ETV Bharat / politics

ମୁଁ ବିଜେପିରେ ଅଛି, ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ: ଦିଲ୍ଲୀପ ରାୟ - Dilip Ray Reaction

author img

By ETV Bharat Odisha Team

Published : Apr 10, 2024, 10:01 PM IST

Dilip Ray Reaction: ବିଜେପିରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀପ ରାୟ । କହିଲେ ମୁଁ ବିଜେପିରେ ଏବେ ବି ଅଛି । ନିର୍ବାଚନ ଲଢ଼ିବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଲେ ଦିଲ୍ଲୀପ । ଅଧିକ ପଢ଼ନ୍ତୁ

Dilip Ray Reaction
Dilip Ray Reaction

Dilip Ray Reaction

ରାଉରକେଲା: ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିବା ପରେ ସେ ଆଜି ରାଉରକେଲା ଫେରିଛନ୍ତି । ଦିଲ୍ଲୀପ ବିଜେପିରୁ ଲଢ଼ିବେ ବୋଲି ଗତକାଲି କହିଥିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଆଜି ଜୁଏଲଙ୍କ ସହ ଦିଲ୍ଲୀପ ରାୟ ଆସି ରାଉରକେଲାରେ ପହଞ୍ଚିବା ପରେ ବିଜେପି କର୍ମୀ ଉଭୟଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ତେବେ ମୁଁ ବିଜେପିରେ ଅଛି ଓ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଦିଲ୍ଲୀପ ।

ଦିଲ୍ଲୀପ ରାୟ ଆସି ଆଜି ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମୀ ଏବଂ ସମର୍ଥକ ଭବ୍ୟ ସ୍ବାଗତ କରିଥିଲେ । ବ୍ୟାପକ ମାତ୍ରାରେ ସମର୍ଥକ ଆସି ପହଞ୍ଚିଥିଲେ । ଏହି ଅବସରରେ ନିଜ ପ୍ରତିକ୍ରିୟାରେ ଦିଲ୍ଲୀପ କହିଛନ୍ତି, "ମୁଁ ବର୍ତ୍ତମାନ ମଧ୍ୟ ବିଜେପିରେ ଅଛି । ମୁଁ ୨୦୧୮ରେ ଇସ୍ତଫା ଦେଇଥିଲି । କିନ୍ତୁ ଦଳ ଏହାକୁ ସ୍ବୀକାର କରିନାହିଁ । ତେଣୁ ବର୍ତ୍ତମାନ ମଧ୍ୟ ମୁଁ ବିଜେପିରେ ଅଛି । ଲୋକଙ୍କ ଉତ୍ସାହ ଦେଖି ଭାରି ଖୁସି ଲାଗୁଛି । ନିର୍ବାଚନ ଲାଗି ରାଉରକେଲାବାସୀ ପ୍ରସ୍ତୁତ ଅଛନ୍ତି ଏବଂ ମୁଁ ମଧ୍ୟ ଏଥର ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି । ରାଉରକେଲାବାସୀ ସବୁବେଳେ ମୋ ସାଙ୍ଗରେ ଅଛନ୍ତି ଏବଂ ଇଲେକ୍ସନ ନହେଉଣୁ ଲୋକେ ମୋତେ ବିଜୟୀ କରି ସାରିଲେଣି । ଏଥର ରାଉରକେଲାବାସୀ ଯାହା ଚାହିଁବେ ତାହା ହେବ ।" ବର୍ତ୍ତମାନ ଯାଏଁ ଟିକେଟ ଫାଇନାଲ ହୋଇନାହିଁ, ଆଉ ଦିନେ ଦୁଇଦିନ ମଧ୍ୟରେ ଦଳ ସ୍ପଷ୍ଟ କରିବ କହିଲେ ଦିଲ୍ଲୀପ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିରୁ ଲଢ଼ିବେ ଦିଲ୍ଲୀପ ରାୟ ! ଜୁଏଲଙ୍କ ମନ୍ତବ୍ୟ ପରେ ସରଗରମ ରାଉରକେଲା ରାଜନୀତି - Jual Oram on Dilip Ray

ତେବେ ରାଉରକେଲାରେ ଦିଲ୍ଲୀପ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ମେ-ଫେୟାର ଯାଏଁ ଆଣିଥିଲେ । ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ସମର୍ଥକ ଓ ବିଜେପି କର୍ମୀ ଆସି ଯୋଗ ଦେଇଥିଲେ । ଏହାକୁ ନେଇ ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀପ । ସେ କହିଛନ୍ତି, "ଏଠାରେ କୌଣସି ଲୋକଙ୍କୁ ଭଡ଼ାରେ ବା ଟଙ୍କା ଦେଇ ଅଣାଯାଇନାହିଁ । ଏଠାରେ ସଭିଏଁ ନିଜ ଇଚ୍ଛାରେ ମୋତେ ସମର୍ଥନ ଦେବାକୁ ଆସିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ଲଢ଼ିପାରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ, ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି - Dilip Roy in Coal Scam Case

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.