ETV Bharat / politics

‘ଆସନ ଉପର ଭିଣୋଇଙ୍କ ନଜର, ଶାଳକ କ‘ଣ କରିବେ’: ଆମେଠୀକୁ ନେଇ ଏମିତି କହିଲେ ଇରାନୀ - Smriti Irani Mocks Rahul Gandhi

author img

By ETV Bharat Odisha Team

Published : Apr 23, 2024, 1:51 PM IST

Smriti Irani Mocks Rahul Gandhi Amid Amethi Pick Buzz: ଆମେଠୀକୁ ନେଇ ଏମିତି ଢଙ୍ଗରେ ରାହୁଲଙ୍କୁ ଟାର୍ଗେଟ କଲେ ସ୍ମୃତି । କହିଲେ ଆସନ ଉପରେ ଭିଣୋଇଙ୍କ ନଜର । ଅଧିକ ପଢନ୍ତୁ

‘ଆସନ ଉପର ଭିଣୋଇଙ୍କ ନଜର, ଶାଳକ କରିବେ କ‘ଣ’ ଆମେଠୀକୁ ନେଇ ଏମିତି କହିଲେ ସ୍ମୃତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଗାନ୍ଧୀ ପରିବାରର ବହୁଚର୍ଚ୍ଚିତ ପାରମ୍ପରିକ ଆସନ ଆମେଠୀରେ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ । ମେ’ 20 ରେ ଏଠାରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ମାତ୍ର 27ଦିନ ବାକି ଅଛି । ତେବେ କଂଗ୍ରେସର ପ୍ରାର୍ଥୀ ଘୋଷଣା ବିଳମ୍ବକୁ ନେଇ କଟାକ୍ଷ କରିଛନ୍ତି ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏହି ଆସନ ଉପରେ ରାହୁଲଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କ ନଜର ରହିଛି, ଏବେ ଶାଳକ ରାହୁଲ କ’ଣ କରିବେ ବୋଲି ସ୍ମୃତି ପ୍ରଶ୍ନଛଳରେ କଟାକ୍ଷ କରିଛନ୍ତି ।

ଏହି ଆସନରେ ରାହୁଲ ନିଜ ରାଜନୈତିକ ଜୀବନ ଆରମ୍ଭ କରିବା ସହ 3ଥର ସାଂସଦ ହୋଇଛନ୍ତି । ଦଳ ଗତଥର (2019) ରାହୁଲ ଗାନ୍ଧୀଙ୍କୁ ମୈଦାନକୁ ଓହ୍ଲାଇଥିଲା । ମାତ୍ର ରାହୁଲ ଏଠାରୁ ପରାସ୍ତ ହୋଇଥିଲେ । ବିଜେପି ପୁଣି ଥରେ ସ୍ମୃତି ଇରାନୀଙ୍କୁ ସେଠାରୁ ପ୍ରାର୍ଥୀ କରିଛି । ଇରାନୀ ପ୍ରଚାର ଅଭିଯାନ ଆରମ୍ଭ କରିସାରିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ମଧ୍ୟ ଘୋଷଣା ହୋଇନି ।

ଗତକାଲି ଆମେଠୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଇରାନୀ କହିଛନ୍ତି, “ଭିଣୋଇଙ୍କ ଆଖି ଆମେଠୀ ଆସନ ଉପରେ ଅଛି, ଶାଳକ ସାହେବ କ’ଣ କରିବେ ? ଦିନେ ଏପରି ଏକ ସମୟ ଥିଲା ଯେତେବେଳେ ବସରେ ଯାତ୍ରା କରୁଥିବା ଲୋକମାନେ ନିଜ ସିଟରେ ନିଜ ରୁମାଲ ରଖି ଦେଉଥିଲେ । ସହିପରି ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ଆସନକୁ ନିଜର ବୋଲି ଦର୍ଶାଇବା ପାଇଁ ଚିହ୍ନ ଛାଡିବାକୁ ଆସିବେ । କାରଣ ତାଙ୍କ ଭିଣୋଇଙ୍କ ନଜର ସେହି ଆସନରେ ଉପରେ ରହିଛି ।’’ ଆହୁରି ମଧ୍ୟ ସ୍ମୃତି କହିଛନ୍ତି, ରାହୁଲ ଏହି ଆସନରୁ 3ଥର ନିର୍ବାଚନ ଜିତିଛନ୍ତି । 15 ବର୍ଷ ଧରି ସାଂସଦ ରହିଛନ୍ତି । ହେଲେ ଗତ 15 ବର୍ଷରେ ଯେଉଁ କାମ ହୋଇଥିଲା, ତାଠାରୁ ଅଧିକ କାମ ମାତ୍ର ଗତ 5ବର୍ଷ ମଧ୍ୟରେ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ବିଜେଡି ଛାଡ଼ିଲେ ପୂର୍ବତନ ସମ୍ବଲପୁର ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ - Raseswari Panigrahi quits BJD

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଗତଥର ରାହୁଲ ଏହି ଆସନ ସହ କେରଳର ଓ୍ବାଇନାଡରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ହେଲେ ଆମେଠୀରେ ରାହୁଲଙ୍କ ରାଜନୈତିକ ଜୀବନରେ ପ୍ରଥମ ଥର ତାଙ୍କୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ । ତେବେ ଚଳିତଥର ମଧ୍ୟ ରାହୁଲ ନିର୍ବାଚନ ଲଢିବା ନେଇ ଆଶା କରାଯାଉଥିଲେ ସୁଦ୍ଧା, ନିକଟରେ ଭିଣୋଇ ରବର୍ଟ ଭଦ୍ରା ଏହି ଆସନରୁ ଲଢିବା ନେଇ ପରୋକ୍ଷ ସଙ୍କେତ ଦେଇଥିଲେ । ସେଠାକାର ସ୍ଥାନୀୟ ଲୋକେ ଭଦ୍ରା ସେଠାରୁ ନିର୍ବାଚନ ଲଢୁନ୍ତୁ ବୋଲି ଚାହୁଁଥିବା ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.