ETV Bharat / politics

ବିଜେଡିକୁ ସୌମ୍ୟଙ୍କ ତେରେଚ୍ଛା ବାଣ, ବର୍ଷିଲେ, ପରାମର୍ଶ ଦେଲେ - SOUMYA PATNAIK CRITICIZES BJD

ପୂର୍ବ ବିଜେଡି ସରକାରଙ୍କୁ ବରିଷ୍ଠ ସାମ୍ବାଦିକ ତଥା ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ତେରଛା ବାଣ । ବିଜେଡିକୁ କଟାକ୍ଷ କରିବା ସହ ପରାମର୍ଶ ଦେଇଛନ୍ତି ।

Soumya Patnaik Criticizes BJD
Soumya Patnaik Criticizes BJD (ETV Bharat Odisha)
author img

By ETV Bharat Odisha Team

Published : Dec 14, 2024, 10:23 PM IST

ବ୍ରହ୍ମପୁର: 'କ୍ରୀତଦାସଙ୍କୁ ନେଇ କୌଣସି ସଂଗଠନ ଗଠନ କରାଯାଇପାରେ ନାହିଁ । ସଚିବମାନଙ୍କୁ ପ୍ରାଧାନ୍ୟ ଦେଇ ବୁଦ୍ଧି ଶିଖିଲେ ।' ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଭାମଞ୍ଚରେ କିଛି ଏଭଳି ଢଙ୍ଗରେ ପୂର୍ବ ସରକାରଙ୍କୁ ତେରଚ୍ଛା ବାଣ ମାରିଛନ୍ତି ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

'ବିଜେଡ଼ି ସରକାରର ଦୁଇ ଆଖି':

Soumya Patnaik Criticizes BJD (ETV Bharat Odisha)

ରାଜ୍ୟର ପୂର୍ବ ବିଜେଡି ସରକାରଙ୍କ କାର୍ଯ୍ୟକଳାପ କିପରି ରହିଥିଲା ତାହାକୁ ନେଇ ପୁଣି ଥରେ ତେରଛା ବାଣ ମାରିବାକୁ ପଛାଇନାହାନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ପୂର୍ବ ସରକାରରେ ଦୁଇ ନେତାଙ୍କ ନାଁ ନେଇ କହିବା ସହ ବର୍ତ୍ତମାନ ସରକାର କଥା ମଧ୍ୟ କହିଛନ୍ତି ସୌମ୍ୟ ।

'ମନ୍ତ୍ରୀ ବଡ ନା ସଚିବ':

କେବଳ ସେତିକି ନହେଁ ପୂର୍ବରୁ ରାଜା ମାନେ ମଧ୍ୟରାତ୍ରରେ ଅନ୍ଧାରୀ ବିଜେ କରି ନିଜ ରାଜ୍ୟର ଲୋକଙ୍କ କଥା ବୁଝୁଥିଲେ । ଏପରିକି ରାଜା ରାମଚନ୍ଦ୍ର ମଧ୍ୟ ସୁଶାସନ ପ୍ରଦାନ କରିବାକୁ ଅନେକ କଥାକୁ ଗୁରୁତ୍ୱ ଦେଉଥିବା ବିଷୟ ମଞ୍ଚରେ ଉପସ୍ଥାପନ କରିବା ସହିତ ରାଜ୍ୟରେ ଜନସାଧାରଣଙ୍କ ଭାବାବେଗ ସହିତ ଜଡିତ ରହିଥିବା ନେଇ କାଳିଆ ଯୋଜନା କରାଗଲା ହେଲେ ବଳଭଦ୍ର‌ ଯୋଜନା କେବେ ହେବ ବୋଲି ପ୍ରଶ୍ନ ଉଠାଇଥିଲେ ସୌମ୍ୟ ପଟ୍ଟନାୟକ । ଏଥିସହ ସେ ମନ୍ତ୍ରୀ ବଡ ନା ସଚିବ ଏବଂ ମାଟି ଆଗ ନାଁ ପାର୍ଟି ଆଗ ବୋଲି ପୂର୍ବରୁ ପଚାରିଥିବା ପ୍ରଶ୍ନକୁ ପୁଣି ଥରେ ମଞ୍ଚରେ ଉପସ୍ଥାପନା କରିଥିଲେ ।

ଏହାମଧ୍ୟ ପଢନ୍ତୁ... ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ନିଯୁକ୍ତ: ମହାନଦୀ ଜଳ ବିବାଦରେ ପଡିବ କି ପୂର୍ଣ୍ଣଚ୍ଛେଦ ? - MAHANADI WATER DISPUTE

ଏହାମଧ୍ୟ ପଢନ୍ତୁ... ବିଜେପି ହୁଇସିଲ ମାରିଲେ ବିଜେଡି ଗୁଣ୍ଡ, ନବୀନ ବି ପଳାଇ ଆସିବେ: ଜୟ ନାରାୟଣ - BJP TARGETS BJD

'କେଉଁଠି ଆଖି ଆଉ କିଏ ଦୁଇଟି ଆଖି':

ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି," ପୂର୍ବର ସରକାରଙ୍କ ଦୁଇଟି ଆଖି ଜଣାପଡିଯାଉଥିଲା ଏହି ସରକାରଙ୍କ ଦୁଇଟି ଆଖି ଜଣାପଡିନି । ଏ ସରକାର ନୂଆରେ ଆସିଛି ଆଉ କିଛି ଦିନ ପରେ ନିଶ୍ଚିତ ଜାଣିପାରିବେ ଆଖି କିଏ ।

'ପାର୍ଟି ଆଗ ନାଁ ମାଟି ଆଗ':

ପାର୍ଟି ଆଗ ନାଁ ମାଟି ଆଗ ପ୍ରଶ୍ନରେ ସୌମ୍ୟ କହିଛନ୍ତି," ମୋ ଉତ୍ତର ମୁଁ ଜାଣିଛି..ଆପଣମାନଙ୍କ ଉତ୍ତର ଆପଣ ବାଛନ୍ତୁ ଏବଂ ସଦାବେଳେ ମାଟି ଆଗ ପାର୍ଟିକୁ ଆଗେଇ ଆମେ ଏଭଳି ହିନସ୍ତା ହୋଇଛୁ । ଯଦି ମାଟିକୁ ଆମେ ଆଗେଇବା ପାର୍ଟି ଆମ ପଛରେ ରହିବ । ଯେଉଁ ପାର୍ଟିରେ ରହୁଛନ୍ତି ରୁହନ୍ତୁ କିନ୍ତୁ ମାଟି କଥା ଚିନ୍ତା କରନ୍ତୁ .. ।"

'କ୍ରୀତଦାସକୁ ନେଇ କୌଣସି ସଂଗଠନ ଗଠନ କରାଯାଇପାରେ ନାହିଁ':

ସେହିପରି ସଚିବ ଆଗ ନାଁ ମନ୍ତ୍ରୀ ଆଗ ଏହି ଉତ୍ତର ମଧ୍ୟ ମୋ ପାଖରେ ରହିଛି ବୋଲି ସୌମ୍ୟ କହିବା ସହିତ ଯେଉଁମାନେ ସଚିବ ମାନଙ୍କୁ ବେଶୀ ପ୍ରାଧାନ୍ୟ ହେଉଥିଲେ ସେମାନେ ବୁଦ୍ଧି ଶିଖିଲେ ଏବଂ ଏଥିରୁ ବୁଦ୍ଧି ଶିଖି ଯେପରି ଭବିଷ୍ୟତରେ ଭୁଲ ନକରନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.