ETV Bharat / politics

ପୁଣି ଚର୍ଚ୍ଚାରେ ଝାଡ଼ଖଣ୍ଡ, BJPରେ ମିଶିଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ

author img

By ETV Bharat Odisha Team

Published : Mar 19, 2024, 3:49 PM IST

Updated : Mar 19, 2024, 4:48 PM IST

Sita Soren joined BJP: BJPରେ ମିଶିଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ । ଲଢିପାରନ୍ତି ଲୋକସଭା ନିର୍ବାଚନ । ଅଧିକ ପଢନ୍ତୁ

ପୁଣି ଚର୍ଚ୍ଚାରେ ଝାଡଖଣ୍ଡ, BJPରେ ମିଶିଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ

ନୂଆଦିଲ୍ଲୀ/ରାଞ୍ଚି: ପୁଣି ଥରେ ଚର୍ଚ୍ଚାକୁ ଫେରିଛି ଝାଡ଼ଖଣ୍ଡ ରାଜନୀତି ସହ ସୋରେନ ପରିବାର । ଆଜି ପଦ୍ମ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ । ସେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ ଓ ଅନ୍ୟ ବରିଷ୍ଠ ନେତା ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ଦଳକୁ ସ୍ବାଗତ କରିଛନ୍ତି । ସୋରେନ ପରିବାର ବଡ଼ ବୋହୁ ସୀତା ପୂର୍ବରୁ 3ଥର ବିଧାୟିକା ଭାବେ ନିର୍ବାଚିତ ହୋଇସାରିଛନ୍ତି । ଏବେ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହେବା ପରେ ଲୋକସଭା ନିର୍ବାଚନ ଲଢିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସୀତା ବିଜେପିରେ ସାମିଲ ହେବା ପୂର୍ବରୁ ଆଜି ବିଧାୟକ ପଦ ଏବଂ JMMର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ।

ପଦ୍ମ ଧରିବା ପରେ ସୀତା କହିଛନ୍ତି, ଆଜି ମୋଦିଜୀଙ୍କ ବିଶାଳ ପରିବାରରେ ସାମିଲ ହେଲେ । ଦେଶରେ ଏବେ ଯେଉଁ ବିକାଶ ହେଉଛି, ସେହି କାରଣରୁ ପ୍ରତ୍ୟେକ ବ୍ୟକ୍ତି ଆଜି ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି । ନିଜର 14 ବର୍ଷର ରାଜନୈତିକ ଯାତ୍ରାକୁ ମଧ୍ୟ ସ୍ମରଣ ମଧ୍ୟ ସେ କରିଥିଲେ । ଶଶୁର ଶିବୁ ସୋରେନ ଓ ସ୍ବାମୀ ଦୁର୍ଗା ସୋରେନଙ୍କ ସଂଘର୍ଷ ଓ ତ୍ୟାଗ ପାଇଁ ଝାଡଖଣ୍ଡ ରାଜ୍ୟ ଗଠନ ସମ୍ଭବ ହୋଇପାରିଲା ବୋଲି କହିଥିଲେ । ମାତ୍ର ଏହି ସମୟ ମଧ୍ୟରେ ରାଜ୍ଯ ଯେଉଁଠି ପହଞ୍ଚିବା କଥା, ସେଠାରେ ପହଞ୍ଚି ପାରିନି । ତେଣୁ ସେ ବିଜେପି ସହ କାମ କରି ରାଜ୍ୟର ବିକଶ ପାଇଁ ପ୍ରୟାସ ଜାରି ରଖିବେ ବୋଲି ସୀତା କହିଛନ୍ତି । ବିଜେପିରେ ସାମିଲ ହେବା ପରେ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ସୀତା ସୋରେନ ।

ଏହା ମଧ୍ଯ ପଢ଼ନ୍ତୁ...ବିହାରରେ NDA ମେଣ୍ଟକୁ ଝଟକା: ମିଳିଲାନି ଲୋକସଭା ସିଟ୍, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ RLJP ମୁଖ୍ୟ ପଶୁପତି ପାରସ

ଏହି ଅବସରରେ ବିଜେପି ନେତା ବିନୋଦ ତାଓ୍ବଡେ କହିଛନ୍ତି, ଝାଡଖଣ୍ଡରେ ବିଜେପି ଶକ୍ତିଶାଳୀ ହେବାରେ ଲାଗିଛି । ଦଳ ଆଦିବାସୀଙ୍କ ଉତ୍ଥାନ ପାଇଁ କାର୍ଯ୍ୟ କରୁଛି ଓ ଆଗକୁ ମଧ୍ୟ କରିବ । ରାଜ୍ୟ ବିଜେପି ପ୍ରଭାରୀ ଲକ୍ଷ୍ମୀକାନ୍ତ ବାଜପେୟୀ କହିଛନ୍ତି, ସୀତା ସୋରେନ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାରେ ଥିବା ସମୟରେ ମଧ୍ୟ ଦୁର୍ନୀତି ବିରୋଧରେ ସ୍ବର ଉଠାଇଥିଲେ । ସେ ଭ୍ରଷ୍ଟାଚାର ବିରୋଧରେ ସଂଘର୍ଷ କରୁଥିଲେ । ଏବେ ତାଙ୍କୁ ଆହୁରି ବଳ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 19, 2024, 4:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.