ETV Bharat / politics

ମାନସଙ୍କୁ ବହିଷ୍କାର ପରେ ତେଜିଲା ଦଳୀୟ କନ୍ଦଳ, ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ - expulsion of Manas Chowdhury

author img

By ETV Bharat Odisha Team

Published : Jun 8, 2024, 7:34 PM IST

Protest over Manas Chowdhury expulsion: ମାନସ ଚୌଧୁରୀଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ତେଜିଲା ଦଳୀୟ କନ୍ଦଳ । କଟକ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପିସିସି ସଭାପତି ଓ ଦଳର ପ୍ରଭାରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅଧିକ ପଢ଼ନ୍ତୁ

Protest over Manas Chowdhury expulsion
Protest over Manas Chowdhury expulsion (ETV Bharat Odisha)

କଟକ: ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଦଳରୁ ନିଲମ୍ବନ ପରେ ତେଜିଲା ଦଳର ଅନ୍ତଃକନ୍ଦଳ । ଗତକାଲି (ଶୁକ୍ରବାର) ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ପିସିସି ସଭାପତି । ଏହାପରେ ତାତିଛି କଟକ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ । ମାନସଙ୍କ ନିଲମ୍ବନକୁ ଘୋର ବିରୋଧ କରିଛନ୍ତି କଟକ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ କମିଟିର ନେତା ଓ କର୍ମୀ । ବିନା କାରଣରେ ମାନସ ଚୌଧୁରୀଙ୍କୁ ୬ ବର୍ଷ ପାଇଁ ନିଲମ୍ବନ କରାଯାଇଥିବା ଅଭିଯୋଗ କରି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଯଥାଶୀଘ୍ର ଏହି ନିଲମ୍ବନ ଉପରେ ପୁନଃବିଚାର କରି ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି କଟକ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ । ଯଦି ଏହା ଉପରେ ପୁନଃବିଚାର କରାନଯାଏ, ତାହେଲେ ଆଗାମୀ ଦିନରେ ଏହି ନିଲମ୍ବନକୁ ରାଜରାସ୍ତାରେ ଦୃଢ଼ ବିରୋଧ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି । ସେ କହିଛନ୍ତି, "ଚଳିତବର୍ଷ ନିର୍ବାଚନ ପୂର୍ବରୁ ମାନସ ଚୌଧୁରୀଙ୍କ ଟିକଟ ପାଇବା ନିଶ୍ଚୟ ପରି ଲାଗୁଥିଲା । କିନ୍ତୁ ଟଙ୍କା ଲୋଭରେ ଅନ୍ୟ ଦଳଠୁ ମୋଟା ଆଙ୍କର ଟଙ୍କା ନେଇ କଂଗ୍ରେସ ପ୍ରାର୍ଥୀଙ୍କୁ ହିଁ କଂଗ୍ରେସ ମୁଖିଆ ହରାଇଛନ୍ତି ।" ଗତକାଲି ଖୋଦ ମାନସ ଚୌଧୁରୀ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପରେ ବର୍ଷିଥିଲେ । ଅନ୍ୟ ଦଳର ପ୍ରରୋଚନାରେ କଂଗ୍ରେସର ସ୍ଥିତି ଏପରି ହୋଇଛି ବୋଲି ସେ ଅଭିଯୋଗ କରିଥିଲେ । ଏଥିରେ ଉଭୟ ପ୍ରଭାରୀ ଓ ସଭାପତି ସାମିଲ ରହିଥିବା ଛାତ୍ର କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବହିଷ୍କାର ପରେ ତାତିଲେ ମାନସ, କହିଲେ ବିଜେଡି ସହ ଡିଲ୍‌ କରିଥିଲେ ପିସିସି ସଭାପତି ଓ ପ୍ରଭାରୀ - Manas Choudhury Press Meet

ପ୍ରକାଶ ଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର ହେବାପରେ ଦଳର ଗୋହି ଖୋଳିଥିଲେ ମାନସ । ପ୍ରଭାରୀ ଅଜୟ କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏପରିକି ପିସିସି ସଭାପତି ଏବଂ ପ୍ରଭାରୀ ବିଜେଡି ସହ ସାଲିସ କରିଥିବା ଭଳି ଅଭିଯୋଗ କରିଛନ୍ତି ମାନସ ଚୌଧୁରୀ । ଯାହାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ । ଏପରିକି ଖୋଦ କଟକ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦଳକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼଼ିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.