ETV Bharat / politics

ପ୍ରାର୍ଥୀ ଘୋଷଣା ପରେ ଥମୁନି ରାସେଶ୍ବରୀଙ୍କୁ ଟିକେଟ୍ ଦାବି, ନିଷ୍ପତ୍ତି ପରିବର୍ତ୍ତନ ପାଇଁ ସମର୍ଥକଙ୍କ ଆହ୍ୱାନ - Ticket Demand - TICKET DEMAND

Supporters Of Rasheswari Demanding Ticket: ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ଟିକେଟ ଦେଇଥିବାବେଳେ ଦେଖାଦେଇଛି କନ୍ଦଳ । ନିଷ୍ପତ୍ତି ପରିବର୍ତ୍ତନ କରି ରାସେଶ୍ବରୀଙ୍କୁ ଟିକେଟ୍ ଦେବାକୁ ଦାବି ଜୋର ଧରିଛି । ଅଧିକ ପଢନ୍ତୁ

Ticket Demand
Ticket Demand
author img

By ETV Bharat Odisha Team

Published : Apr 13, 2024, 8:39 PM IST

Ticket Demand

ସମ୍ବଲପୁର: ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମ୍ବଲପୁର ବିଧାନସଭା ଆସନ ପାଇଁ ଟିକେଟ ଦେଇଛି । ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସମ୍ବଲପୁର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମର୍ଥକ । ବିଜେଡି ସୁପ୍ରିମୋ ନିଷ୍ପତ୍ତି ବଦଳାଇବା ପାଇଁ ରାସେଶ୍ୱରୀଙ୍କୁ ଟିକେଟ ଦେବାକୁ ଦାବି କରିଛନ୍ତି ସମର୍ଥକ । କର୍ମୀ ଓ ସମର୍ଥକ ଏପରି କରୁଥିବା କହି ରାସେଶ୍ୱରୀ ନିଜର ଦୋଷ ଝାଡୁଥିଲେ ମଧ୍ୟ ଏହା ରାସେଶ୍ୱରୀଙ୍କ ଇଙ୍ଗିତରେ ହିଁ ହେଉଥିବା ଚର୍ଚ୍ଚା ହେଉଛି । ରାଜନୀତି ବିଶ୍ଳେଷକ ଏହାକୁ ରାସେଶ୍ୱରୀଙ୍କ ଟିକେଟ ଓ କ୍ଷମତା ମୋହ ବୋଲି ମତ ପ୍ରକାଶ କରିଛନ୍ତି ।

ନିର୍ବାଚନ ଯେତେ ପାଖଉଛି ସମ୍ବଲପୁର ଜିଲ୍ଲା ବିଜେଡିରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ସେତିକି ନଜର ଆସୁଛି । ମୁଖ୍ୟତଃ ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିଭିନ୍ନ ଆଶାୟୀ ନିଜ ନିଜ ସମର୍ଥକଙ୍କ ଜରିଆରେ ଦାବି ଉପସ୍ଥାପନ କରୁଛନ୍ତି । ବର୍ତ୍ତମାନ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହେବା ପରେ ମଧ୍ୟ କିଛି ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ସମ୍ବଲପୁରର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମର୍ଥକ ଖୁଲମ ଖୁଲା ଦଳର ସୁପ୍ରିମୋଙ୍କୁ ବିରୋଧ କରୁଛନ୍ତି । ଗତ ଶୁକ୍ରବାର ରାତିରେ ଶାନ୍ତି ନଗର ସ୍ଥିତ ରାସେଶ୍ୱରୀଙ୍କ ଘର ସମ୍ମୁଖରେ ପ୍ରାୟ 5ଶହ ସମର୍ଥକ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ଏହାସହ ସେମାନେ ଏକ ରାଲି କରି ରାସେଶ୍ୱରୀଙ୍କୁ ଟିକେଟ ଦିଆଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ । ସେହି ସମୟରେ ରାସେଶ୍ୱରୀ ନଥିଲେ ମଧ୍ୟ ପ୍ରଚ୍ଛଦପଟରେ ରହି ଏଭଳି କରାଉଥିବାର ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...ଟିକେଟ ଘୋଷଣାରେ ବିଳମ୍ବ, ରଘୁନନ୍ଦନଙ୍କ ବାସଭବନରେ କର୍ମୀଙ୍କ ମେଳି - Demand For Ticket

ଏନେଇ ରାସେଶ୍ୱରୀଙ୍କୁ ପଚରାଯିବାରୁ ସେ ଗଣମାଧ୍ୟମ ସମ୍ମୁଖରେ କିଛି କହିବାକୁ ମନା କରୁଛନ୍ତି । ପୂର୍ବରୁ ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଟିକେଟ ପାଇବା ପରେ ମା' ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଆସିଥିବାବେଳେ ସେ ରାସେଶ୍ୱରୀଙ୍କ ବାସଭାବନକୁ ଯାଇଥିଲେ । ସେଠାରେ ରାସେଶ୍ୱରୀଙ୍କ ସମର୍ଥକ ରାସେଶ୍ୱରୀଙ୍କୁ ଟିକେଟ ନମିଳିଲେ ସମର୍ଥନ କରାଯିବନି ବୋଲି ପ୍ରଣବ ପ୍ରକାଶ ଦାସଙ୍କୁ ଖୋଲା ଚେତାବନୀ ଦେଇଥିଲେ । ଅନ୍ୟପଟେ ଏବେବି ସମ୍ବଲପୁରରେ ରାସେଶ୍ୱରୀଙ୍କ ଭଲ ସଂଗଠନ ଥିବାବେଳେ କୌଣସି କାରଣ ପାଇଁ ତାଙ୍କୁ ଦଳ ଟିକେଟ ଦେଇନାହିଁ । ବର୍ତ୍ତମାନ ପ୍ରସନ୍ନ ଆଚାର୍ଯ୍ୟ ଟିକେଟ ପାଇଲା ପରେ ମଧ୍ୟ ରାସେଶ୍ୱରୀଙ୍କ ଟିକେଟ ଓ କ୍ଷମତାର ମୋହ ତୁଟିନି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.