ETV Bharat / politics

ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ‌‌କେନ୍ଦ୍ରମନ୍ତ୍ରୀ ଟୁଡୁ - Bishweswar Tudu campaign - BISHWESWAR TUDU CAMPAIGN

Bishweswar Tudu campaigns in Malkangiri: ମାଲକାନଗିରି ସହରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ‌‌କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ତେବେ ସେ ମାଲକାନଗିରିରେ ପହଞ୍ଚିବା ପରେ ତାଙ୍କର ବିମାନକୁ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ‌‌କେନ୍ଦ୍ରମନ୍ତ୍ରୀ ଟୁଡୁ

author img

By ETV Bharat Odisha Team

Published : May 2, 2024, 11:38 AM IST

ମାଲକାନଗିରି: ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟରେ ଚାଲିଛି ହାଇଭୋଲଟେଜ ପ୍ରଚାର । ଏହି କ୍ରମରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ ବୁଧବାର ମାଲକାନଗିରି ସହର ଗସ୍ତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସେ ଜିଲ୍ଲାରେ ଆୟୋଜିତ ବିଜେପିର ମହାମିଶ୍ରଣ ପର୍ବରେ ଯୋଗ ଦେବା ସହ ରୋଡ଼ ଶୋ' କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ମାଲକାନଗିରିରେ ପହଞ୍ଚିବା ପରେ ତାଙ୍କର ବିମାନକୁ ଯାଞ୍ଚ କରାଯାଇଥିଲା । ଫ୍ଲାଇଁ ସ୍କ୍ବାର୍ଡ ଓ ପୋଲିସ ବିମାନରେ ତନ୍ନ ତନ୍ନ କରି ତଲାସି ନେଇଥିଲେ । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟାରେ କହିଥିଲେ ଯେ, ନିର୍ବାଚନ ସମୟରେ ଗାଡି ଯାଞ୍ଚ କରିବାର ନିୟମ ଅଛି । ହେଲେ ରାଜ୍ୟରେ ସରକାରଙ୍କ ପୋଲିସ ଭ୍ୟାନ ଓ ଆମ୍ବୁଲାନ୍ସର ମଧ୍ୟ ଯାଞ୍ଚ କରାଗଲେ ଭଲ ହୁଅନ୍ତା ।

ମାଲକାନଗିରି ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ଅଧ୍ୟକ୍ଷତାରେ ସଭା ଓ ମହାମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ଓ କର୍ମୀଙ୍କୁ ନିର୍ବାଚନୀ ବୈତରଣୀ ପାର୍ ହେବାର ମନ୍ତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ପ୍ରାର୍ଥୀ ନରସିଂହ ମାଡ଼କାମୀ, ସିନେ ନାୟିକା ବିଦୁସ୍ମିତା ମନ୍ତ୍ରୀ, ପୂର୍ବତନ ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, କମଲେଶ ରାୟ ପ୍ରମୁଖ ସାମିଲ ହୋଇଥିଲେ ।

ଏଥିସହ ମିଶ୍ରଣ ପର୍ବରେ କାଲିମେଳା ବ୍ଲକର ବିଜେଡି ନେତା କାର୍ତ୍ତିକ ଦେବନାଥ, ହରବନ୍ଧୁ ନାୟକ ସେମାନଙ୍କ ୫୦୦ରୁ ଅଧିକ ସମର୍ଥକ ଏବଂ ପାଣ୍ଡିରିପାଣି ନିର୍ବାଚନ ମଣ୍ଡଳୀର ୧୩ କଂଗ୍ରେସ କର୍ମୀ, ପଦ୍ମଗିରି ମଣ୍ଡଳୀରୁ ୪୦ ଓ କୋରୁକୋଣ୍ଡା ମଣ୍ଡଳୀରୁ ୫୦ରୁ ଅଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟ ଜନତାଙ୍କୁ ସ୍ମାର୍ଟ ନେତା, ବଦଳିଛି ନେତାଙ୍କ ଚାଲ ଓ ଜନତାଙ୍କ ମୁଡ୍ - Balangir Election History

ଏହାପରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଏବଂ ଓଡ଼ିଆ ସିନେ ତାରକା ବିନ୍ଦୁସ୍ମିତା ଶତାଧିକ ଦଳୀୟ ନେତା ଓ କର୍ମୀଙ୍କ ସହ ମାଲକାନଗିରି ସହରରେ ରୋଡ ଶୋ' କରିଥିଲେ । ଟୁଡୁ ଦୁଇ ବିଧାୟକ ପ୍ରାର୍ଥୀ ଓ ନବରଙ୍ଗପୁର ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । କହିରଖୁଛୁ କି, ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ହେଲେ ଚଳିତ ନିର୍ବାଚନରେ ତାଙ୍କର ଟିକଟ କାଟିଛି ଦଳ । ଟୁଡୁଙ୍କ ବଦଳରେ ନବଚରଣ ମାଝୀଙ୍କୁ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.