ETV Bharat / politics

ବ୍ରଜରାଜନଗରର ରାଜନୀତି ପାଣିପାଗ, ପୁଣି ଗଡ଼ ହାତେଇବ ବିଜେଡି ନା ବିରୋଧୀ ପଡ଼ିବେ ଭାରି ? - Brajarajnagar Assembly constituency

author img

By ETV Bharat Odisha Team

Published : Apr 2, 2024, 9:33 PM IST

BRAJARAJNAGAR ASSEMBLY CONSTITUENCY: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ 2022 ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ନିର୍ବାଚନ ଲଢି ଏବେ ବିଧାୟିକା ଅଛନ୍ତି । ତେବେ ଏଥର ନିର୍ବାଚନରେ ସମସ୍ତ ଦଳ ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ତେବେ ପୁଣି ଗଡ଼ ହାତେଇବ ବିଜେଡି ନା ବିରୋଧୀ ପଡ଼ିବେ ଭାରି ? ଦେଖନ୍ତୁ ଏହି ରିପୋର୍ଟ

BRAJARAJNAGAR ASSEMBLY CONSTITUENCY
BRAJARAJNAGAR ASSEMBLY CONSTITUENCY
ବ୍ରଜରାଜନଗରର ରାଜନୀତି ପାଣିପାଗ, ପୁଣି ଗଡ଼ ହାତେଇବ ବିଜେଡି ନା ବିରୋଧୀ ପଡ଼ିବେ ଭାରି ?

ଝାରସୁଗୁଡ଼ା: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ପ୍ରାର୍ଥୀ ଘୋଷଣାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟିଛି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଚିହ୍ନା ଚେହେରା ଟିକେଟ ପାଇବା ଚର୍ଚ୍ଚା ଭିତରେ ଆଜି ବିଜେପି ବରଗଡ଼ ସାଂସଦ ସୁରେଜ ପୂଜାରୀଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ କିଶୋର ଚନ୍ଦ୍ର ପଟେଲଙ୍କୁ ଟିକେଟ ଦେଇଛି । ସେପଟେ ବିଜେଡି ଏଯାବତ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ବିଜେଡି କାହାକୁ ପ୍ରାର୍ଥୀ କରିବ ? କେଉଁ ଦଳ ଏଠାରେ ବାଜି ମାରିବ ? ଏହି ଚର୍ଚ୍ଚା ବ୍ରଜରାଜନଗର ରାଜନୀତିକୁ କରିଛି ରୋମାଞ୍ଚକର ।

BRAJARAJNAGAR ASSEMBLY CONSTITUENCY
BRAJARAJNAGAR ASSEMBLY CONSTITUENCY
ବ୍ରଜରାଜନଗର ଅଞ୍ଚଳରେ ରହିଛି ଏମସିଏଲ ଓ ବିଭିନ୍ନ ଛୋଟବଡ଼ ଶିଳ୍ପ କାରଖାନା ମାନ ରହିଛି । ଏହି ଅଞ୍ଚଳରୁ ପ୍ରବଳ ରାଜସ୍ବ ଆଦାୟ କରାଯାଉଛି । ଏହି ଅଞ୍ଚଳର ବିକାଶ ପାଇଁ ସ୍ବର୍ଗତ ବିଧାୟକ କିଶୋର ମହାନ୍ତି ନିର୍ବାଚିତ ହେବା ପରେ ଲଖନପୁର ବ୍ଲକ, ବେଲପାହାଡ଼ ପୌରାଞ୍ଚଳ, ବ୍ରଜରାଜନଗର ପୌରାଞ୍ଚଳର ଉନ୍ନତିମୂଳକ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ପୌରାଞ୍ଚଳର ପରିମଳ ବ୍ୟବସ୍ଥାରେ ସୁଧାର, ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ଆବାସ ଯୋଜନାରେ ସାମିଲ, ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ଜମି ପ୍ରଦାନ ଭଳି କାର୍ଯ୍ୟ ହୋଇଥିବା ହେତୁ ବିଜୁ ଜନତା ଦଳ ପାଇଁ ମାଷ୍ଟର ଷ୍ଟ୍ରୋକ ହୋଇପାରେ । ଏହି ସମସ୍ତ କାର୍ଯ୍ୟକୁ ନଜରକୁ ନେଇ ବିଜେଡି ମଜଭୁତ ଥିବା ଅନୁମାନ କରାଯାଉଛି । ଏନେଇ ବିଜେଡି ଜିଲ୍ଲା ସଭାପତି ରବି ସିଂହ କହିଛନ୍ତି, "ବ୍ରଜରାଜନଗରରେ ପୁଣି ଦଳ ବିଜୟୀ ହେବ । ଆମେ ଆଶା କରୁଛି ଦଳ ବିଧାୟିକା ଅଳକା ମହାନ୍ତିଙ୍କୁ ପୁଣି ଟିକେଟ ଦେବ ।"

ସେହିଭଳି ବର୍ତ୍ତମାନ ବିଜେପିର ଦବଦବା ଜାରି ରହିଥିବା ପୁଣିଥରେ ବିଜେପି ଗଡ଼ ହାତେଇବା ଦୃଢ଼ତା ଦେଖାଇଛି । ଗତ 2014 ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବିଜୟୀ ହୋଇଥିଲେ । ହେଲେ ଏହାପରେ ବିଜେପି ଉପରେ ଅଞ୍ଚଳବାସୀ ବିଶ୍ବାସ କରିପାରିନାହାନ୍ତି । ଏହାପରେ କ୍ରମାଗତ ଭାବେ ବିଜେଡି ବିଜୟୀ ହୋଇଆସୁଛି । ସେପଟେ ଗତ ଉପନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଥିଲା । ବେଲପାହାଡ଼ ପୌରାସନ ହାତେଇଥିଲା କଂଗ୍ରେସ । ତେବେ ଏଥର କଂଗ୍ରେସ ପାଇଁ ନୂଆ ଆଶା ଦେଖାଦେଇଛି । ଏନେଇ କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ପ୍ରଧାନ କହିଛନ୍ତି, "କଂଗ୍ରେସର ସ୍ଥିତି ଏଠାରେ ମଜଭୁତ ରହିଛି । ଗତ ଉପନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିଲା । ଏଥର କଂଗ୍ରେସ ପୁଣି ଜିତିବ ।"

ପୂର୍ବ ନିର୍ବାଚନ ଫଳାଫଳ:-

2022 ଉପନିର୍ବାଚନ:- 2022 ମସିହାରେ ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ଘଟିବା ପରେ ଉପନିର୍ବାଚନରେ ତାଙ୍କ ଧର୍ମ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜୁ ଜନତା ଦଳ ନିଜ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲା । ୯୩୯୫୩ ଭୋଟ ପାଇଥିଲେ ଅଳକା । କିନ୍ତୁ ଏହି ନିର୍ବାଚନରେ ବିଜେପିକୁ ପଛରେ ପକେଇ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୭୮୩୧ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପରାଜିତ କରିଥିଲେ । ଏହାସହିତ ବ୍ରଜରାଜନଗରକୁ ନିଜ କବଜାରେ ପୁଣି ଥରେ ନେଇଥିଲେ ନବୀନ ସରକାର ।

2019 ନିର୍ବାଚନ:- ଏହି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ୨୦୧୯ରେ ବିଜୁ ଜନତା ଦଳ ନିଜର ମାଷ୍ଟର ଷ୍ଟ୍ରୋକ ଖେଳିଥିଲା । ୨୦୧୯ରେ, ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨୧୧୨୯୦ ଭୋଟର ରହିଥିଲେ । ୧୬୪୫୮୭ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଏହି ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କିଶୋର କୁମାର ମହାନ୍ତି ବିଜୟ ଲାଭ କରି ବ୍ରଜରାଜନଗର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ । ପ୍ରଥମଥର ପାଇଁ ଏହି ନିର୍ବାଚନ ମଣ୍ଡଳୀକୁ ନିଜ କବଜାରେ ନେଇଥିଲା ବିଜୁ ଜନତା ଦଳ । ମୋଟ ୮୦୧୫୨ ଭୋଟ ପାଇଥିଲେ ବିଜୁ ଜନତା ଦଳର ପ୍ରାର୍ଥୀ କିଶୋର ମହାନ୍ତି । ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଧାରାଣୀ ପଣ୍ଡା ମୋଟ ୬୮୫୧୮ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହି ସେ କିଶୋର ମହାନ୍ତିଙ୍କଠାରୁ ୧୧୬୩୪ ଭୋଟରେ ପରାସ୍ତ ହୋଇଥିଲେ ।

2014 ନିର୍ବାଚନ:- ସେହିଭଳି ୨୦୧୪ ନିର୍ବାଚନରେ, ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧୯୦୬୧୪ ଭୋଟର ରହିଥିଲେ । ଏହି ନିର୍ବାଚନରେ ୧୪୫୮୫୧ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବିଜୟୀ ହୋଇ ବ୍ରଜରାଜନଗର ଆସନରୁ ବିଧାୟକ ହୋଇଥିଲେ । ସେ ମୋଟ ୫୦୭୩୬ ଭୋଟ୍ ପାଇଥିଲେ। ଏହି ନିର୍ବାଚନରେ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଅନୁପ କୁମାର ସାଏ ମୋଟ ୪୩୯୪୬ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ କରି ବ୍ରଜରାଜନଗରରୁ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଓହ୍ଲାଇଥିଲା । ଏଥିରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୬୭୯୦ ଭୋଟ ବ୍ୟବଧାନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅନୁପ କୁମାର ସାଏଙ୍କୁ ପରାଜିତ କରିଥିଲେ ।

2009 ନିର୍ବାଚନ:- ଗତ ୨୦୦୯ ମସିହାରେ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧୮୨୯୭୨ ଭୋଟର ରହିଥିଲେ । ଏହି ନିର୍ବାଚନରେ ୧୧୬୩୯୬ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅନୁପ କୁମାର ସାଏ ଏହି ଆସନରୁ ବିଧାୟକ ହୋଇଥିଲେ । ସେ ମୋଟ ୫୦୫୮୫ ଭୋଟ୍ ପାଇଥିଲେ । ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୁରେଶ ପୂଜାରୀ ମୋଟ ୪୮୮୪୩ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅନୁପ କୁମାର ସାଏଙ୍କଠାରୁ ୧୭୪୨ ଭୋଟରେ ପରାସ୍ତ ହୋଇଥିଲେ ସୁରେଶ ପୂଜାରୀ ।

ତେବେ ଆଜି ବିଜେପି ଓ କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହିତ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଦେଇସାରିଛନ୍ତି । ଏବେ ବିଜେଡି ପ୍ରାର୍ଥୀ କିଏ ହେବ ତାକୁ ଅପେକ୍ଷା । ବ୍ରଜରାଜଗନରକୁ ପୁଣି ବିଜେଡି ନିଜ କବଜାକୁ ନେବ ନା ବିରୋଧୀ ବିଜେପି ଓ କଂଗ୍ରେସ ଉପରେ ଜନତା ଜନାର୍ଦ୍ଦନ ପୁଣି ଆସ୍ଥା ପ୍ରକଟ କରିବ ? କିଏ ହାତେଇବ ଏହି ଗଡ଼ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.