ETV Bharat / politics

ମୋଦି ନିଜକୁ ମହାନ ଭାବି ଗଣତନ୍ତ୍ରର ବସ୍ତ୍ରହରଣ କରୁଛନ୍ତି: ସୋନିଆ ଗାନ୍ଧୀ - Sonia Gandhi slams Modi

author img

By ETV Bharat Odisha Team

Published : Apr 7, 2024, 9:09 AM IST

Sonia Gandhi slams PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସମାଲୋଚନା କଲେ ସୋନିଆ ଗାନ୍ଧୀ । କହିଲେ, ''ମୋଦି ନିଜକୁ ମହାନ ଭାବୁଛନ୍ତି ଏବଂ ଗଣତାନ୍ତ୍ରିକ ମର୍ଯ୍ୟାଦାର ବସ୍ତ୍ରହରଣ କରୁଛନ୍ତି । ଆଜି ଗଣତନ୍ତ୍ର ବିପଦରେ ।'' ଅଧିକ ପଢନ୍ତୁ

ମୋଦି ନିଜକୁ ମହାନ ଭାବି ଗଣତନ୍ତ୍ରର ବସ୍ତ୍ରହରଣ କରୁଛନ୍ତି: ସୋନିଆ ଗାନ୍ଧୀ

ଜୟପୁର(ରାଜସ୍ଥାନ): ରାଜସ୍ଥାନ ଜୟପୁରରେ କଂଗ୍ରେସର ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ କହିଛନ୍ତି ଯେ, ନରେନ୍ଦ୍ର ମୋଦି ନିଜକୁ ମହାନ ଭାବୁଛନ୍ତି । ଦେଶର ଗଣତାନ୍ତ୍ରିକ ମର୍ଯ୍ୟାଦାର ବସ୍ତ୍ରହରଣ କରୁଛନ୍ତି । ଆଜି ଗଣତନ୍ତ୍ର ବିପଦରେ । ଗଣତାନ୍ତ୍ରିକ ସଂସ୍ଥାଗୁଡିକୁ ନଷ୍ଟ କରାଯାଉଛି ଏବଂ ଆମର ସମ୍ବିଧାନ ବଦଳାଇବାକୁ ଷଡଯନ୍ତ୍ର ରଚାଯାଉଛି । ସେମାନେ ଏକଛତ୍ରବାଦ ଶାସନ ଚଳାଇଛନ୍ତି ଏବଂ ଆମେ ଏହାର ଜବାବ ଦେବୁ ।

ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳ ନେତାମାନଙ୍କୁ ବିଜେପିରେ ସାମିଲ ହେବା ପାଇଁ ବାଧ୍ୟ କରିବାକୁ ବିଭିନ୍ନ କୌଶଳ କରାଯାଉଛି । ସେମାନଙ୍କୁ ଧମକା ଯାଉଛି । ବିଗତ ୧୦ ବର୍ଷ ଧରି ଶାସନରେ ଥିବା ବିଜେପି ସରକାର ଦେଶରେ ବେରୋଜଗାର, ମୁଦ୍ରାସ୍ଫୀତି, ଆର୍ଥିକ ସଙ୍କଟ ବଢାଇବାର କାମ କରିଛି । ଆମର ପୂର୍ବଜମାନେ କଠିନ ସଂଘର୍ଷ କରି ଦାସତ୍ବର ଅନ୍ଧକାରରୁ ଦେଶକୁ ସ୍ବାଧୀନତା ଦେଇଥିଲେ । ହେଲେ ଏବେ ଚାରିଆଡେ ଅନ୍ଧକାର ବଢିଯାଇଛି । ସବୁଆଡେ ଅନ୍ୟାୟ ବ୍ୟାପିଯାଇଛି । ଏହା ବିରୋଧରେ ଲଢେଇ କରିବାକୁ ଆମେ ସଂକଳ୍ପ ନେବା ଦରକାର ।

ବିଜେପିକୁ କଟୁ ସମାଲୋଚନା କରି ସେ ଆହୁରି କହିଥିଲେ ଯେ, ଏ ଦେଶ କିଛି ଲୋକଙ୍କ ଜାଗିର ନୁହେଁ । ଦେଶଠୁ ବଡ ଆଉ କେହି ନାହିଁ । ଆମକୁ ଅନ୍ୟାୟ ବିରୋଧରେ ଏକଜୁଟ ହେବାର ଅଛି । ଗଣତନ୍ତ୍ର ଆଜି ବିପଦରେ, ସମ୍ବିଧାନ ବଦଳଇବାକୁ ଷଡଯନ୍ତ୍ର ଚାଲିଛି । ଦେଶର ଯୁବକ ବେରୋଜଗାରି ପାଇଁ ନିରାଶ ଅଛନ୍ତି । ବିଜେପିର ୧୦ ବର୍ଷର ଶାସନ କାଳରେ ଦରଦାର ଚରମ ସ୍ତରରେ ପହଞ୍ଚିଛି । ଆଜି ଲୋକମାନେ ଦିନକ ରୋଜଗାରରେ ଖାଇବା ପିଇବା ସାମଗ୍ରୀ ଯୋଗାଡ କରିବା ମୁସ୍କିଲ ହୋଇଛି । ହେଲେ ଦୁର୍ଭାଗ୍ୟବଶତଃ ଆମ ଦେଶରେ ଆଜି ଏମିତି ନେତା କ୍ଷମତାରେ ଅଛନ୍ତି ଯିଏ ଗଣତନ୍ତ୍ରର ବସ୍ତ୍ରହରଣ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ‘ଇଟାଲୀୟ ସଂସ୍କୃତି’: ଖଡଗେଙ୍କ ଧାରା-370 ମନ୍ତବ୍ୟକୁ ଟାର୍ଗେଟ କଲେ ଶାହ - Congress Over Article 370 Remark

ସେହିପରି ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି, କଂଗ୍ରେସ ଗତ ୭୦ ବର୍ଷ ଭିତରେ କ'ଣ କରିଛି ବୋଲି ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦି କହି ହେଉଛନ୍ତି । ତେବେ ଆମେ ଆମର କାମ କରିଛୁ ଏବଂ ଏହାର ହିସାବ ଦେବାକୁ ବି ପ୍ରସ୍ତୁତ ଅଛୁ । ହେଲେ ବିଜେପି ଏବଂ ମୋଦି ଗତ ୧୦ ବର୍ଷରେ କେବଳ ଗାନ୍ଧୀ ପରିବାରକୁ ଗାଳି କରିବା ଛଡା କିଛି କରିନାହାନ୍ତି । କଂଗ୍ରେସ ଗତ ୭୦ ବର୍ଷରେ ଦେଶରେ ଯେଉଁସବୁ ଭିତ୍ତିଭୂମିର ନିର୍ମାଣ କରିଥିବା ଆଜି ମୋଦି କେବଳ ତାଙ୍କୁ ସବୁଜ ପତାକା ଦେଖାଉଛନ୍ତି ବୋଲି କହିଛନ୍ତି ଖଡ୍‌ଗେ ।

ଶନିବାର ଜୟପୁରର ବିଦ୍ୟାଧର ନଗର ଷ୍ଟାଡିୟମରେ ଆୟୋଜିତ ନ୍ୟାୟପତ୍ର ମହାସଭାରେ ସୋନିଆ ଗାନ୍ଧୀ ମୋଦି ସରକାରକୁ ଏଭଳି ଭାବେ ଟାର୍ଗେଟ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ପ୍ରିୟଙ୍କା ଗାନ୍ଧୀ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରମୁଖ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.