ଫୁଟବଲ ଦଳକୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ଫୁଟବଲ ଦଳଗୁଡିକ ନିମନ୍ତ୍ରଣ ରକ୍ଷା କରି ସୁବର୍ଣ୍ଣପୁର ଗାନ୍ଧୀ ପଡିଆରେ ନିଜ ନିଜର ଖେଳ ପ୍ରଦର୍ଶନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।

ତେବେ ଫାଇନାଲ ମ୍ୟାଚ୍‌ରେ ଆର୍ଜେଣ୍ଟିନା କିମ୍ବା ବ୍ରାଜିଲ ଦେଶର ଅନ୍ତର୍ଜାତୀୟ ଖେଳାଳିମାନେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିବେ ବୋଲି ଆୟୋଜକ ରାମଧୂନ କ୍ଲବ ପକ୍ଷରୁ କୁହାଯାଇଛି । ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଗାନ୍ଧୀ ପଡିଆରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଖେଳାଳି ତଥା ଦେଖଣାହାରୀଙ୍କ ପାଇଁ ଆବଶ୍ୟକ ସୁବିଧା କରାଯାଇଛି । ପାଣି, ବିଜୁଳି, ସ୍ବାସ୍ଥ୍ୟ ସେବା, ପରିଷ୍କାର ପରିଚ୍ଛନ୍ନତା ପାଇଁ ଜିଲ୍ଲା ପ୍ରଶାସନର ବିଭିନ୍ନ ସଂସ୍ଥା ରାମଧୂନ କ୍ଲବର ଅନୁରୋଧ ରକ୍ଷା କରି ନିଜ ନିଜ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରୁଥିବା କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟରେ ଲକ୍ଷାଧିକ ଦେଖଣାହାରୀଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଉଦଘାଟନୀ ଦିବସରେ ରାଜଧାନୀ ଭୁବନେଶ୍ବରର କିଶୋର କ୍ଲବ ଓ ବରଗଡ ୟୁନାଇଟେଡ୍‌ ସ୍ପୋର୍ଟସ୍‌ କ୍ଲବ ଭିତରେ ମ୍ୟାଚ୍‌ ଖେଳାଯିବ । ସେହିପରି ପରବର୍ତ୍ତୀ ମ୍ୟାଚ୍‌ ଗୁଡିକ କଟକ ଓ ସୁନାବେଡା, ଭୁବନେଶ୍ବର ଜଗା ୟୁନାଇଟେଡ୍‌ ଓ କୋଲକାତା ବେଲଗରିଆ ଆଥଲେଟିକ୍ସ, କଟକ ରୋଭର ଆଥଲେଟିକ୍ସ ଓ ସୁନାବେଡା ପିୱାଇସି ଏବଂ ଲିଗ୍‌ ମ୍ୟାଚ୍‌ର ଅନ୍ତିମ ଖେଳ ଆୟୋଜକ ସୁବର୍ଣ୍ଣପୁର ଓ ବିହାରର ମା' କାମାକ୍ଷା କ୍ଲବ ଭିତରେ ଆୟୋଜିତ କରିବା ପାଇଁ ଫିକ୍ସଚର ପ୍ରସ୍ତୁତ କରାଯାଇଛି । 18 ତାରିଖରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଆର୍ଜେଣ୍ଟିନା ଅବା ବ୍ରାଜିଲର ଖେଳାଳିମାନେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ବିଜୟୀ ଓ ରନର୍ସ ଅପ୍‌ ଦଳକୁ ଟ୍ରଫି, ମାନ ପତ୍ର ସହିତ ପୁରସ୍କାର ରାଶି ପ୍ରଦାନ କରିବେ ବୋଲି ରାମଧୂନ କ୍ଲବର ଆୟୋଜକ ମଣ୍ଡଳୀ ସଦସ୍ୟ ରାଜୀବ ସାହୁ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Feb 9, 2024, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.