ETV Bharat / politics

ବ୍ରଜରାଜନଗରରେ ନିର୍ବାଚନୀ ତାତି, କଂଗ୍ରେସ ଟିକେଟରୁ ବେଲପାହାଡ଼ ପୌରାଧ୍ୟକ୍ଷ ଲଢିବା ନେଇ ଚର୍ଚ୍ଚା

MLA Candidate For Congress: ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ଠାରୁ ରାଜନୈତିକ କସରତ ଦେଖିବାକୁ ମିଳିଲାଣି । କଂଗ୍ରେସରୁ ଲଢିବା ନେଇ ବେଲପାହାଡ଼ ପୌରାଧ୍ୟକ୍ଷ ବୁଲୁ ପଣ୍ଡାଙ୍କ ଲବି ଜୋର ଧରିଛି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 25, 2024, 7:52 PM IST

ବ୍ରଜରାଜନଗରରେ ନିର୍ବାଚନୀ ତାତି, କଂଗ୍ରେସ ପ୍ରାର୍ଥୀ ଭାବେ ବେଲପାହାଡ଼ ପୌରାଧ୍ୟକ୍ଷ ଲଢିବା ନେଇ ଚର୍ଚ୍ଚା

ଝାରସୁଗୁଡା: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ପ୍ରତ୍ୟେକ ଦଳ ନିଜ ନିଜର ପ୍ରସ୍ତୁତୁ ଆରମ୍ଭ କରିସାରିଲେଣି । ତେବେ ରେସରେ କଂଗ୍ରେସ ଦଳ ମଧ୍ୟ ପଛରେ ପଡିନାହିଁ । ଖାସ୍ କରି ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ଠାରୁ ରାଜନୈତିକ କସରତ ଦେଖିବାକୁ ମିଳିଲାଣି । ରାହୁଲ ଗାନ୍ଧୀଙ୍କ ଝାରସୁଗୁଡ଼ା ଗସ୍ତ ପରେ ଜିଲ୍ଲା କଂଗ୍ରେସ ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା । ପ୍ରଥମେ ଜିଲ୍ଲା ସଭାପତିଙ୍କ ବଦଳି ହେବା ପରେ ବର୍ତ୍ତମାନ ଆଶାୟୀ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ଆରମ୍ଭ ହୋଇସାରିଛି ।

ଏବେଠାରୁ ଚା' ଦୋକାନ, ହୋଟେଲ, ଦୋକାନ ବଜାର ସବୁଠି ଦେଖାଯାଉଛି ଖାଲି ନିର୍ବାଚନ ଚର୍ଚ୍ଚା । କିଛି ମାସ ଧରି ବିଭିନ୍ନ ଦଳର ଅନେକ ଆଶାୟୀ ଜନ କଲ୍ୟାଣକାରୀ କାର୍ଯ୍ୟ ଖେଳକୁଦ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । ଏପରିକି ବ୍ରଜରାଜନଗର, ବେଲପାହାଡ଼ ସହର ସମେତ ଲଖନପୁର ବ୍ଲକ ସୀମାନ୍ତ କନକତୋରା ଯାଏଁ ନିର୍ବାଚନ ଚର୍ଚ୍ଚା ଜୋର ଧରିଛି । ଆଶାୟୀଙ୍କ ବ୍ୟାନର, ପୋଷ୍ଟର ଲାଗିଛି ଏବଂ ପ୍ରାକ ନିର୍ବାଚନୀ ପ୍ରଚାର ଜାରି ରହିଛି । ଅପର ପକ୍ଷରେ ଏଥର ବିଭିନ୍ନ ଦଳୀୟ ପ୍ରାର୍ଥୀ ଟିକଟକୁ ନେଇ ସମସ୍ତଙ୍କ ଗଣିତ ଫେଲ ମାରିପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ଏଥର ସ୍ଥାନୀୟ ନେତାଙ୍କୁ ହିଁ ଲୋକେ ପସନ୍ଦ କରିବେ ବୋଲି ମଧ୍ୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ...ବିଜେଡି ଓ ବିଜେପିର ବିଫଳତା ଓ ଦୁର୍ନୀତି ବିରୋଧରେ ଗର୍ଜିବ କଂଗ୍ରେସ, ୨୬ରେ ଘେରିବ ସଚିବାଳୟ

ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସର ଦବଦବା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । କାରଣ କିଛିଦିନ ତଳେ ରାହୁଲ ଗାନ୍ଧୀ ଝାରସୁଗୁଡା ଗସ୍ତରେ ଆସିଥିଲେ ସେହି ସମୟରେ ବେଲପାହାଡ଼ ନଗରପାଳ ବୁଲୁ ପଣ୍ଡାଙ୍କ ନେତୃତ୍ବରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ହଜାର ହଜାର ଲୋକେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଗତ ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ରହିଥିଲା ବେଳେ ସେହି ସମୟରେ ସ୍ଥାନୀୟ ନଗରପାଳ ବୁଲୁ ପଣ୍ଡାଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ ରହିଥିଲା । ଏହାକୁ ନେଇ ଆଗାମୀ ଦିନରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବାସିନ୍ଦା ସ୍ଥାନୀୟ ନେତାକୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନେତା ତଥା ବେଲପାହାଡ଼ ନଗରପାଳ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଭାବେ ଆଗକୁ ଆସିଛନ୍ତି ।

ସୂଚନାଯୋଗ୍ୟ ଯେ, ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୬୧ ମସିହାରୁ ନିର୍ବାଚନ ହୋଇଆସୁଛି । ୧୯୬୧ରୁ ୨୦୨୧ ମସିହା ଡିସେମ୍ବର ସୁଦ୍ଧା ଏହି ୬ ଦଶନ୍ଧିର ରାଜନୈତିକ ଯାତ୍ରାରେ କଂଗ୍ରେସ ସର୍ବାଧିକ ୭ ଅବଶିଷ୍ଟ ତିନି ଦଶନ୍ଧି ମଧ୍ୟରେ ସିପିଆଇ ୬ ଥର, ବିଜେପି ଥରେ ଏବଂ ବିଜେଡିରୁ ୨ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଦଳରୁ ଅନୁପ ସାଏ ୨୦୦୦, ୨୦୦୪ ଏବଂ ୨୦୦୯ ମସିହାରେ କ୍ରମାଗତ ଭାବେ ତିନି ଥର ବିଜୟୀ ହୋଇଥିଲେ । ହେଲେ ୨୦୧୪ ମସିହା ନିର୍ବାଚନରେ ପ୍ରଥମ ଥର ବିଜେପିରୁ ରାଧାରାଣୀ ପଣ୍ଡା ବିଜୟୀ ହୋଇଥିଲେ । ୨୦୧୯ ମସିହା ନିର୍ବାଚନରେ ପ୍ରଥମେ ବିଜେଡି ବ୍ରଜରାଜନଗରରେ ବାଜିମାତ କରିଥିଲା ଏବଂ ସ୍ଵର୍ଗତ କିଶୋର ମହାନ୍ତି ବିଜୟୀ ହୋଇଥିଲେ । ସେହିଭଳି ଉପନିର୍ବାଚନରେ ସ୍ଵର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ବର୍ତ୍ତମାନ ବିଧାୟିକା ହୋଇଛନ୍ତି । ତେବେ ଆସନ୍ତା ୨୦୨୪ ନିର୍ବାଚନରେ ଭୋଟର ଦଳକୁ ଦେଖି ଭୋଟ ଦେବେ କି ପ୍ରାର୍ଥୀକୁ ତାହା ଦେଖି ତାହା ସମୟ ହିଁ କହିବ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.