ETV Bharat / politics

ମହାମେଣ୍ଟ ସରକାରରେ ଅନେକ ଉନ୍ନତି ହୋଇଛି, ଜନତା ଜବାବ ଦେବେ: ତେଜସ୍ୱୀ - Nitish Kumars news

Tejashwi Yadav target Nitish Kumars Exit: ନୀତିଶଙ୍କ ପ୍ରସ୍ଥାନ ଇଣ୍ଡିଆ ମେଣ୍ଟରେ କୌଣସି ପ୍ରଭାବ ପକାଇବ ନାହିଁ । ମେଣ୍ଟ ଏବେବି ସୁଦୃଢ ସ୍ଥିତିରେ କହିଲେ ତେଜସ୍ୱୀ । ଅଧିକ ପଢନ୍ତୁ

ନୀତିଶ ଜଣେ କ୍ଲାନ୍ତ ମୁଖ୍ୟମନ୍ତ୍ରୀ, ଜନତା ଜବାବ ଦେବେ: ତେଜସ୍ବୀ

author img

By ETV Bharat Odisha Team

Published : Jan 28, 2024, 5:31 PM IST

ପାଟନା: ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଆଶା ନୀତିଶ କୁମାରଙ୍କ ଗୋଟି ଚାଳନାରେ ମାତ ଖାଇଛି । ଆଜି ରାଜ୍ୟରେ ପୁଣି ବିଜେପି ସମର୍ଥିତ ଏନଡିଏ ସରକାର ଆରମ୍ଭ ହେବାକୁ ଯାଉଛି । ନୀତିଶଙ୍କ ଏହି ନିଷ୍ପତ୍ତିରେ କ୍ଷମତାଠୁ ଦୂରକୁ ଚାଲିଯାଇଥିବା ଆରଜେଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ନୀତିଶ ଜଣେ କ୍ଳାନ୍ତ ମୁଖ୍ୟମନ୍ତ୍ରୀ । ଜନତା ଜବାବ ଦେବେ ।

ତେଜସ୍ୱୀ କହିଛନ୍ତି, ନୀତିଶ ନେତୃତ୍ୱରେ ଯେଉଁ ମହାମେଣ୍ଟ ସରକାର 2020 ଅଗଷ୍ଟରେ ଆରମ୍ଭ ହୋଇଥିଲା ସେଥିରେ ରାଜ୍ୟରେ ଅନେକ ଉନ୍ନତିମୂଳକ କାମ ହୋଇଛି । ପୂର୍ବରୁ ଏତେ ନିଯୁକ୍ତି ଦେବା ସମ୍ଭବ କି, ବୋଲି ନିଜେ ନୀତିଶ ପ୍ରଶ୍ନ କରୁଥିଲେ । ହେଲେ ମହାମେଣ୍ଟ ସରକାର ଗଠନ ହେବା ପରେ ସେ ନିଜେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହା କେବଳ ଆରଡେଜି ପାଇଁ ସମ୍ଭବ ହୋଇପାରିଥିଲା । ଆରଜେଡି ରାଜ୍ୟରେ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲା । ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ ଆରଜେଡି ପାଇଁ ଏହିସବୁ କାମ କରିବାରେ ସଫଳ ହୋଇଥିଲେ ।

  • #WATCH | On Nitish Kumar joining NDA and breaking ties with RJD, RJD leader Tejashwi Yadav says, "When Nitish Kumar was with us, he used to say that so much work is being done. Have you ever seen Nitish Kumar distributing appointment letters before? It was us who made him… pic.twitter.com/V7fi7sXhex

    — ANI (@ANI) January 28, 2024 " class="align-text-top noRightClick twitterSection" data=" ">

ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି, ନୀତିଶଙ୍କ ନେତୃତ୍ୱୀଧୀନ ସରକାରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଆରଜେଡିର ମନ୍ତ୍ରୀ ଥିଲେ । ଶିକ୍ଷା, ନିଯୁକ୍ତି ଓ ପର୍ଯ୍ୟଟନ ପରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଆରଜେଡି ନିକଟରେ ଥିଲା । ଯେଉଁଥିରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ନୀତିଶ ବିଜେପି ସମର୍ଥନରେ 17 ବର୍ଷ ଶାସନ କଲେ ମଧ୍ୟ ଗତ 17 ମାସରେ ମହାମେଣ୍ଟ ସରକାର କାର୍ଯ୍ୟକାଳରେ ଯାହା ହୋଇଛି, ତାହା କରିବା ସମ୍ଭବପର ନୁହେଁ । ମହାମେଣ୍ଟ ଶାସନର ଉନ୍ନତି ଦେଶର କେଉଁ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ :- ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ, ନୀତିଶଙ୍କ ସମେତ 8 ମନ୍ତ୍ରୀ ନେବେ ଶପଥ

ସେହିପରି ନୀତିଶଙ୍କ ପ୍ରସ୍ତାନ ପରେ ଇଣ୍ଡିଆ ମେଣ୍ଟର ସ୍ଥିତି ସମ୍ପର୍କରେ ତେଜସ୍ୱୀ କହିଛନ୍ତି, ‘ଇଣ୍ଡିଆ’ ମେଣ୍ଟ ସୁଦୃଢ ସ୍ଥିତିରେ ଅଛି । ନୀତିଶ ବିଜେପି ଫେରିବେ ନାହିଁ ବୋଲି ବାରମ୍ବାର କହିଥିବା ବେଳେ ପୁଣି ବିଜେପି ସହ ସାମିଲ ପ୍ରଶ୍ନରେ ତେଜସ୍ୱୀ କହିଛନ୍ତି, ଏସମ୍ପର୍କରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ଜନତା ହିଁ ଜବାବ ଦେବେ । ଅନ୍ୟପଟେ ଆଜି ରାଜଭବନରେ ନୀତିଶଙ୍କ ଶପଥ ଗ୍ରହଣ ସମାରୋହ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.