ETV Bharat / politics

ନିମାପଡ଼ାରୁ ସ୍ବାଧୀନ ଭାବେ ନାମାନଙ୍କ ଭରିଲେ ସମାଜସେବୀ ରୋଜାଲିନ ନାୟକ - Rojalin Nayak files Nomination - ROJALIN NAYAK FILES NOMINATION

Rojalin Nayak Nomination from Nimapada: ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ଭାବେ ନାମାନଙ୍କ ପତ୍ର ଦାଖଲ କଲେ ରୋଜାଲିନ ନାୟକ । ସମାଜସେବୀ ରୋଜାଲିନ ନାୟକ ବିଜେଡି ଟିକଟ ଆଶାୟୀ ଥିଲେ । ଅଧିକ ପଢ଼ନ୍ତୁ

Rojalin Nayak Nomination from Nimapada
Rojalin Nayak Nomination from Nimapada (ETV Bharat Odisha)
author img

By ETV Bharat Odisha Team

Published : May 13, 2024, 8:39 PM IST

Rojalin Nayak Nomination from Nimapada (ETV Bharat Odisha)

ନିମାପଡ଼ା (ପୁରୀ): ସ୍ଵାଧୀନ ଭାବେ ନାମାନଙ୍କ ପତ୍ର ଦାଖଲ କଲେ ରୋଜାଲିନ ନାୟକ । ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକଟ ଆଶାୟୀ ଥିଲେ ରୋଜାଲିନ । ଟିକଟ ନମିଳିବାରୁ ସେ ସ୍ଵାଧୀନ ଭାବରେ ଆଜି ନାମାଙ୍କନ ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହିତ ନିମାପଡ଼ା ସ୍ଥିତ ତାଙ୍କ କାର୍ଯ୍ୟାଳୟଠାରୁ ନିଜ ବାପାଙ୍କ ଆର୍ଶୀବାଦ କାମନା କରି ଶୋଭାଯାତ୍ରାରେ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଥିଲେ ରୋଜାଲିନ । ଜଣେ ଉଚ୍ଚଶିକ୍ଷିତ ଯୁବତୀ ନିମାପଡ଼ା ଅଞ୍ଚଳରେ ସ୍ଵାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲାବେଳେ ନିମାପଡ଼ାର ସାମଗ୍ରିକ ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି ।

ବିଶେଷ କରି ନିମାପଡ଼ା ଅଞ୍ଚଳରେ ଥିବା ସମସ୍ୟା ସମାଧାନ କରିବା ସହିତ ତାଙ୍କ ପ୍ରତି ସମର୍ଥନ ରହିବ ବୋଲି ଆଶାବାଦୀ ଅଛନ୍ତି ରୋଜାଲିନ । ଦୁର୍ନୀତି ଭଷ୍ଟାଚାର ବିରୋଧରେ ନିମାପଡ଼ା ଭୋଟର ତାଙ୍କ ସପକ୍ଷରେ ମତଦାନ କରିବେ ବୋଲି ଆଶାବାଦୀ ଅଛନ୍ତି ସମାଜସେବୀ ରୋଜାଲିନ ନାୟକ । ଅନ୍ୟପଟେ ବିଜେଡି ପ୍ରାର୍ଥୀ ଦିଲ୍ଲୀପଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ତେବେ ନାମାଙ୍କନ ପତ୍ର ଦାଖଲ କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ । ରଣେନ୍ଦ୍ରଙ୍କ କଡ଼ା ଚେତାବନୀ, ନିର୍ବାଚନରେ ପଛରୁ ଛୁରାଘାତ କଲେ ବରଦାସ୍ତ କରାଯିବ ନାହିଁ । କିଏ କୁଆଡେ ଗଲେ ମଧ୍ୟ ଦଳ ଉପରେ ପ୍ରଭାବ ପଡିବ ନାହିଁ ବୋଲି କହି ଦଳ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ରଣେନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ...ନାମାଙ୍କନ ଭରିଲେ ବିଜେଡି ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା - jajpur parliamentary constituency

ନିମାପଡ଼ା ବିଜେଡିର ସମୁହ ଇସ୍ତଫା ଓ ପରେ ବିଜେପିର ମହମିଶ୍ରଣ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ଏହାପରେ ନିମାପଡ଼ାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରି ବିଜେପି ଓ କଂଗ୍ରେସର ଶତାଧିକ କର୍ମୀଙ୍କୁ ବିଜେଡିରେ ସାମିଲ କରାଇ ଦଳକୁ ଏକଜୁଟ କରିବା ପାଇଁ ଚେଷ୍ଟା କରିଥିଲେ ଦିଲ୍ଲୀପ ନାୟକ । ତେବେ ସମ୍ମିଳନୀରେ ଯୋଗ ଦେଇ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିମାପଡ଼ାରେ ପହଞ୍ଚି କର୍ମୀଙ୍କୁ ଏକାଠି ହୋଇ ନିର୍ବାଚନ ଲଢ଼ିବା ପାଇଁ ଦେଇଥିଲେ ଗୁରୁମନ୍ତ୍ର । ନିମାପଡ଼ା ପାଇଁ ଦିଲ୍ଲୀପ ବିଜେଡିରୁ ଟିକଟ ପାଇଥିବାବେଳେ ବିଜେପିରୁ ପ୍ରଭାତୀ ପରିଡ଼ା ଓ କଂଗ୍ରେସରୁ ସିଦ୍ଧାର୍ଥ ରାଉତରାୟ ମୈଦାନରେ ରହିଛନ୍ତି । ସେପଟେ ସ୍ଵାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ରୋଜାଲିନ ନାୟକ ମଧ୍ୟ ନିମାପଡ଼ାରୁ ଶହ ଶହ ସମର୍ଥକଙ୍କୁ ଧରି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା/ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.